Business

ଇରେଡା ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆୟୋଜିତ; ସାନିଟାରି କିଟ୍ ସହ ସଫେଇ ମିତ୍ରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୫ ଅନ୍ତର୍ଗତ ଏହାର ଭିକାଜି କାମା ପ୍ଲେସ୍‌ରେ ଥିବା କାର୍ଯ୍ୟାଳୟ ଓ ପାରିପାଶ୍ୱିର୍କ ଅଂଚଳରେ “ଏକ ତାରିଖ, ଏକ ଘଂଟା, ଏକ ସାଥ” ନାମକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା।
ଏହି ଅଭିଯାନରେ ଇରେଡାର କର୍ମଚାରୀମାନେ ସ୍ୱଚ୍ଛତା ଓ ସଚେତନତା ଅଭିଯାନ ଆୟୋଜନ କରିଥିଲେ ଏବଂ କାର୍ଯ୍ୟକ୍ରମରେ ସଫେଇ ମିତ୍ରମାନଙ୍କୁ ସେମାନଙ୍କ ସେବା ପାଇଁ ସାନିଟାରି କିଟ୍ ଜରିଆରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଇରେଡାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ନିଜ ବାର୍ତାରେ କହିଛନ୍ତି ଯେ, “ସ୍ୱଚ୍ଛତା ଓ ଶକ୍ତି ଗଭୀର ଭାବେ ଜଡ଼ିତ ଏବଂ ଉଭୟ ଏକ ସୁସ୍ଥକର ଓ ଅଧିକ ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରୁଛନ୍ତି। ସ୍ୱଚ୍ଛତା ଉତ୍ସବରେ ଇରେଡାର ସଦସ୍ୟମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ କେବଳ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ପ୍ରତି ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁନାହିଁ, ବରଂ ଏକ ସ୍ୱଚ୍ଛ ପରିବେଶ ପାଇଁ ସବୁଜ ଶକ୍ତିକୁ ଫାଇନାନ୍ସ କରିବାରେ ଆମ ମିସନକୁ ଦର୍ଶାଉଛି।”
ଏହି ଅଭିଯାନ ଇରେଡା ପକ୍ଷରୁ ଆୟୋଜନ କରାଯାଉଥିବା ୫ ଦିନିଆ ସ୍ୱଚ୍ଛତା ଉତ୍ସବର ଅଂଶ ଥିଲା। ସେଥିରେ ଦିଲ୍ଲୀ-ଏନସିଆର ଅଂଚଳର ବିଭିନ୍ନ ସ୍କୁଲ୍‌ଗୁଡ଼ିକରେ ସବୁଜ ଶକ୍ତି ଶିକ୍ଷା ଓ ଅକ୍ଷୟ ଶକ୍ତି ସଚେତନତା କାର୍ଯ୍ୟକ୍ରମ, ସଫେଇ ମିତ୍ରଙ୍କ ପାଇଁ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ଥାୟିତ୍ୱ ଓ ସ୍ୱଚ୍ଛତାର ପ୍ରଦାର କରିବା ଲାଗି କର୍ମଚାରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

5 × five =