Business

ବେଦାନ୍ତ ପକ୍ଷରୁ ୬ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ, ବିକଶିତ ଭାରତ ପାଇଁ ଗ୍ରାମାଂଚଳରେ ୨୬ କୋଟିର ରୂପାନ୍ତରଣ

ଭୁବନେଶ୍ୱର: ବେଦାନ୍ତ ଲିମିଟେଡ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସହ ଅନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ପାଳନ କରାଯାଇଛି। ୬ ଲକ୍ଷ ମହିଳା ଲଘୁ ଉଦ୍ୟୋଗ ଜରିଆରେ ସକ୍ଷମ ହୋଇଥିବା ବେଳେ ୨୬ କୋଟି ଟଙ୍କାର ଅର୍ଥନୈତିକ ପ୍ରଭାବ ସୃଷ୍ଟି କରିଛନ୍ତି। ବେଦାନ୍ତର ସମନ୍ୱିତ ଆଭିମୁଖ୍ୟ ଗ୍ରାମୀଣ ମହିଳାମାନଙ୍କ ପ୍ରମୁଖ ପ୍ରତିବନ୍ଧକ ଯଥା ପୁଞ୍ଜି ହାସଲ କରିବା, କ୍ଷମତା ବିକାଶ ଓ ମାର୍କେଟିଂ ଲିଙ୍କେଜର ସମାଧାନ କରିଛି। ସାରା ଦେଶରେ ଏହି ଅଭିଯାନ ଜରିଆରେ କମ୍ପାନି ଗ୍ରାମୀଣ ମହିଳାମାନଙ୍କୁ ଅର୍ଥନୈତିକ ସ୍ୱାଧୀନତାରୁ ସଂସ୍ଥାର ମାଲିକ ହେବାରେ ରୂପାନ୍ତରିତ କରିପାରିଛି ଯାହା ସ୍ଥାୟୀ ଜୀବିକା ସୃଷ୍ଟି କରିବା ସହ ସ୍ଥାୟୀ ସମୁଦାୟ ଗଠନ କରିପାରିଛି।
ରାଜସ୍ଥାନ, ଓଡ଼ିଶା, ଛତିଶଗଡ଼ ଭଳି ରାଜ୍ୟରେ ୬୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଓ ୧୦ ମହାସଂଘ ଜରିଆରେ ପ୍ରାୟ ୩ କୋଟି ମାଇକ୍ରୋଫାଇନାନ୍ସ ଋଣ ଆବଂଟନ କରାଯାଇଛି ଏବଂ ଋଣ ପରିଶୋଧ ହାର ୯୫ ପ୍ରତିଶତ ରହିଛି। କୃଷି ବିଜ୍ଞାନ ଭଳି ଅନୁଷ୍ଠାନ ସହ ସହଯୋଗିତାରେ ମହିଳାମାନଙ୍କୁ ବଜାର ଉପଯୋଗୀ ଦକ୍ଷତା ତାଲିମ ପ୍ରଦାନ କରାଯାଇଛି। ବେଦାନ୍ତର ନନ୍ଦଘର କାର୍ଯ୍ୟକ୍ରମରେ ୨.୫ ଲକ୍ଷ ମହିଳା ଯୋଡ଼ି ହୋଇଛନ୍ତି ଯେଉଁଠାରେ ବାଲ୍ୟ ଶିକ୍ଷା, ପୁଷ୍ଟି, ସ୍ୱାସ୍ଥ୍ୟ ସେବା ଓ ଦକ୍ଷତା ଗଠନ ସୁଯୋଗ ଉପରେ ଗୁରୁତ୍ୱାରୋପ କରାଯାଉଛି।
ସାମାଜିକ ସଶକ୍ତୀକରଣ ସହ ସାମାଜିକ ରୂପାନ୍ତରଣ ହୋଇଛି। ଭରୋସା ଓ ଉଟୋରି ଲୋକକଳା ଥିଏଟର କାର୍ଯ୍ୟକ୍ରମ ଜରିଆରେ ବୋଦନ୍ତ ଲିଙ୍ଗଗତ ସାମାଜିକ ସମସ୍ୟାର ମୁକାବିଲା କରୁଛି। ଲକ୍ଷାଧିକ ମହିଳାଙ୍କୁ ଘରୋଇ ହିଂସା, ବାଲ୍ୟ ବିବାହ, ବାଳିକା ଭୃଣହତ୍ୟା ଓ ମହିଳାଙ୍କ ଆଇନଗତ ଅଧିକାର ଉପରେ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କିଶୋରୀ ବାଳିକାଙ୍କ ଦଳ ଗଠନ କରାଯାଇଛି ଯେଉଁମାନେ ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ, ସୁରକ୍ଷା ଓ ଶିଶୁ ଅଧିକାର ଉପରେ ଗୁରୁତ୍ୱାରୋପ କରୁଛନ୍ତି।
ରାଜସ୍ଥାନ ଓ ଉତ୍ତରାଖଣ୍ଡରେ ହିନ୍ଦୁସ୍ତାନ ଜିଙ୍କର ସଖୀ କାର୍ଯ୍ୟକ୍ରମ ପ୍ରାୟ ୧୫୦ କୋଟି ଟଙ୍କାର ଋଣ ଓ ସଂଚୟ ସୃଷ୍ଟି କରିଛି। ସଖୀ ଅଧୀନରେ ମହିଳା ଉଦ୍ୟୋଗୀମାନେ ଡାଇଚି (ଖାଇବା ଜିନିଷ) ଓ ଉପୟା (ବୟନ) ଭଳି ବ୍ରାଣ୍ଡ୍ ସୃଷ୍ଟି କରିଛନ୍ତି ଓ ଇ-କମର୍ସ ଜରିଆରେ ଲକ୍ଷାଧିକ ଟଙ୍କାର କାରବାର କରିଛନ୍ତି। ସଖୀ ଅଧୀନରେ ଉଦୟପୁରରେ ଏକ ପେଟ୍ରୋଲ ପମ୍ପ ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଛି।
ବେଦାନ୍ତ କେର୍ଣ୍ଣ ଅଏଲ ଆଣ୍ଡ ଗ୍ୟାସ ପକ୍ଷରୁ ରାଜସ୍ଥାନ ଓ ଆସାମରେ ମାରୁ ଉଡାନ ଓ ଉନ୍ନତି ପ୍ରକଳ୍ପ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସକ୍ଷମ କରିଛି। ଏହାର ସହାୟତାରେ ଜିଜି ବାଇ ଏସଏଚଜି ଭଳି ଲଘୁ ଉଦ୍ୟୋଗ ମିଲେଟ କୁକିଜ ଭଳି ଉତ୍ପାଦ ପ୍ରସ୍ତୁତ କରୁଥିବା ବେଳେ ଆସାମର ପାରମ୍ପରିକ ବୟନର ପୁନରୁଦ୍ଧାର କରାଯାଇଛି ଯେଉଁଠାରେ କାରିଗରଙ୍କ ଆୟରେ ୨୫% ବୃଦ୍ଧି ଘଟିଛି।
ଓଡ଼ିଶାରେ ବେଦାନ୍ତର ଶୁଭଲକ୍ଷ୍ମୀ ଉଦ୍ୟୋଗିନୀ ଏସ୍‌ଏଚ୍‌ଜିମାନଙ୍କୁ ବେଦମୃତ (ମହୁ), ବେଦମୃତ୍ତିକା (ଟେରାକୋଟା) ଜରିଆରେ ସକ୍ଷମ କରିଛି ଏବଂ ଲାଞ୍ଜିଗଡ଼ରେ ପ୍ରୋଜେକ୍ଟ ଜୀବିକା ସେମାନଙ୍କୁ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ସହ ଯୋଡ଼ିଛି। ପ୍ରୋଜେକ୍ଟ ଆଦିକଳା ପାରମ୍ପରିକ ଏଟିକୋପକା ଲାକରୱେର କଳାର ପୁନରୁଦ୍ଧାର କରିଥିବା ବେଳେ ମହିଳାମାନଙ୍କୁ ତାଲିମ ଦେଇ ସେମାନଙ୍କୁ ଇ-କମର୍ସ ଦୁନିଆ ସହ ଯୋଡ଼ିଛି।

Share

Leave a Reply

Your email address will not be published. Required fields are marked *

seven + 6 =