Business

ସୋନି ଇଣ୍ଡିଆ ପକ୍ଷରୁ ୯୮ ଇଂଚର ବ୍ରାଭିଆ-୫ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ବ୍ରାଭିଆ ସିରିଜ୍‌ର ନୂଆ ୯୮ ଇଂଚ ବ୍ରାଭିଆ ୫କୁ ଉନ୍ମୋଚନ କରାଯାଇଛି। ଏହା କେବଳ ଏକ ଟିଭି ନୁହେଁ, ବରଂ ଏକ ସିନେମା କାନଭାସ ଯାହାକୁ ସମ୍ପୂର୍ଣ୍ଣ ଭିଜୁଆଲ ଅନୁଭୂତି ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଏହାର ବୃହତ୍ ୯୮ ଇଂଚ୍‌ର ସ୍କ୍ରିନ୍ ବ୍ୟାପକତା ପ୍ରଦାନ କରୁଥିବା ବେଳେ କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ସ୍କ୍ରିନ୍‌ର ରଙ୍ଗ ଓ ଗତି ଆଦିକୁ ପରିଚାଳନା କରି ଜୀବନ୍ତ ଭଳି ଅନୁଭବ ପ୍ରଦାନ କରୁଛି। ଡଲ୍‌ବି ଭିଜନ ଓ ଡଲ୍‌ବି ଆଟମସ ବିବିଧ ସ୍ପଷ୍ଟତା ଓ ଉନ୍ନତ ସରାଉଣ୍ଡ୍ ସାଉଣ୍ଡ ପ୍ରଦାନ କରୁଛି ଯାହା ଏକ ଅସଲି ସିନେମା ହଲ୍ ଅନୁଭବ ପ୍ରଦାନ କରୁଛି। ଏହାର ସୋନି ପିକ୍‌ଚର୍ କୋର୍ ଆପଣଙ୍କ ଲିଭିଂ ରୁମ୍‌କୁ ଏକ ପ୍ରାଇଭେଟ୍ ସ୍କ୍ରିନ୍ ଲାଉଞ୍ଜରେ ପରିଣତ କରି ଷ୍ଟୁଡିଓ ମାନର ବ୍ଲକ୍‌ବ୍ଲଷ୍ଟର୍ ପ୍ରଦାନ କରୁଛି।
ନୂଆ ବ୍ରାଭିଆ ୫ର ଏଆଇ ପ୍ରୋସେସର ଏକ୍ସଆର୍ ଉନ୍ନତ ଛବି ମାନ ପ୍ରଦାନ କରୁଛି। ଏଥିରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ)ର ଶକ୍ତି ଥିବା ବେଳେ ଏହା ମେସିନ୍ ଲର୍ଣ୍ଣିଂର ସିଗ୍‌ନାଲ୍ ଓ ତଥ୍ୟ ବ୍ୟବହାର କରି ମଣିଷ ଭଳି ଦେଖିବା ଓ ଶୁଣିବା ଅନୁଭବ ପ୍ରଦାନ କରୁଛି। ଏକ୍ସଆର୍ ବ୍ୟାକ୍‌ଲାଇନ୍ ମାଷ୍ଟର ଡ୍ରାଇଭ୍ ପ୍ରଯୁକ୍ତି ସହିତ ଏହା ସ୍ୱାଧୀନ ଭାବେ ନିୟନ୍ତ୍ରଣ ହେଉଥିବା ଏଲ୍‌ଇଡି ଓ ସୂକ୍ଷ୍ମ ଡିମିଂ ଆଲଗୋରିଦମ୍ ଜରିଆରେ ଅସାଧାରଣ ଉଜ୍ଜ୍ୱଳ ହାଇଲାଇଟ୍ ପ୍ରଦାନ କରୁଛି।
ଡଲ୍‌ବି ଭିଜନ ଓ ଡଲ୍‌ବି ଆଟ୍‌ମସ୍ ବ୍ୟବହାଂର କରାଯାଇଥିବା ବ୍ରାଭିଆ ୫ ଅସଲି ସିନେମା ଭଳି ଅନୁଭବ ଘରେ ପ୍ରଦାନ କରିବ। ଗ୍ରାହକମାନେ ସିନେମା ଘର ମାନର ଜୀବନ୍ତ ଛବିକୁ ଘରେ ଦେଖିପାରିବେ। ଏହି ପ୍ରଯୁକ୍ତି ଟିଭିର ଉଭୟ ଭିଜୁଆଲ୍ ଓ ସାଉଣ୍ଡ୍ ମାନକୁ ବଢ଼ାଉଛି। ଷ୍ଟୁଡିଓ କାଲିବ୍ରେଟେଡ୍ ମୋଡ୍ ମାଧ୍ୟମରେ ବ୍ରାଭିଆ ୫ ଘରେ ସିନେମା ଭଳି କଂଟେଂଟ୍ ପ୍ରଦାନ କରୁଛି। ନେଟଫ୍ଲିକ୍ସ ଆଡାପ୍‌ଟିଭ୍ କାଲିବ୍ରେଟେଡ୍ ମୋଡ୍ ଓ ସୋନି ପିକ୍‌ଚର୍ସ କୋର୍ କାଲିବ୍ରେଟେଡ୍ ମୋଡ୍‌, ପ୍ରାଇମ୍ ଭିଡିଓ କାଲିବ୍ରେଟେଡ୍ ମୋଡ୍ ଗ୍ରାହକମାନଙ୍କୁ ଓଟିଟି କଂଟେଂଟ୍ ଦେଖିବାର ଭିନ୍ନ ଅନୁଭୂତି ପ୍ରଦାନ କରୁଛି।
ସୋନି ପିକ୍‌ଚର କୋର୍ ଜରିଆରେ ଗ୍ରାହକମାନେ କ୍ଲାସିମ୍ ସିନେମାଠାରୁ ଆରମ୍ଭ କରି ବ୍ଲକ୍‌ବଷ୍ଟର୍ ପର୍ଯ୍ୟନ୍ତ ବ୍ୟାପକ ସିନେମାର ବର୍ଗମାଳାକୁ ୪କେ ବ୍ଲୁ-ରେ ମାନ ସହ ହାସଲ କରିପାରିବେ।
ସୋନି ଇଣ୍ଡିଆ ପକ୍ଷରୁ ଏହା ଉପରେ ତିନି ବର୍ଷର ୱାରେଂଟି ପ୍ରଦାନ କରାଯାଉଛି। ଏହା ଉପରେ ନିର୍ଦ୍ଦିଷ୍ଟ କେତେକ କ୍ରେଡିଟ୍ କାର୍ଡ ଉପରେ ୨୫,୦୦୦ ଟଙ୍କାର ଇଏମ୍‌ଆଇ ଏବଂ ୧୯,୯୯୫ ଟଙ୍କାର ଇଏମ୍‌ଆଇ ସ୍କିମ୍ ସହିତ ଗ୍ରାହକମାନଙ୍କ ପାଇଁ ଏହି ଟିଭି କିଣିବାକୁ ଅଧିକ ସହଜ କରାଯାଇପାରିବ। ଏହାର କେ-୯୮ଏକ୍ସଆର୫୫ଏ ମଡେଲ୍‌ର ଦାମ୍ ୬,୪୯,୯୯୦ ଟଙ୍କା ରହିଛି। ୨୦୨୫ ଜୁଲାଇ ୨୩ରୁ ଏହା ସମସ୍ତ ସୋନି ରିଟେଲ୍ ଷ୍ଟୋର୍‌, ସୋନିଂ ସପିଂ ପୋର୍ଟାଲ, ଅଗ୍ରଣୀ ରିଅଲ ଇଷ୍ଟେଟ୍ ଷ୍ଟୋର୍ ଓ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହୋଇଛି।

Share

Leave a Reply

Your email address will not be published. Required fields are marked *

nineteen − two =