Business

ମାଇକ୍ରୋଫାଇନାନ୍ସ ଜରିଆରେ ସ୍ଥିରତା: ଓଡ଼ିଶାରେ ଲୋକଙ୍କ ଜୀବନରେ ପରିବର୍ତନ ଆଣୁଛି ମିଡଲ୍ୟାଣ୍ଡ ମାଇକ୍ରୋଫିନ ଲିମିଟେଡ

ଭୁବନେଶ୍ୱର: ଓଡ଼ିଶାରେ କ୍ଷୁଦ୍ର ବ୍ୟବସାୟରେ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ରାଜ୍ୟରେ ଋଣ ଚାହିଦା ଜାତୀୟ ହାରଠାରୁ ଅଧିକ ହୋଇଛି। ରାଜ୍ୟରେ ତୃଣମୂଳ ସ୍ତର ଉଦ୍ୟମିତାରେ ହୋଇଥିବା ବୃଦ୍ଧିକୁ ଏହା ପ୍ରତିଫଳିତ କରୁଛି ଯାହା ସମ୍ପର୍କରେ ସିଆରଆଇଏଫ ହାଇ ମାର୍କ ଓ ଏସଆଇଡିବିଆଇ ପକ୍ଷରୁ ପ୍ରସ୍ତୁତ ସ୍ମଲ ବିଜନେସ ସ୍ପଟଲାଇଟ ରିପୋର୍ଟରେ ଆଲୋକପାତ କରାଯାଇଛି। ଏହି ଧାରା ଓଡ଼ିଶାରେ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଜୀବିକାରେ ସ୍ଥିରତା ଆଣିବା ଓ ଦୀର୍ଘକାଳୀନ ଆର୍ôଥକ ସହନଶୀଳତା ଗଠନ କରିବାରେ ମାଇକ୍ରୋଫାଇନାନ୍ସର ସମୟୋପଯୋଗୀ ଓ ଦାୟିତ୍ୱବାନ ଭୂମିକାକୁ ଦର୍ଶାଉଛି।
ତୃଣମୂଳ ସ୍ତରରେ ଅନଗ୍ରସର ସମୁଦାୟକୁ ସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ ଥିବା ମିଡଲ୍ୟାଣ୍ଡ ମାଇକ୍ରୋଫିନ ଲିମିଟେଡ ସୁଲଭ ଋଣ ପହଂଚାଇବା ଜାରି ରଖିଥିବା ବେଳେ ଲୋକମାନଙ୍କୁ ଦକ୍ଷତାକୁ ସ୍ଥାୟୀ ରୋଜଗାରରେ ପରିଣତ କରିବାରେ ସକ୍ଷମ କରୁଛି।
ଭୁବନେଶ୍ୱରର କମଳା ସାହୁଙ୍କ ଯାତ୍ରା ସେହି ପ୍ରଭାବକୁ ପ୍ରତିଫଳିତ କରୁଛି। ବହୁ ବର୍ଷର ଅଭିଜ୍ଞତା ଥିବା ଜଣେ ତାଲିମପ୍ରାପ୍ତ ଦରଜୀ ଭାବେ କମଳାଙ୍କ ପାଖରେ ବ୍ୟବସାୟ ବଢ଼ାଇବାର ଦକ୍ଷତା ଥିଲା, କିନ୍ତୁ ନିଜ ଦୋକାନ ଓ ବ୍ୟବସାୟକୁ ବଢ଼ାଇବାରେ ନିବେଶ କରିବାରେ ତାଙ୍କ କ୍ଷମତା ସ୍ୱଳ୍ପ ପୁଞ୍ଜି କାରଣରୁ ସୀମିତ ଥିଲା। ମିଡଲ୍ୟାଣ୍ଡ ମାଇକ୍ରୋଫିନ ଲିମିଟେଡ ପାଖରେ ପହଂଚିବା ପରେ ତାଙ୍କୁ ୪୦ହଜାର ଟଙ୍କାର ଋଣ ମିଳିଥିଲା ଯାହା ତାଙ୍କୁ ଆବଶ୍ୟକ ଉପକରଣ କିଣିବା ଏବଂ ନିଜ ସିଲାଇ ୟୁନିଟର ଦୈନନ୍ଦୀନ ପରିଚାଳନାକୁ ସୁଦୃଢ଼ କରିବାରେ ସହାୟକ ହୋଇଥିଲା।
ଅଧିକ ନଗଦ ରାଶି ସୃଷ୍ଟି ହେବା ଓ ଆକଳନକାରୀ ଆୟ ସହ କମଳା ଅଧିକ ସ୍ଥିର ଭାବେ ପରିବାର ଫାଇନାନ୍ସକୁ ଯୋଗଦାନ ଦେଇଥିଲେ ଯାହା ସାମଗ୍ରିକ ଭାବେ ଆର୍ôଥକ ସୁରକ୍ଷାରେ ଉନ୍ନତି ଆଣିଥିଲା। ସେହି ସ୍ଥିରତା ଜଣେ କ୍ଷୁଦ୍ର ବ୍ୟବସାୟୀ ଭାବେ ତାଙ୍କ ବିଶ୍ୱାସକୁ ଦୃଢ଼ କରିଥିବା ବେଳେ ଅଧିକ ନିଶ୍ଚିତତା ସହ ଭବିଷ୍ୟତ ଯୋଜନା କରିବାରେ ସକ୍ଷମ କରିଥିଲା।
ନିଜ ଅଭିଜ୍ଞତା ସମ୍ପର୍କରେ କମଳା କହିଛନ୍ତି ଯେ, “ସେହି ଋଣ ମୋ ସିଲାଇ କାମକୁ ସମ୍ପ୍ରସାରଣ କରିବା ଓ ଅଧିକ ସ୍ଥିର ଆୟ କରିବାରେ ସହାୟକ ହୋଇଥିଲା। ଏହା ମୋ କାମ ଏବଂ ମୋ ପରିବାରର ସ୍ଥିରତାରେ ବାସ୍ତବ ପରିବର୍ତନ ଆଣିଥିଲା।”
କ୍ଷୁଦ୍ର ଉଦ୍ୟୋଗକୁ ସମର୍ଥନ କରିବା ଓ ସ୍ୱାବଲମ୍ବୀତାର ପ୍ରସାର କରିବାରେ ମାଇକ୍ରୋଫାଇନାନ୍ସର ଦାୟିତ୍ୱବାନ ଭୂମିକା ଉପରେ କମଳାଙ୍କ କାହାଣୀ ଆଲୋକପାତ କରୁଛି। ବର୍ତମାନ ୧୭,୬୩୦ କୋଟି ଟଙ୍କାର ପୋର୍ଟଫୋଲିଓ ବକେୟା ସହ ଓଡ଼ିଶା ଭାରତରେ ଶ୍ରେଷ୍ଠ ୧୦ଟି ରାଜ୍ୟ ଭିତରେ ରହିଛି। ଠିକ ସମୟରେ ଋଣ ପ୍ରଦାନ କରି ଏବଂ ନିରନ୍ତର ଭାବେ ଯୋଡ଼ି ହୋଇ ମାଇକ୍ରୋଫାଇନାନ୍ସ ଅନୁଷ୍ଠାନଗୁଡ଼ିକ ଜୀବିକାକୁ ସୁଦୃଢ଼ କରିବା, ଉଦ୍ୟମିତାକୁ ଉତ୍ସାହିତ କରିବା ଏବଂ ରାଜ୍ୟର ବ୍ୟାପକ ଅର୍ଥନୈତିକ ପ୍ରଗତିରେ ଯୋଗଦାନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

Share

Leave a Reply

Your email address will not be published. Required fields are marked *

three + twelve =