Business

ଏନପିସିଆଇ ପକ୍ଷରୁ ‘ଡିଜିଟାଲ ଆରେଷ୍ଟ’ ବିରୋଧରେ ସଚେତନତାର ପ୍ରସାର ସହ ନାଗରିକଙ୍କ ସଶକ୍ତୀକରଣ

ଭୁବନେଶ୍ବର: ଡିଜିଟାଲ ପେମେଂଟ ଏବେ ଦେଶବ୍ୟାପୀ ଉପଲବ୍ଧ ହୋଇଥିବା ବେଳେ ଭାରତକୁ ଡିଜିଟାଲ-ପ୍ରଥମ ଅର୍ଥନୀତି ଆଡ଼କୁ ଅଗ୍ରସର କରାଯାଇଛି। ତାହା ଉଭୟ ସୁରକ୍ଷା ଓ ସହଜତା ପ୍ରଦାନ କରୁଛି। ତେବେ ଡିଜିଟାଲ ପେମେଂଟକୁ ସୁରକ୍ଷିତ ଭାବେ ବ୍ୟବହାର କରିବା ଓ ଅନଲାଇନ ଠକାମି ବିଷୟରେ ସଚେତନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମ୍ଭାବ୍ୟ ଠକାମିକୁ ଆଗୁଆ ଚିହ୍ନଟ କରିବା ବ୍ୟବହାରକାରୀ ଓ ସେମାନଙ୍କ ପ୍ରିୟଜନଙ୍କୁ ସୁରକ୍ଷିତ ରଖିବା ଏବଂ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ, ଅଳ୍ପ ନଗଦ ଆଧାରିତ ଅର୍ଥନୀତିର ପ୍ରସାର କରିବାରେ ସହାୟକ ହୋଇଥାଏ।
ଡିଜିଟାଲ ଆରେଷ୍ଟ (ଗିରଫଦାରୀ) କ’ଣ?
ଅନଲାଇନ ଠକାମିଗୁଡ଼ିକ ବେଶ ସମୃଦ୍ଧ ହୋଇଛି ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ‘ଡିଜିଟାଲ ଆରେଷ୍ଟ’। ଏହି ଠକାମିରେ ଠକ ନିଜକୁ ଜଣେ ଆଇନ ପ୍ରଣୟନକାରୀ ଅଧିକାରୀମାନେ ଉପସ୍ଥାପନ କରି ତାଙ୍କୁ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ ନକଲି ଆଇନଗତ ମାମଲାରେ ଫସାଇ ତାଙ୍କୁ ଟଙ୍କା ପଠାଇବା କିମ୍ବା ବ୍ୟକ୍ତିଗତ ତଥ୍ୟ ଦେବା ଲାଗି ପ୍ରବର୍ତାଇଥାନ୍ତି। ସେମାନେ ଫୋନ କଲ ଜରିଆରେ ଯୋଗାଯୋଗ କରିବା ପରେ ତାହାକୁ ଭିଡିଓ କଲରେ ବଦଳାଇଥାନ୍ତି। ଆର୍ôଥକ ହେରଫେର ଓ ଅନ୍ୟାନ୍ୟ ଆଇନଗତ ଉଲ୍ଲଂଘନ ବାହାନାରେ ଡିଜିଟାଲ ଆରେଷ୍ଟ ୱରେଂଟ ଜାରି କରିବାକୁ ଧମକାଇଥାନ୍ତି। ଭୟରେ ପୀଡ଼ିତ ତଥ୍ୟ ଦେଇଦେଇଥାନ୍ତି ଯାହା ଫଳରେ ତାଙ୍କ ପରିଚୟ ଚୋରି ହେବା ସହ ସେ ଆର୍ôଥକ କ୍ଷତି ସହିଥାନ୍ତି।
କିଭଳି ଏକ ସମ୍ଭାବ୍ୟ ଡିଜିଟାଲ ଆରେଷ୍ଟ ଠକେଇ ଚିହ୍ନଟ କରିବେ:
ଅଧିକାରୀଙ୍କ ଅକସ୍ମାତ ଯୋଗାଯୋଗ: ଯଦି କେହି ନିଜକୁ ପୋଲିସ, ସିବିଆଇ, ଆୟକର ଅଧିକାରୀ କିମ୍ବା କଷ୍ଟମ ଏଜେଂଟ ଭଳି ସରକାରୀ ଏଜେନ୍ସିର ଅଧିକାରୀ ପରିଚୟ ଦେଇ ଯୋଗାଯୋଗ କରନ୍ତି, ତେବେ ସତର୍କ ହୋଇଯାଆନ୍ତୁ। ତୁରନ୍ତ ଆଇନଗତ ପଦକ୍ଷେପ କିମ୍ବା ୱାରେଂଟ ଜାରି କରାଯିବ ବୋଲ ଯଦି ଦାବି କରନ୍ତି ସେତ ସତର୍କ ରୁହନ୍ତୁ। ସେମାନେ ଅଭିଯୋଗ କରିପାରନ୍ତି ଯେ ଆପଣ କିମ୍ବା ଆପଣଙ୍କ ପରିବାରର କେହି ସଦସ୍ୟ ମନି ଲଣ୍ଡରିଂ, ଟିକସ ଟକେଇ କିମ୍ବା ଡ୍ରଗସ ଚୋରାଚାଲାଣ ଭଳି ଗମ୍ଭୀର ଅପରାଧ ସହ ଜଡ଼ିତ।
ଭୟ ଆଧାରିତ ଭାଷା ଓ ଜରୁରୀ ସ୍ଥିତି: ଠକମାନେ ସାଧାରଣତଃ ଭିଡିଓ କଲ ଜରି ନିଜକୁ ପୋଲିସ ୟୁନିଫର୍ମରେ ରଖି ସରକାରୀ ଲୋଗୋ ବ୍ୟବହାର କରି କିମ୍ବା ପ୍ରଚ୍ଛଦକୁ ଏକ କାର୍ଯ୍ୟାଳୟ ଭଳି ଦେଖାଇ ନିଜକୁ ଅସଲି, କର୍ତୃପକ୍ଷ ଓ ଭୟ ଦେଖାଇବା ଭଳି ପ୍ରୟାସ କରନ୍ତି। ସେମାନେ ସାଧାରଣତଃ ଗିରଫ କରିବା କିମ୍ବା ତୁରନ୍ତ ଆଇନଗତ ପଦକ୍ଷେପ ଗ୍ରହଣ କରିବା, ତତ୍କାଳ ପ୍ରତିକ୍ରିୟା ପାଇବାକୁ ପ୍ରୟାସ କରନ୍ତି ଏବଂ ନିଜକୁ ବିଶ୍ୱସଜନକ ଦେଖାଇବା ପାଇଁ ଆଇନଗତ ଶବ୍ଦ ସବୁ ବ୍ୟବହାର କରନ୍ତି। ପୀଡ଼ିତଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ କେତେକ ମାମଲାରେ ସେମାନେ ପୋଲିସ ଷ୍ଟେସନ ଭଳି ବ୍ୟବସ୍ଥା କରିଥାନ୍ତି।
ସମ୍ବେଦନଶୀଳ ସୂଚନା କିମ୍ବା ପେମେଂଟ ଅନୁରୋଧ: ସବୁ ପ୍ରକାର ଅପରାଧରୁ ମୁକ୍ତ କରିବାର ପ୍ରତିଶ୍ରୁତି ଦେଇ ଠକମାନେ ବ୍ୟକ୍ତିଗତ ତଥ୍ୟ କିମ୍ବା ମୋଟା ଅଙ୍କର ଅର୍ଥ ଦାବି କରୀନ୍ତି। ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ତାଙ୍କ ଖାତାକୁ ଟଙ୍କା ପଠାଇବାକୁ ସେମାନେ କୁହନ୍ତି। ‘ତୁମ ନାମକୁ ହଟାଇ ଦିଆଯିବ’, ‘ତଦନ୍ତରେ ସହଯୋଗ କର’ କିମ୍ବା ‘ରିଫଣ୍ଡ/ସିକ୍ୟୁରିଟି ଡିପୋଜିଟ/ ଏସକ୍ରୋ ଖାତା ଭଳି ଶବ୍ଦକୁ ବ୍ୟବହାର କରି ଏକ ନିର୍ଦିଷ୍ଟ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବାକୁ ସେମାନେ ପ୍ରେରିତ କରିପାରନ୍ତି।
ସୁରକ୍ଷିତ ରହିବାର ସହଜ ଉପାୟ:
-ଅଟକି ଯାଆନ୍ତୁ ଓ ଯାଂଚ କରନ୍ତୁ: ଆଇନଗତ ସମସ୍ୟାକୁ ନେଇ କଲ କିମ୍ବା ମେସେଜ ପାଇଲେ ଅଳ୍ପ ସମୟ ଅଟକି ଯାଆନ୍ତୁ। ଶାନ୍ତ ରୁହନ୍ତୁ, କାରଣ ଠକ ଭୟ ଓ ତରବର କରିବା ଉପରେ ଅଧିକ ନିର୍ଭରଶୀଳ। ପ୍ରକୃତ ସରକାରୀ କିମ୍ବା ଆଇନ ପ୍ରବର୍ତନ ଏଜେନ୍ସି କେବେ ଟଙ୍କା ମାଗନ୍ତି ନାହିଁ କିମ୍ବା ଫୋନ କିମ୍ବା ଭିଡିଓ କଲରେ ମାମଲାର ତଦନ୍ତ କରନ୍ତି ନାହିଁ। ସବୁବେଳେ କଲ କରିଥିବା ବ୍ୟକ୍ତିଙ୍କ ପରିଚୟ ଜାଣନ୍ତୁ ଏବଂ କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶ୍ୱାସନୀୟ ଉତ୍ସ ସହ ପରାମର୍ଶ କରନ୍ତୁ।
-ସହାୟତା ମାଧ୍ୟମ ବ୍ୟବହାର କରନ୍ତୁ: ୧୯୩୦ ଡାଏଲ କରି ଜାତୀୟ ସାଇବର କ୍ରାଇମ ହେଲପଲାଇନରେ କିମ୍ବା ଟେଲିକମ ବିଭାଗକୁ ରେ ସନ୍ଦେହଜନକ ମାମଲା ଜଣାନ୍ତୁ।
-ରେକର୍ଡ ରଖନ୍ତୁ ଓ ରିପୋର୍ଟ କରନ୍ତୁ: ବାର୍ତା ସେଭ କରନ୍ତୁ, ସ୍କ୍ରିନସଟ ରଖନ୍ତୁ, ଆଲୋଚନାକୁ ରେକର୍ଡ କରନ୍ତୁ। ତାହା ଆପଣଙ୍କୁ କର୍ତୃପକ୍ଷଙ୍କ ପାଖରେ ରିପୋର୍ଟ ଦାଖଲ କରିବାରେ ସହାୟକ ହେବ।

Share

Leave a Reply

Your email address will not be published. Required fields are marked *

two × two =