Business

ଟିସିଏସ ପକ୍ଷରୁ ସ୍ଥାୟିତ୍ୱ ରିପୋର୍ଟିଂ ଓ ପରିବେଶ ପ୍ରଭାବ ହ୍ରାସ ପାଇଁ ଟାଟା ମୋଟର୍ସ ସହ ସହଯୋଗିତା

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ଆଇଟି କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପକ୍ଷରୁ ଟାଟା ମୋଟର୍ସ ସହ ଏକ ସହଯୋଗିତା ସ୍ଥାପନ କରାଯାଇଛି। ଏହା ଅଧୀନରେ କମ୍ପାନିର ସଷ୍ଟେନେବିଲିଟି ଉଦ୍ୟମକୁ ତ୍ୱରାନ୍ୱିତ କରିବାରେ ଟିସିଏସ ସାହାଯ୍ୟ କରିବ। ଟିସିଏସର ଏଆଇ ପରିଚାଳିତ ଇଂଟେଲିଜେଂଟ ଅର୍ବାନ ଏକ୍ସଚେଂଜ ଆଧାରିତ ଟାଟା ମୋଟର୍ସର ସଷ୍ଟେନେବିଲିଟି ପ୍ଲାଟଫର୍ମ ‘ପ୍ରକୃତି’ ଇଏସଜି ଡାଟାକୁ ଡିଜିଟାଇଜ କରିବ ଏବଂ ବାସ୍ତବ ସମୟ ନିରୀକ୍ଷଣ, ସ୍ୱୟଂକ୍ରିୟ ଇଏସଜି ପାଳନ ରିପୋର୍ଟିଂ ଓ ଡାଟା ଆଧାରିତ ସ୍ଥାୟିତ୍ୱ ସୂଚନା ଦେଇ ଟାଟା ମୋଟର୍ସର ସମସ୍ତ କାର୍ଯ୍ୟକ୍ଷେତ୍ର ଓ କାରଖାନାଗୁଡ଼ିକରେ ପରିବେଶ ପ୍ରଭାବ ମାପିବାରେ ଟାଟା ମୋଟର୍ସର କ୍ଷମତାକୁ ସୁଦୃଢ଼ କରିବ।
ଟିସିଏସ ସହ ସହଯୋଗିତାରେ ଟାଟା ମୋଟର୍ସ ଇଏସଜି ଡାଟାକୁ ଏକ ଏକକ ପ୍ଲାଟଫର୍ମ ସହ ସମନ୍ୱିତ କରିଛି ଯାହା ଏମିସନ ହିସାବ, ନିୟାମକ ରିପୋର୍ଟିଂ ଓ ଅତ୍ୟାଧୁନିକ ସଷ୍ଟେନେବିଲିଟି ଆନାଲିଟିକ୍ସକୁ ସକ୍ଷମ କରିଛି। ଟାଟା ମୋଟର୍ସ ଏହି ସ୍ଥାୟିତ୍ୱ ରଣନୀତିକୁ ଏହାର ଯୋଗାଣ ଶୃଙ୍ଖଳ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ସେବିର ବ୍ୟବସାୟ ଦାୟିତ୍ୱ ଓ ସ୍ଥାୟିତ୍ୱ ରିପୋର୍ଟିଂ (ବିଆରଏସଆର) ଫ୍ରେମୱର୍କ ପାଳନକୁ ସୁନିଶ୍ଚିତ କରିବାକୁ ଚାହୁଛି।
ଏ ସମ୍ପର୍କରେ ଟାଟା ମୋଟର୍ସର ଚିଫ ସଷ୍ଟେନେବିଲିଟି ଅଫିସର ଏସଜେଆର କୁଟି କହିଛନ୍ତି ଯେ, “ଆମର ଟାଟା ଗ୍ରୁପ୍ର ଗ୍ରହର ସ୍ଥାୟିତ୍ୱ ପ୍ରତି ପ୍ରତିବଦ୍ଧତା ଆମ ପ୍ରୋଜେକ୍ଟ ‘ଆଲିଙ୍ଗନ’ରେ ବର୍ଣ୍ଣନା କରାଯାଇଛି ଯାହା ଆମର ବ୍ୟବସାୟ ଏବଂ ଯୋଗାଣ ଶୃଙ୍ଖଳକୁ ଡିକାର୍ବନାଇଜେସନ୍ କରିବା, ବ୍ୟବସ୍ଥିତ ସର୍କୁଲାର ଅର୍ଥନୀତି ଆଭିମୁଖ୍ୟ ଗ୍ରହଣ କରିବା ଓ ପ୍ରକୃତି ଓ ଜୈବବିବିଧତାର ପୁନରୁଦ୍ଧାର କରିବା ଭଳି ତିନି ସ୍ତମ୍ଭ ଉପରେ ଆଧାରିତ। ଏତି ସହିତ ସହିତ ଇଏସଜିର ସମସ୍ତ ଦିଗ ଉପରେଗୁରୁତ୍ୱ ଦେବା ଏକ ସ୍ଥାୟୀ ଭବିଷ୍ୟତ ଗଢ଼ିବା ପ୍ରତି ଆମର ସମର୍ପଣକୁ ଦର୍ଶାଉଛି। ଟିସିଏସ ଭଳି ଅଗ୍ରଣୀ ପ୍ରଯୁକ୍ତି କମ୍ପାନି ସହିତ ସହଯୋଗିତା ଆମକୁ ଆମର ସ୍ଥାୟିତ୍ୱ ଯାତ୍ରାରେ ବୁଦ୍ଧିମତା ଓ ଅଟୋମେସନକୁ ଯୋଡ଼ିବାରେ ସକ୍ଷମ କରି ଆମ ପରିଚାଳନା ଓ ମୂଲ୍ୟ ଶୃଙ୍ଖଳା କେବଳ ନିୟମ ପାଳନ କରୁନାହିଁ ବରଂ ସ୍ଥାୟୀ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ବୋଲି ନିଶ୍ଚିତ କରୁଛି। ଏହି ସହଯୋଗ ଗାଡ଼ି ଶିଳ୍ପ ଓ ତା’ ବାହାରେ ପରିବର୍ତନ ପାଇଁ ଜଳବାୟକୁ ପରିବର୍ତନର ବାର୍ତାବହ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଦର୍ଶାଉଛି।”
ଟାଟା ମୋଟର୍ସ ଡିଜିଟାଲ୍‌.ଏଆଇ ଲ୍ୟାବ୍ସ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କନ୍ନନ କହିଛନ୍ତି ଯେ, “ଟିସିଏସ୍ ସହିତ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଟାଟା ମୋଟର୍ସକୁ ସ୍ଥାୟିତ୍ୱ ପଦକ୍ଷେପର ପରିଚାଳନା ଓ ସଂଗଠିତ କରିବାରେ ନୂଆ ମାନଦଣ୍ଡ ଧାର୍ଯ୍ୟ କରିବାକୁ ସକ୍ଷମ କରିଛି ଯାହା ବିଆରଏସଆର ମାନକ ସହିତ ସମନ୍ୱିତ ରହିଛି। ଏକ ବ୍ୟାପକ ନିୟାମକ ଆଶା ଯୁଗରେ ଏକ ଉଦ୍ଦେଶ୍ୟ ଗଠିତ ତଥା ଡାଟା, ସୁଚନା ଓ ଆନାଲିଟିକ୍ସ ସହ ଗଠିତ ଏକ ଡିଜିଟାଲ ସ୍ଥାୟିତ୍ୱ ମେରୁଦଣ୍ଡ ଆମ ମୂଳ୍ୟ ଶୃଙ୍ଖଳାରେ ପରିବେଶଜନିତ ଦାୟିତ୍ୱବାନ ପରିଚାଳନା ସକ୍ଷମ କରୁଛି। ଏହି ଭବିଷ୍ୟତମୁଖୀ ଆଭିମୁଖ୍ୟ ସ୍ୱଚ୍ଛତା, ନବସୃଜନ ଓ ସ୍ଥାୟୀ ଗମନାଗମନ ପ୍ରତି ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।”
ଟିସିଏସର ସଭାପତି-ମାନୁଫାକଚରିଂ ଅନୁପମ ସିଂଘଲ କହିଛନ୍ତି ଯେ, “ଟିସିଏସରେ ଆମେ ସ୍ଥାୟିତ୍ୱକୁ କେବଳ ଏକ ବ୍ୟବସାୟ ଆବଶ୍ୟକତା ନୁହେଁ ବରଂ ସମାଜ ଓ ସାଧାରଣ ନାଗରିକଙ୍କ ପ୍ରତି ଏକ ମିଳିତ ଦାୟିତ୍ୱ ଭାବରେ ଦେଖୁଛୁ। ଟାଟା ମୋଟର୍ସ ସହିତ ଆମ ସହଯୋଗିତା ଏହି ବିଶ୍ୱାସ ଉପରେ ଆଧାରିତ ଯାହା ହେଉଛି ଏଆଇ ଶକ୍ତି ଥିବା ପ୍ଲାଟଫର୍ମ ଭଳି ଆଇୟୁଏକ୍ସକୁ ବ୍ୟବହାର କରି କରି ବିନିର୍ମାଣ ମୂଲ୍ୟ ଶୃଙ୍ଖଳାରେ ବୁଦ୍ଧିମାନ, ସ୍ୱଚ୍ଛତା ଓ ଦାୟିତ୍ୱକୁ ସମନ୍ୱିତ କରିବ। ମିଳିତ ଭାବେ ଆମେ ସଂସ୍ଥାଗୁଡ଼ିକ କିଭଳି ପରିଚାଳିତ ହୁଅନ୍ତି ତାହାକୁ ପୁନଃ କଳ୍ପିତ କରୁଛୁ। ସେଗୁଡ଼ିକୁ କେବଳ ଅଧିକ ସ୍ଥାୟୀ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ନୁହେଁ ବରଂ ଏକ ସ୍ୱଚ୍ଛ, ଅଧିକ ଦାୟିତ୍ୱବାନ ଦୁନିଆ ଆଶା କରିବା ସହ ସମନ୍ୱିତ ହୋଇଛି।”
ଟିସିଏସର ଭିପି ଏବଂ ହେଡ୍‌- ଡିଜିଟାଲ୍ ସଫ୍ଟୱେୟାର ଏବଂ ସଲ୍ୟୁସନ୍ସ ଆଶ୍ୱିନୀ ସାକ୍ସେନା କହିଛନ୍ତି ଯେ, “ଆଇୟୁଏକ୍ସ ଫର୍ ସଷ୍ଟେନେବିଲିଟି ଏହାର ଏଆଇ/ଜେନଏଆଇ ଉପଯୋଗରେ ଅଗ୍ରଣୀ ଯାହା ସ୍ମାର୍ଟ ଏଂଟରପ୍ରାଇଜଗୁଡ଼ିକ ପାଇଁ ୩ ପ୍ରମୁଖ ସଷ୍ଟେନେବିଲିଟି ରୂପାନ୍ତରଣ ବିଷୟକୁ ପରିଚାଳନା କରୁଛି। ତାହା ହେଉଛି ନେଟ ଜିରୋ ଯାତ୍ରା ଏବଂ ନିୟାମକ ପାଳନକୁ ତ୍ୱରାନ୍ୱିତ କରିବା, କାର୍ବନ ମୂଲ୍ୟ ଶୃଙ୍ଖଳାରେ ଉନ୍ନତି ଓ ବଜାୟ ରଖିବା ଏବଂ ଜୈବବିବିଧତା ଓ ‘କାର୍ବନ ଫର ଗୁଡ’ କାର୍ଯ୍ୟକ୍ରମ ଜରିଆରେ ଜଳବାୟୁ ଜନିତ ବିପଦ କମ କରିବା। ଏହା ଜରିଆରେ ଆମେ ଟାଟା ମୋଟର୍ସକୁ ସ୍ଥାୟିତ୍ୱ କିଭଳି ପରିଚାଳନା ଉତ୍କର୍ଷ, ଅଂଶୀଦାର ସହଯୋଗିତା ଏବଂ ଦୀଘକାଳୀନ ମୂଲ୍ୟ ସୃଷ୍ଟି କରେ ତାହାର ପୁନଃ ପରିକଳ୍ପନାକୁ କରିବାକୁ ସକ୍ଷମ କରୁଛୁ। ଆମେ ନିୟମ ପାଳନ ବାହାରକୁ ଯାଉଛୁ ଏବଂ ସ୍ଥାୟିତ୍ୱକୁ ଏକ ମୂଳ ବ୍ୟବସାୟ ବାହକ ଭାବେ ଗ୍ରହଣ କରି ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ ବ୍ୟବସ୍ଥା ଗଢ଼ୁଛୁ।”

Share

Leave a Reply

Your email address will not be published. Required fields are marked *

3 × 2 =