Business

ଆମାଗି ମିଡିଆ ଲ୍ୟାବସ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ସଫ୍ଟୱେର ଆଜ ଏ ସର୍ଭିସ (ସାସ) ୟୁନିକର୍ଣ୍ଣ କମ୍ପାନି ଆମାଗି ମିଡିଆ ଲ୍ୟାବସ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ସଂଗ୍ରହ କରିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
ଡିଆରଏଚପି ଅନୁସାରେ ବେଙ୍ଗାଲୁରୁରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଏହି କମ୍ପାନି ୧୦୨୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲରେ (ଓଏଫଏସ)ରେ ଅଂଶଧନକାରୀମାନେ ୩,୪୧,୮୮,୫୪୨ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ। ଅଫର ଫର ସେଲର ଅଂଶ ଭାବେ ପିଆଇ ଅପର୍ଚୁନିଟିଜ ଫଣ୍ଡ ୧, ପିଆଇ ଅପର୍ଚୁନିଟିଜ ଫଣ୍ଡ ୨, ନରୱେଷ୍ଟ ଭେଂଚର ପାର୍ଟନର୍ସ ଏକ୍ସ-ମରିସସ, ଆସେଲ ଇଣ୍ଡିଆ ୪ (ମରିସସ) ଲିମିଟେଡ, ଆସେଲ ଗ୍ରୋଥ ୪ ହୋଲଡିଂସ (ମରିସସ) ଲିମିଟେଡ, ଟ୍ରୁଡି ହୋଲଡିଂସ, ଏଭିପି ୧ ଫଣ୍ଡ ଏବଂ କିଛି ବ୍ୟକ୍ତିବିଶେଷ ନିବେଶକମାନେ ସେୟାର ସେୟାର ବିକ୍ରି କରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ସେଥିରୁ ୬୬୭ କୋଟି ଟଙ୍କାକୁ ପ୍ରଯୁକ୍ତି ଓ କ୍ଲାଉଡ ଭିତିଭୂମିରେ ନିବେଶ କରାଯିବ ଏବଂ ଅବଶିଷ୍ଟ ରାଶିକୁ ଅଧିଗ୍ରହଣ ଜରିଆରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି କୋଟକ ମହିନ୍ଦ୍ରା କ୍ୟାପିଟାଲ କମ୍ପାନି ଲିମିଟେଡ, ସିଟିଗ୍ରୁପ ଗ୍ଲୋବାଲ ମାର୍କେଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଗୋଲ୍ଡମ୍ୟାନ ସଚସ (ଇଣ୍ଡିଆ) ସିକ୍ୟୁରିଟିଜ ପ୍ରାଇଭେଟ୍ ଲିମିଟେଡ, ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ ଓ ଆଭେଣ୍ଡସ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଓ ଏନଏସଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
୨୦୦୮ରେ କମ୍ପାନିର ପରିଚାଳନା ନିର୍ଦେଶକ ଓ ସିଇଓ ବାସ୍କର ସୁବ୍ରମଣ୍ୟମ, ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ଶ୍ରୀବିଦ୍ୟା ଶ୍ରୀନିବାସନ ଓ ସଭାପତି-ଗ୍ଲୋବାଲ ବିଜନେସ ଅରୁଣାଚଲମ ଶ୍ରୀନିବାସନ କରପାଟୁଙ୍କ ଦ୍ୱାରା ଆମାଗିକୁ ସ୍ଥାପନ କରାଯାଇଥିଲା। ଆସେଲ ଅଭବାର ଭେଂଚର୍ସ, ନରୱେଷ୍ଟ ଭେଂଚର ପାର୍ଟନର୍ସ ଓ ପ୍ରେମଜୀ ଇନଭେଷ୍ଟମେଂଟ ଭଳି ଭେଂଚର କ୍ୟାପିଟାଲ ସଂସ୍ଥାର ଏହା ପ୍ରତି ସମର୍ଥନ ରହିଛି। ରାଜସ୍ୱ ଦୃଷ୍ଟିରୁ ଶ୍ରେଷ୍ଠ ୫୦ ଗଣମାଧ୍ୟମ ଓ ମନୋରଂଜନ ସଂସ୍ଥା ମଧ୍ୟରୁ ୪୫ ପ୍ରତିଶତରୁ ଅଧିକ ସଂସ୍ଥା ସହ କମ୍ପାନି କାମ କରୁଛି। ୨୦୨୪-୨୫ରେ ଅଗାମିର ରାଜସ୍ୱ ୧୧୬୨ କୋଟି ଟଙ୍କା ଥିଲା ଯାହା ୨୦୨୨-୨୩ରୁ ୨୦୨୪-୨୫ ପର୍ଯ୍ୟନ୍ତର ବାର୍ଷିକ ଚକ୍ରବୃଦ୍ଧି ହାର ୩୦.୭୦ ପ୍ରତିଶତ ରହିଛି।

Share

Leave a Reply

Your email address will not be published. Required fields are marked *

two × 3 =