ୱେକ୍ଫିଟ୍ ଇନୋଭେସନ୍ସ ଲିମିଟେଡ୍ର ଇନିସିଆଲ ପବ୍ଲିକ ଅଫରିଂ ୨୦୨୫ ଡିସେମ୍ବର ୮ ସୋମବାର ଖୋଲିବ
ଭୁବନେଶ୍ୱର: ୱେକ୍ଫିଟ୍ ଇନୋଭେସନ୍ସ ଲିମିଟେଡ୍ର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଡିସେମ୍ବର ୮ ସୋମବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ତାହାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଅର୍ଥାତ ୨୦୨୫ ଡିସେମ୍ବର ୫ ଶୁକ୍ରବାର ବିଡ୍ ଦାଖଲ କରିପାରିବ। ବିଡ ଦାଖଲ କରିବାର ଶେଷ ଦିବସ ହେଉଛି ୨୦୨୫ ଡି୍େସମ୍ବର ୧୦ ବୁଧବାର।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୧୮୫ ଟଙ୍କାରୁ ୧୯୫ ଟଙ୍କା ମଧ୍ୟରେ ରହିବ। ନିବେଶକମାନେ ସର୍ବନିମ୍ନ ୭୬ଟି ଇକ୍ୱିଟି ସେୟାରର ବିଡ ଦାଖଲ କରିପାରିବେ ଏବଂ ସେଥିରେ ୭୬ଟି ଲେଖାଏଁ ସେୟାର ଯୋଡ଼ିପାରିବେ।
ଏହି ଇସ୍ୟୁରେ ୩୭୭.୧୭ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଓ ଅଂଶଧନକାରୀମାନେ ୪୬,୭୫୪,୪୦୫ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଅଫର ଫର ସେଲ୍ରେ ବିକ୍ରି କରିବେ। ଅଙ୍କିତ ଗର୍ଗ ୭,୭୨୯,୪୮୮ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଚୈତନ୍ୟ ରାମଲିଙ୍ଗେଗୌଡ଼ା ୪,୪୫୨,୧୮୫ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ନିକିତା ଗୋଏଲ ୮୯୯,୨୦୫ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ପିକ୍ ଏକ୍ସଭି ପାଟନର୍ସ ଇନଭେଷ୍ଟମେଂଟ୍ସ ଭିଆଇ ୨୦,୩୭୪,୭୭୪ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ରେଡ୍ଉଡ୍ ଟ୍ରଷ୍ଟ୍ ୧୩୮,୦୪୭ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଭର୍ଲିନଭେଷ୍ଟ ଏସ୍ଏ ୧୦,୧୯୩,୫୦୬ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଏସ୍ଏଆଇ ଗ୍ଲୋବାଲ୍ ଇଣ୍ଡିଆ ଫଣ୍ଡ୍ ୪୧୩,୧୫୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଓ ପାରାମାର୍କ କେବି ଫଣ୍ଡ୍ ୧ ପକ୍ଷରୁ ୨,୫୫୪,୦୫୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଅଫର୍ ଫର୍ ସେଲ୍ରେ ବିକ୍ରି କରିବେ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଇସ୍ୟୁର ୭୫ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କୁ ଆବଂଟନ କରିବାକୁ ରଖାଯିବ। କମ୍ପାନି ପକ୍ଷରୁ ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନାରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କୁ ସମାନୁପାତିକ ଭିତିରେ ପ୍ରଦାନ କରାଯାଇପାରିବ। ତାହାର ଏକ ତୃତୀୟାଂଶ ଭାଗ ଘରୋଇ ମ୍ୟୁଚୁଆଲ ଫଣ୍ଡଙ୍କୁ ପ୍ରଦାନ କରାଯିବ। ଇସ୍ୟୁର ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକ ଓ ୧୦ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ପାଇଁ ରଖାଯିବ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ଏନଏସଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିବ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍, ଆଇଆଇଏଫ୍ଏଲ୍ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍ ଓ ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ୍ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍।

