Business

ଟିପିସିଓଡିଏଲ୍ ପକ୍ଷରୁ ଉତ୍ସବ ଋତୁରେ ସୁରକ୍ଷା ତଦାରଖ ଓ ବିଦ୍ୟୁତ୍ ବ୍ୟବହାର ସମ୍ବନ୍ଧରେ ଲୋକଙ୍କୁ ସଚେତନତା

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କର ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଲୋକମାନଙ୍କ ସୁରକ୍ଷା ଏବଂ ଭରସାଯୋଗ୍ୟ ବିଦ୍ୟୁତ୍ ସରବରାହ ନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଭୁବନେଶ୍ୱର ଓ କଟକର ପ୍ରମୁଖ ସ୍ଥାନ ଯଥା ୟୁନିଟ-୧, ୟୁନିଟ-୨, ବଡଗଡ, ରସୁଲଗଡ଼, ଖଣ୍ଡଗିରି, ବରମୁଣ୍ଡା, ଚନ୍ଦ୍ରଶେଖରପୁର, ପାୱାରହାଉସ୍ ଛକ, ସିଆରପି ଛକ, ବାଦାମବାଡ଼ି, ଦୋଳମୁଣ୍ଡାଇ, ରାଣୀହାଟ, ବକ୍ସିବଜାର, ଚୌଧୁରୀ ବଜାର, ସିଡିଏ ଏବଂ ବିଡାନାସୀରେ ଥିବା ପୂଜା ପେଣ୍ଡାଲ୍‌, ଭେଣ୍ଡିଂ ଜୋନ ଓ ବଜାର ଅଞ୍ଚଳ ଗୁଡ଼ିକରେ ବିସ୍ତୃତ ତଦାରଖ କାର୍ଯ୍ୟ ଚାଲିଛି।
ଏହା ବ୍ୟତୀତ କମ୍ପାନି ପକ୍ଷରୁ ଜନବହୁଳ ଅଚଳଗୁଡିକରେ ପାର୍ବଣ ସମୟରେ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ଉପରେ କଡା ନଜର ରଖିବା ପାଇଁ ବିଶେଷ ନିରୀକ୍ଷଣ ଦଳ ମୂତୟନ କରାଯାଇଛି। ଅଗ୍ନିକାଣ୍ଡ, ଓଭରଲୋଡିଙ୍ଗ୍ ଏବଂ ବିଦ୍ୟୁତ୍ ବିଚ୍ଛିନ୍ନ ଆଦି ବିପଦକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପଗୁଡ଼ିକ ଗ୍ରହଣ କରାଯାଇଛି।
ଏହି ତଦାରଖରେ ଅସ୍ଥାୟୀ ବିଦ୍ୟୁତ୍ ବ୍ୟବସ୍ଥାର ସୁରକ୍ଷା ମୂଲ୍ୟାଙ୍କନ କରିବା ଉପରେ ଧ୍ୟାନ ଦିଆଯାଇଛି। ସେଥିରେ ଉପଯୁକ୍ତ ଓୟାରିଂ, ଲୋଡ୍ ପରିଚାଳନା ଏବଂ ଆର୍ôଥଂ ପ୍ରଣାଳୀ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଟିପିସିଓଡିଏଲ୍ ଦଳଗୁଡିକ ପୂଜା ଆୟୋଜକ ଓ ବିକ୍ରେତାମାନଙ୍କ ସହିତ ଯୋଡ଼ି ହୋଇ ବୃହତ ସାର୍ବଜନୀନ କାର୍ଯ୍ୟକ୍ରମ ସମୟରେ ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ବିଦ୍ୟୁତ ବ୍ୟବହାରର ଶ୍ରେଷ୍ଠ ଅଭ୍ୟାସ ବିଷୟରେ ସେମାନଙ୍କୁ ସଚେତନ କରିଥିଲେ। ଅଧିକ ଜନସଚେତନତା ସୃଷ୍ଟି କରିବା ପାଇଁ ଚୟନ କରାଯାଇଥିବା ଅଂଚଳଗୁଡ଼ିକରେ ପାମ୍ପଲେଟ୍ ଏବଂ ସୁରକ୍ଷା ପରାମର୍ଶବଳୀ ମଧ୍ୟ ବିତରଣ କରାଯାଇଥିଲା।
ଟିପିସିଓଡିଏଲ ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, ‘‘ପାର୍ବଣ ହେଉଛି ଉତ୍ସବ ପାଳନର ସମୟ। କିନ୍ତୁ ସୁରକ୍ଷା ସର୍ବଦା ପ୍ରାଥମିକତା ଅଟେ। ବିଦ୍ୟୁତ୍ ଜନିତ ଦୁର୍ଘଟଣା ରୋକିବା ଏବଂ ଆଇନଗତ ବିଦ୍ୟୁତ୍ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ଆମେ ଏହି ପଦକ୍ଷେପ ଗ୍ରହଣ କରିଛୁ ଯାହା ଜନସାଧାରଣ ଏବଂ ବିଦ୍ୟୁତ୍ ବ୍ୟବସ୍ଥା ଉଭୟ ପାଇଁ ଲାଭଦାୟକ ହେବ।’’
ଟିପିସିଓଡିଏଲ ପକ୍ଷରୁ ଜନସାଧାରଣ, ଉତ୍ସବ ଆୟୋଜକ ଏବଂ ରାସ୍ତା ପାର୍ଶ୍ୱ ବେପାରୀମାନଙ୍କୁ କେବଳ ଅନୁମୋଦିତ ବିଦ୍ୟୁତ୍ ସଂଯୋଗ ବ୍ୟବହାର କରିବାକୁ ଏବଂ କୌଣସି ଅସୁରକ୍ଷିତ କିମ୍ବା ବେଆଇନ ଅଭ୍ୟାସ ଦେଖାଗଲେ ତୁରନ୍ତ ଜଣାଇବାକୁ ଅନୁରୋଧ କରାଯାଇଛି। ସମସ୍ତ ଗ୍ରାହକଙ୍କୁ ସୁରକ୍ଷିତ, ବିଶ୍ୱସନୀୟ ଏବଂ ଉଚ୍ଚଗୁଣବତ୍ତାର ବିଦ୍ୟୁତ୍ ଯୋଗାଇବା ପାଇଁ କମ୍ପାନି ନିଜ ପ୍ରତିବଦ୍ଧତାରେ ଅଟଳ ରହିଛି।

Share

Leave a Reply

Your email address will not be published. Required fields are marked *

5 × 2 =