Business

ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧରେ ୧୦.୭% ଅଭିବୃଦ୍ଧି ହାସଲ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ଶିଳ୍ପଠାରୁ ଅଧିକ ଅଭିବୃଦ୍ଧି ହାସଲ କରିଛି। କମ୍ପାନିର ମୋଟ ରିଟେନ ପ୍ରିମିୟମ ଏହି ସମୟରେ ୧୦.୭ ପ୍ରତିଶତ ବୃଦ୍ଧି ପାଇ ୭୩୭୬ କୋଟି ଟଙ୍କା ହୋଇଛି ଯାହା ଶିଳ୍ପର ସାମଗ୍ରିକ ୭.୩ ପ୍ରତିଶତ ଅଭିବୃଦ୍ଧି ହାରଠାରୁ ଅଧିକ। କମ୍ପାନି ଏହାର ଘରୋଇ ବଜାର ଅଂଶକୁ ୩୮ ପଏଂଟ ପ୍ରତିଶତ ବଢ଼ାଇ ୬.୮୩ ପ୍ରତିଶତକୁ ବୃଦ୍ଧି କରିଛି ଯାହା ୨୦୨୪-୨୫ର ପ୍ରଥମାର୍ଦ୍ଧରେ ୬.୪୫ ପ୍ରତିଶତ ଥିଲା। କମ୍ପାନିର ସ୍ୱାସ୍ଥ୍ୟ ବୀମା ବ୍ୟବସାୟରେ ୪୧ ପ୍ରତିଶତ, ବ୍ୟକ୍ତିଗତ ଦୁର୍ଘଟଣା ବୀମାରେ ୪୮ ପ୍ରତିଶତ ଓ ମୋଟର ଯାନ ବୀମା ବ୍ୟବସାୟରେ ୧୭ ପ୍ରତିଶତ ବୃଦ୍ଧି ହୋଇଛି। ବଂଟନ ବ୍ୟବସ୍ଥା ଓ ଡିଜିଟାଲ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଥିବାରୁ କମ୍ପାନି ଏଭଳି ସଫଳତା ହାସଲ କରିଛି।
ଆଲୋଚ୍ୟ ଅର୍ଦ୍ଧ ବାର୍ଷିକରେ କମ୍ପାନିର ଟିକସ ପରବର୍ତୀ ଲାଭ ୪୨୨ କୋଟି ଟଙ୍କା ରହିଛି। ଲସ୍ ରେସିଓ ୭୯.୬ ପ୍ରତିଶତକୁ ହ୍ରାସ ପାଇଛି ଯାହା ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧରେ ୮୬.୧ ପ୍ରତିଶତ ଥିଲା। ଏହା ସହିତ କମ୍ପାନି ୨.୧୩ ଗୁଣାର ଦୃଢ଼ ସଲଭେନ୍ସି ରେସିଓ ବଜାୟ ରଖିଛି ଯାହା ନିୟାମକ ଆବଶ୍ୟକତାଠାରୁ ଅଧିକ।
ଏହି ଅବସରରେ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଏମଡି ଓ ସିଇଓ ଶ୍ରୀ ନବୀନ ଚନ୍ଦ୍ର ଝା କହିଛନ୍ତି ଯେ, “୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧାରେ ଆମେ ଶିଳ୍ପଠାରୁ ୧.୪ ଗୁଣା ଏବଂ ଘରୋଇ ଓ ସାହି ବୀମା କମ୍ପାନି ତୁଳନାରେ ୩ ଗୁଣା ଅଧିକ ବେଗରେ ଆଗକୁ ବଢ଼ିଛୁ ଯାହା ଫଳରେ ଆମେ ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସାଧାରଣ ବୀମା କମ୍ପାନି ହୋଇପାରିଛୁ। ବିଗତ କିଛି ମାସ ମଧ୍ୟରେ ଆମେ ଆମ ବିତରଣ ନେଟୱର୍କ ସୁଦୃଢ଼ କରିଛୁ, ସହଯୋଗୀତା ବଢ଼ାଇଛୁ ଏବଂ ଡିଜିଟାଲ କ୍ଷମତାରେ ଉନ୍ନତି ଆଣିଛୁ। ସେହି ପଦକ୍ଷେପଗୁଡ଼ିକ ଆମକୁ ପ୍ରଭାବଶାଳୀ ଢଙ୍ଗରେ ବ୍ୟାପକ ହେବା ଓ ଗ୍ରାହକଙ୍କ ଉପରେ ଧ୍ୟାନ ରଖିବାରେ ସହାୟକ ହୋଇଛି। ଗ୍ରାହକଙ୍କ ବିଶ୍ୱାସ ଓ ଏସବିଆଇ ବ୍ୟବସ୍ଥା ବଦଳରେ ଆମେ ବୀମାକୁ ସରଳ, ଅଧିକ ଲୋକଙ୍କ ପାଖରେ ପହଂଚାଇବା ଏବଂ ପ୍ରତି ଭାରତୀୟଙ୍କ ପାଇଁ ସୁଲଭ କରିବାକୁ ପ୍ରତିବଦ୍ଧ ରହିଛୁ। ସ୍ଥାୟୀ ଅଭିବୃଦ୍ଧି, ପରିଚାଳନା ଦକ୍ଷତା ଓ ସମସ୍ତ ଅଂଶୀଦାରମାନଙ୍କ ପାଇଁ ଦୀର୍ଘସ୍ଥାୟୀ ମୂଲ୍ୟ ସୃଷ୍ଟି କରିବା ଉପରେ ଆମ ଧ୍ୟାନ ବଜାୟ ରହିବ।”
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ସିଏଫଓ ଜିତେନ୍ଦ୍ର ଆତ୍ର କହିଛନ୍ତି ଯେ, “୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧରେ ଆମ ପ୍ରଦର୍ଶନ ଆମ ରଣନୀତିର ପ୍ରଭାବକୁ ଦର୍ଶାଉଛି ଯେଉଁଠାରେ ପ୍ରତି ପ୍ରମୁଖ ବ୍ୟବସାୟ ବର୍ଗ ଆଗକୁ ବଢ଼ିଥିବା ବେଳେ ଗ୍ରସ ରିଟେନ ପ୍ରିମିୟମରେ ୧୦.୭ ପ୍ରତିଶତ ବୃଦ୍ଧି ଘଟିଛି। ବ୍ୟବସାୟର ବିଭିନ୍ନ ସ୍ତରରେ ଆମର ଅଭିବୃଦ୍ଧି ଆମ ପୋର୍ଟଫୋଲିଓର ବିବିଧତା ଏବଂ ବଜାରର ଉଦୀୟମାନ ଆବଶ୍ୟକତା ପୂରଣ କରିବା ଲାଗି ଆମ ପଦକ୍ଷେପଗୁଡ଼ିକର ପ୍ରଭାବକୁ ଦର୍ଶାଉଛି। ଏହି ସମୟରେ ଆମ ଲସ ରେସିଓରେ ଉଲ୍ଲେଖନୀୟ ଉନ୍ନତି ଘଟି ୮୬.୧ ପ୍ରତିଶତରୁ ହ୍ରାସ ପାଇ ୭୯.୬ ପ୍ରତିଶତ ହୋଇଛି। ଆମର ବିବିଧତା ବିତରଣ ମଡେଲ, ଗ୍ରାହକ କୈନ୍ଦ୍ରୀକ ଦୃଷ୍ଟିକୋଣ ଏବଂ ପ୍ରଯୁକ୍ତି ଓ ଆନାଲିଟିକ୍ସରେ ନିବେଶକୁ ନେଇ ଆମେ ସ୍ଥାୟୀ, ଉଚ୍ଚ ମାନର ଅଭିବୃଦ୍ଧି ଏବଂ ଆମ ଅଂଶୀଦାରମାନଙ୍କୁ ଦୀର୍ଘସ୍ଥାୟୀ ମୂଲ୍ୟ ପ୍ରଦାନ କରିବା ଲାଗି ଭଲ ଭାବେ ପ୍ରସ୍ତୁତ ରହିଛୁ।”

Share

Leave a Reply

Your email address will not be published. Required fields are marked *

eight − one =