Business

ଆଇବିସି ମୁମ୍ବାଇ ୨୦୨୫ରେ ଓଏଚ୍‌ଏସ୍‌ଇ ସେବା ଉତ୍କର୍ଷତା ପାଇଁ ଟିପିସିଓଡିଏଲ୍‌କୁ ଗୋଲ୍ଡ ଟ୍ରଫି

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ମୁମ୍ବାଇଠାରେ ଅନୁଷ୍ଠିତ ଇଂଟରନ୍ୟାସନାଲ୍ ବିଜନେସ୍ କନ୍‌ଫରେନ୍ସ (ଆଇବିସି) ତଥା ପୁରସ୍କାର ସମାରୋହ ୨୦୨୫ରେ ସମ୍ମାନଜନକ ପୁରସ୍କାର ସହ ସମ୍ମାନିତ ହୋଇଛି। ବିଦ୍ୟୁତ୍ ଶକ୍ତି ସଂଚାରଣ ବର୍ଗରେ ସେବା କ୍ଷେତ୍ରରେ ବୃତିଗତ ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିବେଶ (ଓଏଚ୍‌ଏସ୍‌ଇ) ସେବା ଉତ୍କର୍ଷ ପାଇଁ କମ୍ପାନି ଗୋଲ୍ଡ ଟ୍ରଫି ଓ ସାର୍ଟିଫିକେଟ୍ ହାସଲ କରିଛି।
ସେବା ଭିତିକ ଶିଳ୍ପରେ ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିବେଶ ଅଭ୍ୟାସ ପାଇଁ ଉଚ୍ଚ ମାନକ ବଜାୟ ରଖିବାରେ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ଉତ୍କୃଷ୍ଟ ପ୍ରଦର୍ଶନ ଓ ଉଲ୍ଲେଖନୀୟ ସଫଳତାକୁ ଏହି ସମ୍ମାନ ସ୍ୱୀକୃତି ଦେଉଛି। ଏକ ସୁରକ୍ଷିତ ଓ ସ୍ଥାୟୀ କର୍ମ ପରିବେଶ ସୃଷ୍ଟି କରିବାରେ ସେମାନଙ୍କ ସମର୍ପଣ ଶିଳ୍ପରେ ଉତ୍କର୍ଷତା ପାଇଁ ଏକ ମାନଦଣ୍ଡ ଧାର୍ଯ୍ୟ କରିଛି।
ଟିମ୍‌କୁ ଅଭିନନ୍ଦନ ଜଣାଇ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ସୁରକ୍ଷା ହେଉଛି ଟିପିସିଓଡିଏଲ୍‌ର ମୂଳ ମୂଲ୍ୟ ଏବଂ ଆମ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ କାର୍ଯ୍ୟ ପରିବେଶ ପ୍ରଦାନ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ। ଏକ ସୁରକ୍ଷିତ ଓ ସ୍ଥାୟୀ କର୍ମ ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ଆମ ଟିମ୍‌ର ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି ପୁରସ୍କାର। ନିଜର କାମ, ନବସୃଜନ ଓ ସୁରକ୍ଷା ପ୍ରୋଟୋକଲ୍‌କୁ ପାଳନ କରିବାରେ ସମଗ୍ର ଟିପିସିଓଡିଏଲ୍ ଟିମ୍‌କୁ ମୁଁ ପ୍ରଶଂସା କରୁଛି ଯାହା ଏହି ସମ୍ମାନ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଥିଲା। ଉତ୍କର୍ଷତାର ସହ ଆମ ସମୁଦାୟକୁ ସେବା ପ୍ରଦାନ କରିବା ଲାଗି ଆମ ସୁରକ୍ଷା ଅଭ୍ୟାସକୁ ସୁଦୃଢ଼ କରିବା ଏବଂ ନବସୃଜନକୁ ଆଗକୁ ବଢ଼ାଇବା କାର୍ଯ୍ୟକୁ ଆମେ ଜାରି ରଖିବୁ।’’।

Share

Leave a Reply

Your email address will not be published. Required fields are marked *

11 + thirteen =