Business

କଳିଙ୍ଗ ସେଫ୍ଟି ଏକ୍ସଲେନ୍ସ ନ୍ୟାସନାଲ ଆୱାର୍ଡରେ ଟିପିସିଓଡିଏଲକୁ ‘ପ୍ରିମିୟମ ଗୋଲ୍ଡ’ ସମ୍ମାନ

ଭୁବନେଶ୍ୱର, ୨୭ ନଭେମ୍ବର ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), କୁ କଳିଙ୍ଗ ସେଫ୍ଟି ଏକ୍ସଲେନ୍ସ ନ୍ୟାସନାଲ ଆୱାର୍ଡରେ ‘ପ୍ରିମିୟମ ଗୋଲ୍ଡ’ ବର୍ଗରେ ସମ୍ମାନିତ କରାଯାଇଛି। ନିକଟରେ ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଆୟୋଜିତ ନ୍ୟାସନାଲ ସେଫ୍ଟି କନକ୍ଲେଭ ୨୦୨୫ରେ କମ୍ପାନୀକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ ଏନଭାଇରନମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ (ଆଇକ୍ୟୁଇଏମଏସ୍) ଦ୍ୱାରା ସ୍ଥାପିତ ଏହି କଳିଙ୍ଗ ସେଫ୍ଟି ଏକ୍ସଲେନ୍ସ ଆୱାର୍ଡ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ (ଓଏସଏଚ/ଏସଏଚଇ) କ୍ଷେତ୍ରରେ ଭାରତର ଅନ୍ୟତମ ପ୍ରମୁଖ ସମ୍ମାନ ଭାବେ ପରିଗଣିତ ହୁଏ। ୨୦୨୪ ବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା, ସଚେତନତା କାର୍ଯ୍ୟକ୍ରମ ଏବଂ ସାମଗ୍ରିକ ସୁରକ୍ଷା ସଂସ୍କୃତି ଭଳି ପ୍ରମୁଖ ମାନଦଣ୍ଡଗୁଡ଼ିକର କଠୋର ଏବଂ ନିରପେକ୍ଷ ସମୀକ୍ଷା ମାଧ୍ୟମରେ ବିଭିନ୍ନ ସଂସ୍ଥାକୁ ଚୟନ କରାଯାଇଥିଲା।
ଟିପିସିଓଡିଏଲର ଏହି ‘ପ୍ରିମିୟମ ଗୋଲ୍ଡ’ ସ୍ୱୀକୃତି କମ୍ପାନୀର ସୁରକ୍ଷାକୁ ଅଗ୍ରାଧିକାର ଏବଂ କାର୍ଯ୍ୟକ୍ଷେତ୍ରରେ ନିରନ୍ତର ଉନ୍ନତି ପାଇଁ ଥିବା ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଟିପିସିଓଡିଏଲର ସିଓଓ ଦୁଷ୍ୟନ୍ତ କୁମାର ତ୍ୟାଗୀ ଏହି ପୁରସ୍କାର ଗ୍ରହଣ କରିଥିଲେ। ଉତ୍ତରପ୍ରଦେଶର ମାନ୍ୟବର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡ. ରାଜବୀର ସିଂହ, ଯାଜପୁର ସାଂସଦ ଡ. ରବି ନାରାୟଣ ବେହେରା, ବରିଷ୍ଠ ବିଜେପି ନେତା ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଏବଂ ବ୍ରିଗେଡିୟର ଆଲୋକ ଜୈନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ।
ଏହି ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ି ଭୁବନେଶ୍ୱରରେ ଅନୁଷ୍ଠିତ କନକ୍ଲେଭରେ ଟିପିସିଓଡିଏଲ ପାରାଦ୍ଵୀପ ଇଲେକ୍ଟ୍ରିକାଲ ସର୍କଲକୁ ‘ବୃହତ ଶିଳ୍ପ (ଗୋଲ୍ଡ କ୍ୟାଟେଗୋରୀ)’ ରେ କଳିଙ୍ଗ ସେଫ୍ଟି ଏକ୍ସଲେନ୍ସ ନ୍ୟାସନାଲ ଆୱାର୍ଡରେ ସମ୍ମାନିତ କରାଯାଇଛି। ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏହି ପୁରସ୍କାର ପ୍ରଦାନ କରିଥିଲେ।
ଏହି ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଟିପିସିଓଡିଏଲର ସିଇଓ ଅରଭିନ୍ଦ ସିଂହ କହିଛନ୍ତି ଯେ, “ଏହି ସ୍ୱୀକୃତି ସୁରକ୍ଷା ପ୍ରତି ଆମର ନିରନ୍ତର ପ୍ରତିବଦ୍ଧତା ଏବଂ ସେବା ଯୋଗାଣରେ ସର୍ବୋଚ୍ଚ ମାନ ବଜାୟ ରଖିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ଆମ ଟିମର ଉତ୍ସର୍ଗୀକୃତ ମନୋଭାବର ପରିଚୟ। ଆମେ ଏକ ସୁରକ୍ଷିତ ତଥା ସୁଦୃଢ଼ ସଂସ୍ଥା ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହା ପ୍ରତିଦିନ ଆମ କର୍ମଚାରୀ, ସହଯୋଗୀ ଏବଂ ଉପଭୋକ୍ତାଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଥାଏ।”
ଏହି ଦୁଇଟି ସମ୍ମାନ ଟିପିସିଓଡିଏଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ଏହାର ସମସ୍ତ ପରିଚାଳନା କ୍ଷେତ୍ରରେ ଏକ ସୁରକ୍ଷିତ, ଦାୟିତ୍ୱବାନ ଏବଂ ଲୋକକୈନ୍ଦ୍ରିକ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।

Share

Leave a Reply

Your email address will not be published. Required fields are marked *

seventeen − nine =