Business

ଟିପିସିଓଡିଏଲ୍ ପକ୍ଷରୁ ପିପିଲି-ଡେଲାଙ୍ଗ ଅଂଚଳରେ ବିଦ୍ୟୁତ୍ ନେଟ୍‌ୱର୍କର ସୁଦୃଢ଼ୀକରଣ; ନୂଆ ଭିତ୍ତିଭୂମି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ

ଭୁବନେଶ୍ୱର: ପିପିଲି-ଡେଲାଙ୍ଗ ଅଂଚଳରେ ବିଦ୍ୟୁତ୍ ଯୋଗାଣରେ ଉନ୍ନତି ଆଣିବା ଦିଗରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଓଡିଏସ୍‌ଏସ୍‌ପି ଫେଜ୍‌-୪ ଅଭିଯାନ ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡିଏସ୍‌ଏସ୍‌ପି ଫେଜ୍‌-୪ ହେଉଛି ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ଏକ ପଦକ୍ଷେପ, ଯାହାର ଲକ୍ଷ୍ୟ ହେଉଛି ଓଡ଼ିଶାର ଗ୍ରାମାଚଂଳରେ ବିଦ୍ୟୁତ୍ ବଣ୍ଟନ ର ଗୁଣାତ୍ମକ ମାନ ଓ ଭରସାଯୋଗ୍ୟତାରେ ଉନ୍ନତି ଆଣିବା ।

ଟିପିସିଓଡିଏଲ୍ ପକ୍ଷରୁ ଦୁଇଟି ୩୩ କେଭି ଫିଡର୍ ଲାଇନ୍‌କୁ କାର୍ଯ୍ୟକ୍ଷମ କରାଯାଇଛି । ଏହାକୁ ପିପିଲି-ଡେଲାଙ୍ଗର ବିଧାୟକ ଆଶ୍ରିତ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଯଥାକ୍ରମେ ୬.୬ କୋଟି ଟଙ୍କା ଓ ୬.୧୩୫ କୋଟି ଟଙ୍କାର ନିବେଶ ସହିତ ଏହି ନୂଆ ଲାଇନ୍ ସାତଶଙ୍ଖ ଗ୍ରିଡ୍ ସବ୍‌ଷ୍ଟେସନ୍ (ଜିଏସ୍‌ଏସ୍‌)କୁ କୁମାରେଶ୍ୱର ପ୍ରାଥମିକ ସବ୍‌ଷ୍ଟେସନ୍ (ପିଏସ୍‌ଏସ୍‌) ଓ ପଟ୍ଟନାୟକ ଛକ ସହ ଯୋଡ଼ିବ । ସମୁଦାୟ ୧୦.୨ ସିକେଏମ୍ ଫିଡର୍ ଲମ୍ବ ସହିତ ଭିତ୍ତିଭୂମିରେ ଏହି ଉନ୍ନତି ଏହି ଅଂଚଳରେ ବିଦ୍ୟୁତ୍‌ ଯୋଗାଣର ଗୁଣାତ୍ମକ ମାନ ଓ ଭରସାଯୋଗ୍ୟତାରେ ଉଲ୍ଲେଖନୀୟ ଉନ୍ନତି ଆଣିବ ।

ଏହି ଉନ୍ନତ ନେଟ୍‌ୱର୍କ ଦ୍ୱାରା ସାକ୍ଷୀଗୋପାଳର ପ୍ରାୟ ୧୪,୦୦୦ ଗ୍ରାହକ ଏବଂ ସାତଶଙ୍ଖର ୧୨,୦୦୦ ଗ୍ରାହକ ଉପକୃତ ହେବା ଆଶା କରାଯାଉଛି । ଏହା ଏହି ଅଂଚଳର ଦୀର୍ଘଦୀନର ଭୋଲଟେଜ୍ ସମସ୍ୟା ଏବଂ ନିୟମିତ ବ୍ୟବଧାନରେ ହେଉଥିବା ବିଦ୍ୟୁତ୍ ବିଭ୍ରାଟ ସମସ୍ୟାର ସମାଧାନ କରିବା ସହ ଭବିଷ୍ୟତର ଲୋଡ୍ ବୃଦ୍ଧିର ମୁକାବିଲାରେ ସହାୟକ ହେବ ।

ଉଦ୍‌ଘାଟନୀ ସମାରୋହରେ ବିଧାୟକ ଆଶ୍ରିତ ପଟ୍ଟାନୟକ ଏହି ଅଭିଯାନକୁ ପ୍ରଶଂସା କରି କହିଛନ୍ତି ଯେ, “ଏହି ପ୍ରକଳ୍ପ ପିପିଲି, ସାକ୍ଷୀଗୋପାଳ ଓ ସାତଶଙ୍ଖର ଲୋକମାନଙ୍କୁ ଭରସାଯୋଗ୍ୟ ଓ ଦୃଢ଼ ବିଦ୍ୟୁତ୍ ଭିତ୍ତିଭୂମି ପ୍ରଦାନ କରିବା ପାଇଁ ସରକାର ଏବଂ ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ଦୋହରାଉଛି ।’’

ଏହି ନିବେଶ ଓଡ଼ିଶାର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାର ଆଧୁନିକରଣ କରିବା ଏବଂ ଲାଇସେନ୍ସପ୍ରାପ୍ତ ଅଂଚଳରେ ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣିବା ପାଇଁ ରହିଥିବା ବ୍ୟାପକ ମିଶନର ଅଂଶ ବୋଲି ଟିପିସିଓଡିଏଲ୍‌ର ଅଧିକାରୀମାନେ ଆଲୋକପାତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

fifteen + 15 =