ସାତ୍ୱିକ ଗ୍ରିନ ଏନର୍ଜି ଲିମିଟେଡର ଅମ୍ବାଲା କାରଖାନାକୁ ସମ୍ମାନଜନକ ସିଆଇଆଇ-ଆଇଜିବିସି ଗ୍ରିନ ଫ୍ୟାକ୍ଟ୍ରି ବିଲଡିଂ ସିଲଭର ରେଟିଂ
ଭୁବନେଶ୍ୱର: ଭାରତର ଅଗ୍ରଣୀ ସୋଲାର ପିଭି ନିର୍ମାତା ସାତ୍ୱିକ ଗ୍ରିନ ଏନର୍ଜି ଲିମିଟେଡର ହରିୟାଣାର ଅମ୍ବାଲାଠାରେ ଥିବା ଅତ୍ୟାଧୁନିକ କାରଖାନାକୁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)- ଇଣ୍ଡିଆନ ଗ୍ରିନ ବିଲଡିଂ କାଉନସିଲ୍ (ଆଇଜିବିସି) ପକ୍ଷରୁ ସମ୍ମାଜନକ ଆଇଜିବିସି ଗ୍ରିନ ଫ୍ୟାକ୍ଟ୍ରି ବିଲଡିଂ ସିଲଭର ରେଟିଂ ପ୍ରଦାନ କରାଯାଇଛି। ନିରନ୍ତର, ଦାୟିତ୍ୱ ସମ୍ପନ୍ନ ଓ ଭବିଷ୍ୟତ ଲାଗି ପ୍ରସ୍ତୁତ କାରଖାନା ପ୍ରତି ସାତ୍ୱିକର ରହିଥିବା ପ୍ରତିବଦ୍ଧତା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ। ସମ୍ବଳ ଦକ୍ଷତା, ପରିବେଶ ଦାୟିତ୍ୱ ଓ ଏକ ସୁସ୍ଥକର ତଥା ସ୍ଥାୟୀ କାର୍ଯ୍ୟ ପରିସର ସୃଷ୍ଟି କରିବା ଉପରେ କମ୍ପାନିର ଗୁରୁତ୍ୱକୁ ଏହି ରେଟିଂ ପ୍ରତିଫଳିତ କରୁଛି।
ଅମ୍ବାଲା ସ୍ଥିତ ସାତ୍ୱିକର କାରଖାନା ପ୍ରଭାବଶାଳୀ ଶକ୍ତି ଓ ଜଳ ପରିଚାଳନା, ଅକ୍ଷୟ ଶକ୍ତି ସମନ୍ୱୟ ଓ କାର୍ବନ ହ୍ରାସ, ଦାୟିତ୍ୱବାନ ବର୍ଜ୍ୟ ହ୍ରାସ ଓ ରିସାଇକ୍ଲିଂ, ସୁସ୍ଥକର, ସୁରକ୍ଷିତ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ଷେତ୍ର ଏବଂ ସ୍ଥାୟୀ କୋଠା ପ୍ରଯୁକ୍ତି ଓ ଉପକରଣ ଗ୍ରହଣ କରିବା ଭଳି ମାନଦଣ୍ଡରେ ଉତ୍କର୍ଷ ହାସଲ କରିଛି।
ମୁମ୍ବାଇର ଜିଓ କନଭେନସନ ସେଂଟରରେ ଆୟୋଜିତ ଗ୍ରିନ ବିଲଡିଂ କଂଗ୍ରେସ ୨୦୨୫ ଅବସରରେ ସାତ୍ୱିକ ଗ୍ରିନ ଏନର୍ଜି ଲିମିଟେଡକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏହି ସଫଳତା ସମ୍ପର୍କରେ ସାତ୍ୱିକ ଗ୍ରିନ ଏନର୍ଜି ଲିମିଟେଡର ସିଇଓ ଶ୍ରୀ ପ୍ରଶାନ୍ତ ମାଥୁର କହିଛନ୍ତି ଯେ, “ଆଇଜିବିସି ଗ୍ରିନ ଫ୍ୟାକ୍ଟ୍ରି ବିଲଡିଂ ସିଲଭର ରେଟିଂ ହାସଲ କରିବା ସାତ୍ୱିକରେ ଆମ ପାଇଁ ଏକ ଗର୍ବର ମୁହୂର୍ତ ଥିଲା। କେବଳ ଆମେ ଗଢ଼ୁଥିବା ସ୍ୱଚ୍ଛ ଶକ୍ତି ଉତ୍ପାଦରେ ନୁହେଁ, ବରଂ ଆମେ ପ୍ରସ୍ତୁତ ଓ ପରିଚାଳନା କରିଥିବା ବିନିର୍ମାଣ ବ୍ୟବସ୍ଥା ଭଳି ଉତ୍ସରୁ ନିରନ୍ତରତା କାର୍ଯ୍ୟ ଆରମ୍ଭ ହେବା ଉପରେ ଆମର ରହିଥିବା ବିଶ୍ୱାସକୁ ଏହି ରେଟିଂ ପ୍ରତିଫଳିତ କରୁଛି। ଆମ ଅମ୍ବାଲା କାରଖାନା ଦକ୍ଷତା, ପରିବେଶ ଦାୟିତ୍ୱ ଓ ବିଶ୍ୱସ୍ତରୀୟ ମାନର ମିଶ୍ରଣ ସହ ସେହି ଦର୍ଶନକୁ ପ୍ରତିଫଳିତ କରୁଛି। ଏହି ମାନ୍ୟତା ନେଟ ଜିରୋ ଆଡ଼କୁ ଆମ ଯାତ୍ରାକୁ ତ୍ୱରାନ୍ୱିତ କରିବା ଏବଂ ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତନରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବା ନେଇ ଆମ ସଂକଳ୍ପ ପ୍ରତି ଯୋଗଦାନ ପ୍ରଦାନ କରୁଛି।”

