ରିଲାଏନ୍ସ ଜେନେରାଲ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ସ୍ୟୁରିଟି ଇନ୍ସ୍ୟୁରାନ୍ସ ବିଡ୍ ବଣ୍ଡ୍ର ଶୁଭାରମ୍ଭ
ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ ସାଧାରଣ ବୀମା କମ୍ପାନି ରିଲାଏନ୍ସ ଜେନେରାଲ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଏହାର ସ୍ୟୁରିଟି ଇନ୍ସ୍ୟୁରାନ୍ସ ବିଡ୍ ବଣ୍ଡ୍ର ଶୁଭାରମ୍ଭ କରାଯାଇଛି। ପ୍ରକଳ୍ପ ବିଡିଂ ପାଇଁ ଠିକାଦାରମାନଙ୍କୁ ପାରମ୍ପରିକ ବ୍ୟାଙ୍କ ଗ୍ୟାରେଂଟି ବଦଳରେ ଏକ ପ୍ରଭାବଶାଳୀ ଓ ବନ୍ଧମୁକ୍ତ ବିକଳ୍ପ ପ୍ରଦାନ କରିବା ଲାଗି ଏହି ଐତିହାସିକ ଉତ୍ପାଦ ବିକାଶ କରାଯାଇଛି। ଏହା ଉଦୀୟମାନ ସାର୍ବଜନୀନ ପ୍ରକ୍ୟୁରମେଂଟ୍ ଆବଶ୍ୟକତା ଓ ନିୟାମକ ଫ୍ରେମ୍ୱର୍କକୁ ପାଳନ କରି ଏକ କମ ପୁଞ୍ଜି ବିଶିଷ୍ଟ ଦ୍ରୁତ ଓ ସହଜ ବିଡ୍ ସିକ୍ୟୁରିଟି ସୁବିଧା ପ୍ରଦାନ କରିବ।
ଏହି ସ୍ୟୁରିଟି ବଣ୍ଡ୍ ହେଉଛି ପ୍ରମୁଖ ଠିକାଦାର, ପ୍ରକଳ୍ପ ମାଲିକ ହିତାଧିକାରୀ ଓ ରିଲାଏନ୍ସ ଜେନେରାଲ୍ ଇନସ୍ୟୁରାନ୍ସ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ଯାହା ଏହି ଗ୍ୟାରେଂଟି ଦେବ ଯେ କାର୍ଯ୍ୟବରାଦ ମିଳିବା ପରେ ଠିକାଦାର ସେହି ବିଡ୍କୁ ସମ୍ମାନ ଜଣାଇବେ।
ଏହାର ଶୁଭାରମ୍ଭ ସମ୍ପର୍କରେ ରିଲାଏନ୍ସ ଜେନେରାଲ୍ ଇନ୍ସ୍ୟୁରାନ୍ସର ସିଇଓ ଶ୍ରୀ ରାକେଶ ଜୈନ କହିଛନ୍ତି ଯେ, “ଆମର ସ୍ୟୁରିଟି ଇନ୍ସ୍ୟୁରାନ୍ସ ବିଡ୍ ବଣ୍ଡ୍ ଉତ୍ପାଦ ହେଉଛି ଏକ ଠିକାଦାର ସମୁଦାୟ ପାଇଁ ଏକ ଶକ୍ତିଶାଳୀ ସକ୍ଷମକାରୀ ଯାହା ପାରମ୍ପରିକ ବ୍ୟାଙ୍କ ଗ୍ୟାରେଂଟି ଉପରେ ନିର୍ଭରଶୀଳତା କମ୍ କରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ପୁଞ୍ଜି ଉପଲବ୍ଧ କରାଇବ, ଯାହା ଫଳରେ ବ୍ୟବସାୟ ସହଜ ହେବ ଏବଂ ଆମ ଗ୍ରାହକମାନେ ବିଶ୍ୱାସର ସହ ଭିତିଭୂମି ବିକାଶରେ ଅଂଶଗ୍ରହଣ କରିପାରିବେ। ହାଲୁକା ପୁଞ୍ଜି ଓ ଗ୍ରାହକ ପ୍ରଥମ ଭଳି ବୀମା ଆଧାରିତ ସମାଧାନ ଓ ଆମକୁ ପ୍ରତିଫଳିତ କରୁଥିବା ଉତ୍ପାଦ ଉପରେ ଆମେ ଗୁରୁତ୍ୱାରୋପ କରୁଛୁ।”
ସଡ଼କ, ପୋଲ, ରାଜପଥ ଭଳି ଭିତିଭୂମି ପ୍ରକଳ୍ପକୁ ନଜରରେ ରଖି ଏହି ଉତ୍ପାଦ ବିକାଶ କରାଯାଇଛି ଯେଉଁଠାରେ ଠିକ୍ ସମୟରେ ବିଡ୍ ଦାଖଲ କରିବା ଓ ଆର୍ଥିକ ନମନୀୟତା ଗୁରୁତ୍ୱପୂର୍ଣ୍ଣ। ଏହା ଆଗକୁ ବଢ଼ୁଥିବା ଅକ୍ଷୟଶକ୍ତି ଓ ସବୁଜ ଶକ୍ତି କ୍ଷେତ୍ରକୁ ମଧ୍ୟ ସମର୍ଥନ କରିବ। ସହଜରେ ଯେଉଁ ଦ୍ରୁତ ଗତିରେ ବଣ୍ଡ୍ ଜାରି କରାଯାଉଛି, ସେଥିରୁ ଇପିସି ଠିକାଦାରମାନେ ମଧ୍ୟ ଉପକୃତ ହେବେ। ସରକାରୀ ପ୍ରକ୍ୟୁରମେଂଟ୍ ବିଡ୍ଗୁଡ଼ିକ ମଧ୍ୟ ଏଥିରୁ ଉପକୃତ ହେବେ ଯେଉଁଠାରେ ସରକାରୀ ଟେଣ୍ଡର ପ୍ରକ୍ରିୟାରେ ନିୟମ ପାଳନ, ପ୍ରଭାବୀ ଓ ବ୍ୟାଙ୍କ ସୀମା ମୁକ୍ତ ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିବ।
ସ୍ୟୁରିଟି ଇନସ୍ୟୁରାନ୍ସ ବିଡ୍ ବଣ୍ଡ୍ର ଶୁଭାରମ୍ଭ ସହିତ ରିଲାଏନ୍ସ ଜେନେରାଲ୍ ଇନସ୍ୟୁରାନ୍ସ ଭାରତୀୟ ଠିକାଦାରମାନଙ୍କ ଲାଗି ଆର୍ଥିକ ସୁବିଧା ଉଜାଗର କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ତାହା ଭାରତର ଭିତିଭୂମି ଆକାଂକ୍ଷା ସହ ସମନ୍ୱିତ ରହିଛି। ଏହି ସମାଧାନ ପ୍ରକଳ୍ପ ବିଡିଂ ପ୍ରକ୍ରିୟାରେ ସ୍ୱଚ୍ଛତା, ନମନୀୟତା ଓ ସହଜତା ବଢ଼ାଇବ।

