Business

‘ଗାଁ ଚାଲ’ ଅଭିଯାନ ଜରିଆରେ ଗ୍ରାମୀଣ ଯୋଗାଯୋଗକୁ ସୁଦୃଢ଼ କରିଛି ଟିପିସିଓଡିଏଲ୍

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର ଗ୍ରାମୀଣ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ‘ଗାଁ ଚାଲ’ ଅଭିଯାନକୁ ବେଶ୍ ବ୍ୟାପକ କରିପାରିଛି। ନିଜ ଲାଇସେନ୍ସପ୍ରାପ୍ତ ଅଂଚଳରେ ଆୟୋଜନ କରାଯାଉଥିବା ଏହି ଗାଁ ସ୍ତରୀୟ ସେବା ଶିବିର ଲୋକମାନଙ୍କୁ ସିଧାସଳଖ ବିଦ୍ୟୁତ୍ ଜନିତ ସେବା ପ୍ରଦାନ କରିବାର ଗୁରୁତ୍ୱପୂର୍ଣ୍ଣ ଟଚ୍‌ପଏଂଟ୍‌ରେ ପରିଣତ ହୋଇଛି। ହଜାର ହଜାର ଗ୍ରାମୀଣ ଗ୍ରାହକ ଏହି ଶିବିରରେ ପହଂଚି ଉପକୃତ ହୋଇଛନ୍ତି। ଶିବିରରେ ନୂଆ ବିଦ୍ୟୁତ୍ ସଂଯୋଗର ପ୍ରକ୍ରିୟାକରଣ, ବିଲ୍ ସଂଶୋଧନ ଏବଂ ଗ୍ରାହକଙ୍କ ପ୍ରଶ୍ନଗୁଡ଼ିକର ସିଧାସଳଖ ସମାଧାନ ସୁବିଧା ପ୍ରଦାନ କରାଯାଉଛି। ଏହି ପଦକ୍ଷେପ ଚିନ୍ତାମୁକ୍ତ ସେବା ପ୍ରଦାନ ସୁନିଶ୍ଚିତ କରିଥିବା ବେଳେ ସହାୟତା ପାଇଁ ଗ୍ରାହକମାନଙ୍କୁ ଆଉ ଗ୍ରାହକ ସେବା କେନ୍ଦ୍ର ପର୍ଯ୍ୟନ୍ତ ଆସିବାକୁ ପଡ଼ୁନାହିଁ।
ସୁବିଧାରେ ସେବା ପ୍ରଦାନ କରିବା ବ୍ୟତୀତ ଏହି ଶିବିରଗୁଡ଼ିକରେ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱାରୋପ କରାଯାଉଛି। ଗ୍ରାମାଂଚଳର ବହୁ ଗ୍ରାହକ ସଫଳତାର ସହ ଟିପିସିଓଡିଏଲ୍‌ର ଡିଜିଟାଲ୍ ପ୍ଲାଟଫର୍ମରେ ଯୋଡ଼ିହୋଇପାରିଛନ୍ତି ଯାହା ସେମାନଙ୍କୁ ଅନଲାଇନ୍‌ରେ ବିଲ୍ ପଇଠ କରିବା, ଅଭିଯୋଗ ପଞ୍ଜୀକରଣ କରିବା ଏବଂ ବାସ୍ତବ ସମୟ ସେବା ଅପ୍‌ଡେଟ୍ ହାସଲ କରିବା ପାଇଁ ସକ୍ଷମ କରିଛି। ଏହି ପଦକ୍ଷେପ ଗ୍ରାମୀଣ ପରିବାରଗୁଡ଼ିକୁ ଶୀଘ୍ର, ଅଧିକ ସ୍ୱଚ୍ଛ ଓ ସୁବିଧାଜନକ ସେବା ହାସଲ କରିବାରେ ସହାୟକ ହୋଇଛି।
ପ୍ରଚଳନରେ ଥିବା ‘ବିଲ୍ ପେ ଆଣ୍ଡ୍ ୱିନ୍‌’ ସ୍କିମ୍ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଏହି ଶିବିରରେ ଉତ୍ସର୍ଗୀକୃତ କାଉନ୍‌ସେଲିଂ ଅଧିବେଶନ ରହୁଛି। ଏହି ଅଧିବେଶନରେ ଠିକ୍ ସମୟରେ ବିଲ୍ ପଇଠକୁ ଉତ୍ସାହିତ କରାଯାଉଥିବା ବେଳେ ଡିଜିଟାଲ୍ ପେମେଂଟ୍ ମାଧ୍ୟମ ବ୍ୟବହାର କରିବାର ଲାଭ ଓ ରିୱାର୍ଡ ଉପରେ ଆଲୋକପାତ କରାଯାଉଛି। ତାହା ଗ୍ରାହକଙ୍କୁ ଡିଜିଟାଲ ରୂପାନ୍ତରଣ ଯାତ୍ରାର ସକ୍ରିୟ ସହଯୋଗୀରେ ପରିଣତ କରିଛି।
‘ଗାଁ ଚାଲ’ ଜରିଆରେ ଟିପିସିଓଡିଏଲ୍ ବିଦ୍ୟୁତ ସେବାକୁ ଗ୍ରାମୀଣ ଗ୍ରାହକଙ୍କ ନିକଟରେ ପହଂଚାଇ ଏବଂ ତୃଣମୂଳ ସ୍ତରରେ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରି ଗ୍ରାମୀଣ ଗୋଷ୍ଠୀ ସହିତ ସମ୍ପର୍କକୁ ସୁଦୃଢ଼ କରିପାରିଛି।

Share

Leave a Reply

Your email address will not be published. Required fields are marked *

seventeen − 4 =