Business

ପ୍ରାଇଡ୍ ହୋଟେଲ୍‌ସ ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ନୂଆଦିଲ୍ଲର ପ୍ରାଇଡ୍ ହୋଟେଲ୍‌ସ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆରଏଚପି) ଦାଖଲ କରାଯାଇଛି। ଅପ୍‌ସ୍କେଲ୍‌, ଅପର୍ ମିଡ୍‌ସ୍କେଲ୍ ଓ ମିଡ୍‌ସ୍କେଲ୍ ବର୍ଗରେ କମ୍ପାନି ହେଉଛି ଭାରତର ଷଷ୍ଠ ସର୍ବବୃହତ୍ ହୋଟେଲ୍ ଶୃଙ୍ଖଳା।
ଏହି ଇସ୍ୟୁରେ କମ୍ପାନି ୨୬୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର୍ ଫର୍ ସେଲ୍‌ରେ ଅଂଶଧନକାରୀମାନେ ୩୯,୨୩୯,୪୪୬ ଇକ୍ୱିଟି ସେୟାର ବିକ୍ରି କରିବେ।
ଅଫର୍ ଫର୍ ସେଲ୍‌ରେ ସୁରେଶଚନ୍ଦ ପ୍ରେମଚନ୍ଦ ଜୈନ ୫,୯୬୩,୯୭୮ ଇକ୍ୱିଟି ସେୟାର, ମିନା ସୁରେଶଚନ୍ଦ ଜୈନ ୨,୨୦୫,୦୩୦ ଇକ୍ୱିଟି ସେୟାର, ସତ୍ୟେନ ସୁରେଶ ଜୈନ ୫,୩୪୪,୭୪୦ ଇକ୍ୱିଟି ସେୟାର, ଏଏସପି ଏଂଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ୍ ୪,୯୬୪,୩୫୦ ଇକ୍ୱିଟି ସେୟାର, ଦି ଏକ୍‌ଜିକ୍ୟୁଟିଭ୍ ଇନ୍ ଲିମିଟେଡ୍ ୨,୩୯୪,୧୩୬ ଇକ୍ୱିଟି ସେୟାର, କୋପ୍ରା ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ ୩,୦୪୯,୦୧୦ ଇକ୍ୱିଟି ସେୟାର ଓ ପ୍ରାଇଡ୍ ପ୍ଲାଜା (୧) ପ୍ରାଇଭେଟ୍ ଲିମିଟେଡ୍ ୨,୬୫୧,୩୧୩ ଇକ୍ୱିଟି ସେୟାର ବିକ୍ରି କରିବେ।
ଏହା ବ୍ୟତୀତ ନମ୍ରତା ଗର୍ଗ ୯୮,୫୦୦ ଇକ୍ୱିଟି ସେୟାର, ଏକ୍‌ଜିକ୍ୟୁଟଇଭ୍ ହାଉନ୍ସି ଫାଇନ୍‌ସ କୋ ଲିମିଟେଡ୍ ୨,୩୮୬,୧୮୩ ଇକ୍ୱିଟି ସେୟାର, ପ୍ରାଇଡ୍ ପାରାଡାଇଜ୍ ଆଣ୍ଡ୍ ଡେଭେଲପ୍‌ମେଂଟ୍ ପ୍ରାଇଭେଟ୍ ଲିମିଟେଡ୍ ୬୮୩,୭୨୦ ଇକ୍ୱିଟି ସେୟାର, ପ୍ରାଇଡ୍ ସେଂଟର ଆଣ୍ଡ୍ ଡେଭେଲପମେଂଟ୍ ପ୍ରାଇଭେଟ୍ ଲିମିଟେଡ୍ ୧,୧୯୩,୦୯୧ ଇକ୍ୱିଟି ସେୟାର, ପ୍ରାଇଡ୍ ଅର୍ଚାଡ୍‌ସ ପ୍ରାଇଭେଟ୍ ଲିମିଟେଡ୍ ୬୬୨,୮୨୮ ଇକ୍ୱିଟି ସେୟାର, ଏସ୍‌ପି ରିଅଲଟର୍ସ ପ୍ରାଇଭେଟ୍ ଲିମିଟେଡ୍ ୨,୫୧୮,୭୪୮ ଇକ୍ୱିଟି ସେୟାର, ଏସପି କ୍ୟାପିଟାଲ କନସଲଟାଂଟସ ପ୍ରାଇଭେଟ୍ ଲିମିଟେଡ୍ ୧,୮୫୫, ୯୧୯ ଇକ୍ୱିଟି ସେୟାର ଏବଂ ଏସପି କ୍ୟାପିଟାଲ ଫାଇନାନ୍ସିଂ ଲିମିଟେଡ ୩,୨୬୭,୯୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ପୁରୁଣା ହୋଟେଲ୍‌ଗୁଡ଼ିକର ମରାମତି କରିବା ପାଇଁ କାର୍ଯ୍ୟକାରୀ ପୁଞ୍ଜି ଭାବେ, କିଛି ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରାଯିବ। ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ ଆଡଭାଇଜର୍ସ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

one × 3 =