କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଦ୍ୱାରା ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ୨୦୦ କୋଟି ଟଙ୍କାର ସିଏସ୍ଆର କାର୍ଯ୍ୟକ୍ରମ ଉନ୍ମୋଚିତ
ଭୁବନେଶ୍ୱର: ବିଶ୍ୱର ପଞ୍ଚମ ବୃହତ୍ ଗହଣା ରିଟେଲ୍ ଗ୍ରୁପ୍ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ନୂଆଦିଲ୍ଲୀର ଆମ୍ବେଦକର ଇଂଟରନ୍ୟାସନାଲ ସେଂଟରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଓ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲଙ୍କ ଉପସ୍ଥିତିରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୦୦ କୋଟି ଟଙ୍କାର ସିଏସ୍ଆର୍ ଅଭିଯାନ ଘୋଷଣା କରାଯାଇଛି।
କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଗୋୟଲ ସାରା ଭାରତର ୩୩,୦୦୦ ଛାତ୍ରୀଙ୍କ ପାଇଁ ଶିକ୍ଷାଗତ ବୃତ୍ତି ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମାଲାବାର ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ଏମ୍ ପି ଅହମ୍ମଦ, ପରିଚାଳନା ନିର୍ଦେଶକ-ଭାରତ ପରିଚାଳନା ଶ୍ରୀ ଅସର ଓ, କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ନିଷାଦ ଏ କେ ଓ ଅବଦୁଲ୍ଲା ଇବ୍ରାହିମ ଓ କେରଳ ହାଉସ ରେସିଡେଂଟ୍ କମିସନର ଶ୍ରୀ ପୁନିତ କୁମାର ଆଇଏଏସ , ପ୍ରଥମ ସିିଇଓ ଶ୍ରୀମତୀ ରୁକ୍ମିଣୀ ବାନାର୍ଜୀ ଓ ଥାନାଲ ଅଧ୍ୟକ୍ଷ ଡକ୍ଟର ଇଡ୍ରିସ୍ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ, ମାଲାବାର ଚାରିଟେବୁଲ୍ ଟ୍ରଷ୍ଟର ଏହି ପଦକ୍ଷେପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବେଟି ବଚାଓ, ବେଟି ପଢ଼ାଓ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର କନ୍ୟାମାନଙ୍କୁ ସଶକ୍ତ କରିବାର ସଂକଳ୍ପ ସହିତ ସମାନ ଅଟେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, “ସିଏସ୍ଆର ପାଇଁ ୨୦୦ କୋଟି ଟଙ୍କା ବିନିଯୋଗ କରିବାକୁ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନିଷ୍ପତ୍ତି ଦେଶର ପ୍ରଗତିକୁ ଅଧିକ ମଜବୁତ କରିବ।” ଭାରତର ବିକାଶ ଏହାର ଜନସାଧାରଣ, ବିଶେଷ କରି ମହିଳା ଓ କନ୍ୟାମାନଙ୍କ ସଶକ୍ତୀକରଣ ଉପରେ ପର୍ଯ୍ୟବେସିତ ବୋଲି ସେ ଗୁରୁତ୍ୱାରୋପ କରିବା ସହ ଶିକ୍ଷା ମାଧ୍ୟମରେ ଏକ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ କମ୍ପାନୀର ଉଦ୍ୟମକୁ ପ୍ରଶଂସା କରିଥିଲେ।
ସେ ଛାତ୍ରଛାତ୍ରୀ ଏବଂ ଯୁବ ନାଗରିକମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ, ସୀମିତ ଚିନ୍ତାଧାରାରୁ ଉର୍ଦ୍ଧ୍ୱକୁ ଯାଇ ଆଗକୁ ବଢ଼ିବାକୁ ଏବଂ ଭାରତ ପ୍ରଦାନ କରୁଥିବା ଅଜସ୍ର ସୁଯୋଗର ଲାଭ ଉଠାଇବାକୁ ପ୍ରୋତ୍ସାହିତ କରିବା ସହ ଦେଶର ପ୍ରଗତିରେ ସକ୍ରିୟ ଯୋଗଦାନ କରିବାକୁ ଅନୁରୋଧ କରିଥିଲେ।
ମାଲାବାର ଗ୍ରୁପ୍ ଅଧ୍ୟକ୍ଷ ଏମ୍ ପି ଅହମ୍ମଦ କହିଛନ୍ତି ଯେ, ମାନବ ସମ୍ବଳ ବିକାଶ ହେଉଛି ଜାତୀୟ ଅଭିବୃଦ୍ଧିର ମେରୁଦଣ୍ଡ। ଗୁଣାତ୍ମକ ଶିକ୍ଷା ଜରିଆରେ ପ୍ରତିଭାକୁ ସମୃଦ୍ଧ କରିବା ଜରୁରୀ ଏବଂ ଏହି ବୃତ୍ତି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଗତ ସଫଳତା ହାସଲ କରିବା ଓ ଦେଶର ବିକାଶରେ ଯୋଗଦାନ ଦେବାକୁ ସକ୍ଷମ କରିବ। ଉଲ୍ଲେଖନୀୟ ସିଏସ୍ଆର୍ ନିବେଶ ଜରିଆରେ ସ୍ଥାୟୀ, ଦୀର୍ଘକାଳୀନ ସାମାଜିକ ପ୍ରଭାବ ସୃଷ୍ଟି କରିବାକୁ ଗ୍ରୁପ୍ ପ୍ରତିବଦ୍ଧ ରହିଥିବା ସେ କହିଛନ୍ତି।
୨୦୨୬-୨୭ରେ ୨୦୦ କୋଟି ଟଙ୍କାର ସିଏସ୍ଆର୍ ପ୍ରକଳ୍ପକୁ ୧୫ଟି ପ୍ରମୁଖ ଅଭିଯାନ ଅଧୀନରେ ଦେଶର ୧୯ଟି ରାଜ୍ୟର ୩୦୦୦ରୁ ଅଧିକ ସ୍ଥାନରେ କାର୍ଯ୍ୟକାରୀ କରାଯିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ୨ ଲକ୍ଷରୁ ଅଧିକ ଲୋକ ଉପକୃତ ହେବା ଆଶା କରାଯାଉଛି।
ଏହି ଅଭିଯାନରେ ଶିକ୍ଷା ପ୍ରତି ୧୧୪ କୋଟି ଟଙ୍କାର ଆବଟଂନ କରାଯାଇଛି ଯାହାକୁ ରାସ୍ତାକଡ଼ ପିଲାମାନଙ୍କ ପାଠପଢ଼ା ଓ ବାଳିକାଙ୍କ ଜାତୀୟ ବୃତ୍ତିି କାର୍ଯ୍ୟକ୍ରମ ପାଇଁ ଦିଆଯାଇଛି। କ୍ଷୁଧା ମୁକ୍ତ ବିଶ୍ୱ (ହଙ୍ଗର ଫ୍ରି ୱାର୍ଲଡ) ପ୍ରକଳ୍ପ ପାଇଁ ୩୦ କୋଟି ଟଙ୍କା ଓ ସ୍ୱାସ୍ଥ୍ୟସେବା ଅଭିଯାନ ପାଇଁ ୧୪.୨ କୋଟି ଟଙ୍କା ଆବଂଟନ କରାଯାଇଛି। ବୃଦ୍ଧ ମାଆମାନଙ୍କ ପାଇଁ ‘ଗ୍ରାଣ୍ଡମା ହୋମ୍’ ନାମକ ବାସଗୃହ ପ୍ରକଳ୍ପକୁ ୨୫ କୋଟି ଟଙ୍କା, ମାନବିକ କାର୍ଯ୍ୟକଳାପ ପାଇଁ ୬.୮ କୋଟି ଟଙ୍କା ଓ ପରିବେଶ ସୁରକ୍ଷା ଅଭିଯାନ ପାଇଁ ୧୦ କୋଟି ଟଙ୍କା ଆବଂଟନ କରାଯାଇଛି।
ମାଲାବାର ଗ୍ରୁପ୍ର ୩୩ତମ ବାର୍ଷିକୀର ଅଂଶ ସ୍ୱରୂପ ୧୮ଟି ରାଜ୍ୟର ୨୮୪ଟି ଜିଲ୍ଲାର ୩୩,୦୦୦ ଛାତ୍ରୀଙ୍କୁ ଶିକ୍ଷାବୃତ୍ତିି ପ୍ରଦାନ କରାଯିବ। ଶୁଭାରମ୍ଭ ପରଠାରୁ ଏହି କାର୍ଯ୍ୟକ୍ରମ ଦ୍ୱାରା ୧,୧୫,୦୦୦ ବାଳିକା ଉପକୃତ ହୋଇଛନ୍ତି। ସମସ୍ତ ସିଏସ୍ଆର୍ ଅଭିଯାନକୁ ମାଲାବାର ଚାରିଟେବୁଲ୍ ଟ୍ରଷ୍ଟ୍ ଜରିଆରେ କାର୍ଯ୍ୟକାରୀ କରାଯାଉଛି।
ରାସ୍ତାକଡ଼ ପିଲାମାନଙ୍କ ଥଇଥାନ ପାଇଁ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ପ୍ରଥମ ଏଜୁକେସନ ଫାଉଣ୍ଡେସନ ସହଯୋଗିତାରେ ସାରା ଦେଶରେ ୧୭ଟି ରାଜ୍ୟରେ ୧୫୪୩ ଲଘୁ ଶିକ୍ଷାଦାନ କେନ୍ଦ୍ର ସ୍ଥାପନ କରିଛି। ଚଳିତ ବର୍ଷ ସେଭଳି କେନ୍ଦ୍ର ସଂଖ୍ୟା ୨୫୦୦କୁ ବୃଦ୍ଧି ପାଇବ ଯେଉଁଠାରେ ଛାତ୍ରଛାତ୍ରୀଙ୍କ ନାମଲେଖା ୬୪,୦୦୦ରୁ ବୃଦ୍ଧି ପାଇ ୧ ଲକ୍ଷ ହେବ।
କ୍ଷୁଧା ମୁକ୍ତ ବିଶ୍ୱ ପ୍ରକଳ୍ପ ଅଧୀନରେ ଭାରତ, ଜାମ୍ବିଆ ଓ ଇଥିଓପିଆରେ ଦୈନିକ ୧,୧୫,୦୦୦ ପିଲାଙ୍କୁ ପୁଷ୍ଟିକର ଆହାର ପ୍ରଦାନ କରାଯାଉଛି। ଗ୍ରାଣ୍ଡମା ହୋମ୍ ପ୍ରକଳ୍ପରେ ଦୁଃସ୍ଥ ମହିଳାମାନଙ୍କୁ ମାଗଣା ରହଣୀ ସୁବିଧା ଦିଆଯାଉଛି ଏବଂ ମାଲାବାର-ଥାନାଲ ଫାର୍ମାସି ଦ୍ୱାରା ଅନଗ୍ରସର ଲୋକଙ୍କୁ ରିହାତିରେ ଔଷଧ ଯୋଗାଇ ଦିଆଯାଉଛି।
ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ଇଏସଜି ନୀତିି ଦ୍ୱାରା ପରିଚାଳିତ ହେଉଛି। ଶୁଭାରମ୍ଭ ପରଠାରୁ କମ୍ପାନି ଏହାର ନେଟ ଟ୍ରେଡିଂ ଲାଭର ୫% ସିଏସ୍ଆର୍ କାର୍ଯ୍ୟକଳାପ ପାଇଁ ଆବଂଟନ କରୁଛି। ପ୍ରଥମ ଓ ଥନଲ ଭଳି ଏନ୍ଜିଓ ସହଯୋଗିତାରେ ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ପରିବେଶ ସୁରକ୍ଷା ମହିଳା ଅଭିଯାନ ଉପରେ ଗୁରୁତ୍ୱାରୋପ କରାଯାଉଛି।
ଏହି ପଦକ୍ଷେପ ଦ୍ୱାରା ସାରା ଭାରତର ୧.୮ ନିୟୁତରୁ ଅଧିକ ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିଛି।

