Business

ସୋନାଟା ପକ୍ଷରୁ ଅକ୍ଷୟ ତୃତୀୟାରେ “ସୋନାଟା ଗୋଲ୍ଡ” ହାତଘଂଟା ଉନ୍ମୋଚିତ, ସୁନା ଉପହାରର ସମ୍ଭାର

  • ଏକ ହାତଘଂଟା ସମ୍ଭାର ଯାହା ହେଉଛି ଆଧୁନିକ କାରିଗରୀର ମିଶ୍ରଣ ଏବଂ ଏହାର କେନ୍ଦ୍ରସ୍ଥଳରେ ରହିଛି ୨୨ କ୍ୟାରେଟ୍ ସୁନା

ଭୁବନେଶ୍ୱର: ଭାରତର ସବୁଠୁ ପସନ୍ଦ କରାଯାଉଥିବା ହାତଘଂଟା ବ୍ରାଣ୍ଡ୍ ସୋନାଟା ପକ୍ଷରୁ ଏକ ଷ୍ଟାଇଲିସ୍ ଓ ନିଖୁଣ ଭାବେ କାରିଗରୀ କରାଯାଇଥିବା ସମ୍ଭାର “ସୋନାଟା ଗୋଲ୍ଡ”ର ଶୁଭାରମ୍ଭ କରାଯାଇଛି। ଆକୃତି ଓ କାରିଗରୀର ମିଶ୍ରଣ ସହ ସୋନାଟା ଗୋଲ୍ଡ ଆପଣଙ୍କୁ ପସନ୍ଦର ସୁନା ଉପକରଣ ପିନ୍ଧିବା ଲାଗି ଏକ ନୂଆ ବଳିଷ୍ଠ ସୁଯୋଗ ପ୍ରଦାନ କରୁଛି।
ସମୃଦ୍ଧି ଓ ସକାରାତ୍ମକତା ଶୁଭାରମ୍ଭ ସହ ଜଡ଼ିତ ଅକ୍ଷୟ ତୃତୀୟା ଉତ୍ସବ ଉପନୀତ ହୋଇଥିବା ବେଳେ ସୋନାଟା ଗୋଲ୍ଡ ସୁନା ଉପହାରର ସମ୍ଭାର ସତେଜ ଆଧୁନିକତାର ନୂତନ ବିକଳ୍ପ ପ୍ରଦାନ କରୁଛି। ଏହି ସମ୍ଭାରରେ ରହିଥିବା ପ୍ରତିଟି ହାତଘଂଟାରେ ରହିଛି ଏକ ଅସଲି ୦.୧୫ ଗ୍ରାମର ୨୨ କ୍ୟାରେଟ୍ ତନିସ୍କ ସୁନା କଏନ୍ ଯାହାକୁ ଡାଏଲ୍‌ରେ ଯୋଡ଼ାଯାଇଛି। ଏହା ହେଉଛି ସୂକ୍ଷ୍ମ ବିବରଣୀ ଯାହା କାରିଗରୀ, ପରମ୍ପରା ଓ ଡିଜାଇନ୍‌କୁ ଦର୍ଶାଉଛି।
ସ୍ଲିକ୍ ଡିଜାଇନ୍ କେସ୍‌ଠାରୁ ଆରମ୍ଭ କରି ହାଇ ପଲିସ୍ ବ୍ଲାକ୍ ଡାଏଲ୍ ସହ ଯୋଡ଼ି ହୋଇଥିବା ସୁନା କଏନ୍ ଏବଂ ଏକ ଅସଲି ଚମଡ଼ା ଫିତା ଯାହା ସମ୍ଭାନ୍ତର ଭାବ ପ୍ରଦାନ କରୁଛି, ସେହିଭଳି ସୂକ୍ଷ୍ମ ବିବରଣୀକୁ ପସନ୍ଦ କରୁଥିବା ଲୋକମାନଙ୍କ ପାଇଁ ଏହି କଲେକ୍ସନ୍ ବେଶ୍ ଉପଯୁକ୍ତ।
ଏହି ନୂତନ ଉତ୍ପାଦ ସମ୍ପର୍କରେ ସୋନାଟାର ବ୍ରାଣ୍ଡ୍ ମୁଖ୍ୟ ଶ୍ରୀ ପ୍ରତୀକ ଗୁପ୍ତା କହିଛନ୍ତି ଯେ, “ସୋନାଟା ଗୋଲ୍ଡ କେବଳ ଏକ ହାତଘଂଟା ନୁହେଁ, ଏହା ହେଉଛି ଏକ ଅନୁଭୂତି। ଆମେ ଏଭଳି କିଛି ସୃଷ୍ଟି କରିବାକୁ ଚାହୁଛୁ ଯାହା ପ୍ରିମିୟମ୍ ଅନୁଭବ ଦେବ ତଥା ଧାରା ଅନୁସାରେ ମଧ୍ୟ ଅସୀମ ହୋଇପାରିବ। ଡିଜାଇନ୍‌ର ମୂଲ୍ୟକୁ ବୁଝୁଥିବା ଲୋକମାନଙ୍କ ପାଇଁ ଏହି ହାତଘଂଟାଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ଯାହା ନିଜ ପାଇଁ ଓ ନିଜେ ଭଲ ପାଉଥିବା କୌଣସି ବ୍ୟକ୍ତିଙ୍କ ପାଇଁ ଏହିଭଳି ସୁନା ଉପକରଣ ଏକ ଦୃଢ଼ ପରିପ୍ରକାଶ ହୋଇପାରିବ।”
ପୁରୁଷ ଓ ମହିଳାଙ୍କ ପାଇଁ ଡିଜାଇନ୍ କରାଯାଇଥିବା ଏହି ହାତଘଂଟାଗୁଡ଼ିକ ଦୁଇଟି ସୁନ୍ଦର ଭାରିଆଂଟ୍‌ର ଉପଲବ୍ଧ ହୋଇଛି ଏବଂ ଏହାର ମୂଲ୍ୟ ୫୬୯୫ ଟଙ୍କାରୁ ୫୯୯୫ ଟଙ୍କା ମଧ୍ୟରେ ରହିଛି। ସୋନାଟା ଗୋଲ୍ଡ ଏହି ଉତ୍ସବ ଋତୁରେ ଏକ ଉପଯୁକ୍ତ ଉପହାରରେ ପରିଣତ ହୋଇଛି ଯାହାକୁ ଆପଣମାନେ ନିଜ ପାଇଁ ଏକ ଅସୀମ ଷ୍ଟାଇଲ୍ ଭାବେ କିମ୍ବା ନିଜର ପ୍ରିୟଜନଙ୍କ ପାଇଁ ଏକ ଭାବନାତ୍ମକ ଭାବ ଭାବେ ଚୟନ କରିପାରିବେ। ଏବେ www.sonatawatches.in, ସ୍ୱୀକୃତିପ୍ରାପ୍ତ ରିଟେଲର, ଟାଇଟାନ୍ ୱାର୍ଲଡ୍ ଓ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହୋଇଛି।

Share

Leave a Reply

Your email address will not be published. Required fields are marked *

13 − 11 =