Business

ବିରୁପକ୍ଷ ଅର୍ଗାନିକ୍ସ ଲିମିଟେଡ୍ ପକ୍ଷରୁ ୭୪୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ସକ୍ରିୟ ଫାର୍ମାସ୍ୟୁଟିକାଲ୍ ଉପାଦାନ ଏବଂ ଇଣ୍ଟରମିଡିଏଟ୍ ଉତ୍ପାଦନରେ ନିୟୋଜିତ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବିରୁପାକ୍ଷ ଅର୍ଗାନିକ୍ସ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ ଅଫର୍ (ଆଇପିଓ) ମାଧ୍ୟମରେ ୭୪୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ପୁଞ୍ଜି ବଜାର ନିୟାମକ ସଂସ୍ଥା ସେବି ନିକଟରେ ଡ୍ରାଫ୍ଟ ରେଡ୍ ହେରିଙ୍ଗ୍ ପ୍ରୋସ୍ପେକ୍ଟସ୍ (ଡିଆରଏଚପି) ଦାଖଲ କରିଛି।
ହାଇଦ୍ରାବାଦର ଏହି କମ୍ପାନି ପ୍ରସ୍ତାବିତ ଆଇପିଓ ରେ ସମ୍ପୂର୍ଣ୍ଣ ରୂପେ ନୂଆ ଇକ୍ୱିଟି ସେୟାର ଜାରି କରିବ। ଏଥିରୁ ସଂଗ୍ରହ ହେବାକୁ ଥିବା ପାଣ୍ଠିରୁ ୩୬୦ କୋଟି ଟଙ୍କାକୁ କମ୍ପାନୀ ଏହାର ୟୁନିଟ୍ ୧, ୟୁନିଟ୍ ୨, ୟୁନିଟ୍ ୪ ଏବଂ ୟୁନିଟ୍ ୫ର କ୍ଷମତା ସଂପ୍ରସାରଣ ପାଇଁ ପୁଞ୍ଜି ବ୍ୟୟ ଆବଶ୍ୟକତା ପୂରଣ କରିବାରେ ୧୯୫ କୋଟି ଟଙ୍କାକୁ କେତେକ ବକେୟା ଋଣର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦେଇଛି।
କମ୍ପାନିର ପ୍ରତିଷ୍ଠାତା ହେଇଛନ୍ତି ଚନ୍ଦ୍ର ମୌଳିଶ୍ୱର ରେଡ୍ଡୀ ଗଙ୍ଗାବାରମ୍‌, ବାଲାସୁବ୍ୱା ରେଡ୍ଡୀ ମାମିଲ୍ଲା, ଚନ୍ଦ୍ରଶେଖର ରେଡ୍ଡୀ ଗଙ୍ଗାବାରମ୍‌, ବେଦବତୀ ଗଙ୍ଗାବାରମ୍‌, କୋଣ୍ଡାପଲ୍ଲି ସନ୍ଦୀପ ରେଡ୍ଡୀ, କୋଟଲା ସୁରାଜ ରେଡ୍ଡୀ, ମାମିଲ୍ଲା ନାଗାର୍ଜୁନ ରେଡ୍ଡୀ, ଗଙ୍ଗାବାରମ୍ ଶ୍ରୀ ଲକ୍ଷ୍ମୀ ଏବଂ ଜି ଶ୍ରୀ ବିଦ୍ୟା।
ବିରୁପାକ୍ଷ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଉପାଦାନ ବିଭିନ୍ନ ଚିକିତ୍ସା କ୍ଷେତ୍ରରେ ଆବଶ୍ୟକୀୟ ଔଷଧର ଉଚ୍ଚ ଚାହିଦା ପୂରଣ କରିବାରେ ବ୍ୟବହାର ହେଉଛି। ଏହା ଆଣ୍ଟି-ହିଷ୍ଟାମିନ୍‌, ଯନ୍ତ୍ରଣା ନିବାରକ, ଆଣ୍ଟି-ଫଙ୍ଗାଲ୍‌, ଆଣ୍ଟି-ଡାଏବେଟିକ୍‌, ଆଣ୍ଟି-ଡିପ୍ରେସାଣ୍ଟ, ଆଣ୍ଟି-ଆସ୍ଥମାଟିକ୍‌, ଆଣ୍ଟି-ଟୁସିଭ୍‌, ଆଣ୍ଟି-ଆଞ୍ଜିନାଲ୍‌, ଆଣ୍ଟି ହାଇପର କୋଲେଷ୍ଟେରୋଲେମିକ୍ ଏବଂ ଆଣ୍ଟି-ଅଲ୍ସାରେଟିଭ୍ ଭଳି ବିଭିନ୍ନ ଚିକିତ୍ସା କ୍ଷେତ୍ରରେ ଉତ୍ପାଦ ନିର୍ମାଣରେ ବ୍ୟବହାର କରାଯାଉଛି।
ବିରୁପାକ୍ଷର ଏକ କଣ୍ଟ୍ରାକ୍ଟ ଡେଭଲପମେଣ୍ଟ ଏବଂ ମ୍ୟାନୁଫାକ୍ଚରିଂ ବ୍ୟବସାୟ ମଧ୍ୟ ଅଛି ଯାହା ତୃତୀୟ ପକ୍ଷ ନିର୍ମାତାଙ୍କୁ ସିଡିଏମଓ ସେବା ପ୍ରଦାନ କରିବା ପାଇଁ ଏହାର ଆରଆଣ୍ଡଡି ଏବଂ ଉତ୍ପାଦନ କ୍ଷମତାକୁ ବ୍ୟବହାର କରୁଛି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଏହାର ୨୩ଟି ଏପିଆଇ ଏବଂ ୩୧ଟି ଇଣ୍ଟରମିଡିଏଟ୍ ନେଇ ଗଠିତ ୫୪ଟି ଉତ୍ପାଦର ଏକ ବିବିଧ ପୋର୍ଟଫୋଲିଓ ଥିଲା ଯାହା ୧୦୦ଟିରୁ ଅଧିକ ଦେଶରେ ୫୫୦ରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି।
ବିରୁପକ୍ଷ ଛଅଟି କାରଖାନା ମଧ୍ୟରୁ ଚାରିଟି ହାଇଦ୍ରାବାଦ୍‌, ତେଲେଙ୍ଗାନା ଏବଂ ଦୁଇଟି ହୁମନାବାଦ୍‌, କର୍ଣ୍ଣାଟକରେ ରହିଛି ୨୦୧୪-୨୫ରେ ବିରୁପାକ୍ଷ ପରିଚାଳନାରୁ ୮୧୧ କୋଟି ଟଙ୍କା ଆୟ ଏବଂ ୭୮ କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ ହାସଲ କରିଥିଲା।
କମ୍ପାନି ବିଆରଏଲଏମ ସହ ପରାମର୍ଶ କରି ୧୪୮ କୋଟି ଟଙ୍କା ପର୍ଯ୍ୟନ୍ତ ଏକ ପ୍ରି-ଆଇପିଓ ପ୍ଲେସମେଣ୍ଟ ବିଚାର କରିପାରେ। ଯଦି ପ୍ରି-ଆଇପିଓ ପ୍ଲେସମେଣ୍ଟ ହେବ ତେବେ ଇସ୍ୟୁର ପରିମାଣ ସେହି ଅନୁସାରେ ହ୍ରାସ ପାଇବ।
ଏହି ଅଫରର ବୁକ୍ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ଏବଂ ଏସବିଆଇ କ୍ୟାପିଟାଲ୍ ମାର୍କେଟ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

twenty − eleven =