ବ୍ୟାଙ୍କ ଅଫ ବରୋଦାର ନୂଆ ‘ବିଓବି ଫ୍ଲେକ୍ସି ସିଷ୍ଟମେଟିକ ଡିପୋଜିଟ ପ୍ଲାନ’
ଭୁବନେଶ୍ୱର: ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଆର୍ôଥକ ପରିବେଶରେ ଗ୍ରାହକମାନେ ଏଭଳି ସଞ୍ଚୟ ସମାଧାନ ସନ୍ଧାନ କରୁଛନ୍ତି ଯାହା ସେମାନଙ୍କ ବ୍ୟକ୍ତିଗତ ଆର୍ôଥକ ଲକ୍ଷ୍ୟ ପୂରଣ କରିପାରିବ। ସେହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଏକ ଅଭିନବ ଓ ବିକଳ୍ପ ଯୁକ୍ତ ରିକରିଂ ଜମା ଉତ୍ପାଦ ‘ବିଓବି ଫ୍ଲେକ୍ସି ସିଷ୍ଟମେଟିକ ଡିପୋଜିଟ ପ୍ଲାନ (ବିଓବି ଫ୍ଲେକ୍ସି ଏସଡିପି)’ ଉନ୍ମୋଚନ କରାଯାଇଛି ଯାହା ଗ୍ରାହକମାନଙ୍କୁ ସେମାନଙ୍କ ସାମର୍ଥ୍ୟ ଅନୁସାରେ ମାସିକ ନିବେଶ ବଢ଼ାଇବାର ସୁବିଧା ପ୍ରଦାନ କରୁଛି।
ବିଓବି ଫ୍ଲେକ୍ସି ସିଷ୍ଟମେଟିକ ଡିପୋଜିଟ୍ ପ୍ଲାନ୍ ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ଜମା ଅବଧିରେ ଅଧିକ ରିଟର୍ଣ୍ଣ ପ୍ରଦାନ କରୁଛି ଯାହା ନିବେଶ ପୋର୍ଟଫୋଲିଓକୁ ସ୍ଥିରତା ଦେଉଛି ଏବଂ ଗ୍ରାହକମାନଙ୍କୁ ସେମାନଙ୍କ ମାସିକ କିସ୍ତି ନିଜର ଆର୍ôଥକ ସ୍ଥିତି ଅନୁସାରେ ବଢ଼ାଇପାରିବାର ବିକଳ୍ପ ପ୍ରଦାନ କରୁଛି।
ପାରମ୍ପରିକ ରିକରିଂ ଜମା (ଆରଡି)ରେ ମାସିକ ନିର୍ଦ୍ଦିଷ୍ଟ ରାଶି ନିବେଶ ଜରିଆରେ ନିୟମିତ ସଞ୍ଚୟକୁ ଉତ୍ସାହିତ କରାଯାଇଥାଏ। ମାତ୍ର ବିଓବି ଫ୍ଲେକ୍ସି ଏସ୍ଡିପି ଗ୍ରାହକମାନଙ୍କୁ ସେମାନଙ୍କ ମାସିକ ଜମା ରାଶିକୁ ମୂଳ କିସ୍ତି ରାଶିର ୧୦ ଗୁଣା ପର୍ଯ୍ୟନ୍ତ ବଢ଼ାଇବା ସହ ସର୍ବାଧିକ ମାସିକ ୧ ଲକ୍ଷ ଟଙ୍କା କିସ୍ତି ଦେବାର ସୁବିଧା ପ୍ରଦାନ କରୁଛି। ବିଓବି ଫ୍ଲେକ୍ସି ଏସଡିପି ପିଲାଙ୍କ ପାଠପଢ଼ା, ବିବାହ, ଭ୍ରମଣ କିମ୍ବା ଜରୁରୀକାଳୀନ ସ୍ଥିତି ପାଇଁ ଆର୍ôଥକ ପାଣ୍ଠି ଗଠନ କରିବା ଲାଗି ଉପଯୁକ୍ତ କରିପାରିଛି।
ବିଓବି ଫ୍ଲେକ୍ସି ଏସଡିପିର ଅନ୍ୟତମ ସୁବିଧା ହେଉଛି ଯଦିଓ ଅବଦାନ ରାଶି ମାସିକିଆ ଭିତ୍ତିରେ ଦିଆଯାଉଛି, ତଥାପି ଗ୍ରାହକମାନେ ଚାହିଲେ ନିଜ ଜମାର ପୁରା ଅବଧି ପାଇଁ ନିର୍ଦ୍ଦିଷ୍ଟ କିମ୍ବା ଉଚ୍ଚ ସୁଧ ହାର ଧାର୍ଯ୍ୟ କରିପାରିବେ। ପରବର୍ତ୍ତୀ ଜମା ରାଶି ଗୁଡ଼ିକ କମ ଅବଧି ପାଇଁ ଦିଆଗଲେ ମଧ୍ୟ ସେମାନେ ସାରା ଅବଧି ପାଇଁ ଅଧିକ ସୁଧ ପାଇପାରିବେ।
ଉଦାହରଣ ସ୍ୱରୂପ ଯଦି କୌଣସି ଗ୍ରାହକ ୨ ବର୍ଷିଆ ବିଓବି ଫ୍ଲେକ୍ସି ଏସଡିପି ଚୟନ କରିବେ ତେବେ ତାଙ୍କୁ ପ୍ରଯୁଯ୍ୟ ସୁଧ ହାର ବାର୍ଷିକ ୬.୫୦% (ବରିଷ୍ଠ ନାଗରିକଙ୍କୁ ୭% ଓ ସୁପର ସିନିୟରଙ୍କୁ ବାର୍ଷିକ ୭.୧୦%) ସୁଧ ସମସ୍ତ ୨୪ଟି ମାସିକିଆ କିସ୍ତି ପାଇଁ ପ୍ରଦାନ କରାଯିବ, ଯଦିଓ ପରବର୍ତ୍ତି ମାସିକିଆ କିସ୍ତି ଗୁଡ଼ିକ ପ୍ରକୃତରେ ୨ ବର୍ଷ ପାଇଁ ନିବେଶ ହୋଇନାହିଁ।
ଏହି ପ୍ଲାନରେ ନିଶ୍ଚିତ ରିଟର୍ଣ୍ଣର ପ୍ରତିଶ୍ରୁତି ରହିଛି ଓ ବଜାର ସହ ଜଡ଼ିତ କୌଣସି ବିପଦ ନାହିଁ। ଗ୍ରାହକମାନେ ସର୍ବନିମ୍ନ ୫୦୦ ଟଙ୍କାରୁ ଏହି ଜମା ଆରମ୍ଭ କରିପାରିବେ ଏବଂ ଅତିରିକ୍ତ ଜମାରାଶିକୁ ୧୦୦ ଟଙ୍କାର ଗୁଣିତକ ହିସାବରେ ଦେଇପାରିବେ। ଜମାର ଅବଧି ୬ ମାସରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ରହିଛି। ଜମା ରାଶିର ୯୫% ପର୍ଯ୍ୟନ୍ତ ରାଶିକୁ ଋଣ/ଓଭରଡ୍ରାଫ୍ଟ ଭାବେ ନିଆଯାଇପାରିବ ଏବଂ ଏଥିରେ ନୋମିନି ସୁବିଧା ମଧ୍ୟ ରହିଛି।
ସାରା ଦେଶରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖାରେ ବିଓବି ଫ୍ଲେକ୍ସି ଏସଡିପି ଖୋଲାଯାଇପାରିବ। ଏହି ମିଆଦୀ ଜମା ବ୍ୟତୀତ ବ୍ୟାଙ୍କ ଅଫ ବରୋଦା ସ୍ମାର୍ଟ, ଲକ୍ଷ୍ୟ ଆଧାରିତ ଓ ଗ୍ରାହକ କୈନ୍ଦ୍ରୀକ ଆର୍ôଥକ ସମାଧାନ ଉପସ୍ଥାପନ କରିବା ଜାରି ରଖିବ।
For more details on bob Flexi SDP, visit: https://www.bankofbaroda.in/personal-banking/accounts/term-deposit/recurring-deposit/flexible-recurring-deposit-scheme

