Business

ଭାରତରେ ନୂଆ ରେନୋ ଡଷ୍ଟର୍‌ର ଶୁଭାରମ୍ଭ; ପ୍ରାରମ୍ଭିକ ମୂଲ୍ୟ ୧୦.୪୯ ଲକ୍ଷ ଟଙ୍କା, ଦେଶବ୍ୟାପୀ ଡେଲିଭରି ଆରମ୍ଭ

ଭୁବନେଶ୍ୱର: ଫ୍ରାନ୍ସର କାର୍ ନିର୍ମାତା ରେନୋ ଗ୍ରୁପ୍‌ର ସମ୍ପୂର୍ଣ୍ଣ ସହାୟକ କମ୍ପାନି ରେନୋ ଇଣ୍ଡିଆ ପକ୍ଷରୁ ରେନୋ ଡଷ୍ଟର ଉନ୍ମୋଚନ କରାଯାଇଛି। ଏହାର ଟର୍ବୋ ପେଟ୍ରୋଲ୍ ମଡେଲ୍‌ର ଦିଲ୍ଲୀ ଏକ୍ସସୋରୁମ୍ ଦାମ୍ ୧୦.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ଦେଶବ୍ୟାପୀ ଏହାର ଡେଲିଭରି ଜାରି ରହିଛି। ରେନୋ ଗ୍ରୁପ୍ ମଡ୍ୟୁଲାର ପ୍ଲାଟଫର୍ମ ଉପରେ ଗଠନ କରାଯାଇଥିବା ନୂଆ ରେନୋ ଡଷ୍ଟର୍‌କୁ ଢ଼ାଂଚାଗତ ଦୃଢ଼ତା, ଦକ୍ଷତା ଓ ଭବିଷ୍ୟତ ପ୍ରସ୍ତୁତି ଅନୁସାରେ ବିକଶିତ କରାଯାଇଛି।

ନୂଆ ରେନୋ ଡଷ୍ଟରରେ ଦୃଢ଼ ପ୍ରଦର୍ଶନ ସହିତ ଶ୍ରେଷ୍ଠ ଗାଡ଼ିଚାଳନା ଓ ପରିଚାଳନାର ମିଶ୍ରଣ ରହିଛି। ଏହାକୁ ଭାରତୀୟ ସଡ଼କ ପରିସ୍ଥିତି ଅନୁସାରେ ଇଞ୍ଜିନିୟରିଂ ଓ ପରୀକ୍ଷଣ କରାଯାଇଛି। ଏହାର ଟର୍ବୋ ଟିସିଇ ୧୬୦ ମଡେଲ୍ ୧୬୩ ପିଏସ୍ ଓ ୨୮୦ ଏନଏମ୍ ପ୍ରଦାନ କରୁଛି ଓ ସେଥିରେ ୬ ସ୍ପିଡ୍ ୱେଟ୍‌-କ୍ଲଚ୍ ଡିସିଟି ରହିଛି ଯାହାକୁ ଭାରତୀୟ ସଡ଼କ ପାଇଁ ପ୍ରସ୍ତୁତ କରାଯାଇଛି କିମ୍ବା ୬-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ ରହିଛି। ଗାଡ଼ିର ଡାଇନାମିକ୍‌କୁ ଆଇଡିଆଇଏଡିଏ ଦ୍ୱାରା ପ୍ରମାଣୀକରଣ କରାଯାଇଛି।

ଡ୍ରାଇଭରଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା କକ୍‌ପିଟ୍‌ରେ ବାହାର ଦୃଶ୍ୟ ଭଲ ଭାବେ ଦେଖାଯାଉଥିବା ବେଳେ ଆରାମଦାୟକ ସିଟ୍ ସହିତ ଗୁଗୁଲ୍ ଅଟୋମୋଟିଭ୍ ସେବା ରହିଛି ଯାହା ଜରିଆରେ ଗୁଗଲ୍ ମ୍ୟାପ୍‌ସ, ଗୁଗଲ୍ ଆସିଷ୍ଟାଂଟ୍ ଓ ଗୁଗଲ୍ ପ୍ଲେ ହାସଲ କରାଯାଇପାରିବ। ନୂଆ ରେନୋ ଡଷ୍ଟର ୫ଟି ଟ୍ରିମ୍ ଯଥା ଅଥେଟିଂକ୍‌, ଇଭଲ୍ୟୁସନ, ଟେକ୍ନୋ, ଟେକ୍ନୋ+ ଓ ଆଇକନିକ୍‌ରେ ଉପଲବ୍ଧ ହୋଇଛି। ଏହାର ଅନ୍ୟାନ୍ୟ ସୁବିଧାଗୁଡ଼ିକ ହେଉଛି ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍‌, ଓପନ୍‌ଆର୍ ଲିଙ୍କ୍ ମଲ୍ଟିମିଡିଆ, ପାନୋରାମିକ ସନ୍‌ରୁଫ୍‌, ଇଲେକ୍ଟ୍ରିକ୍ ଟେଲ୍‌ଗେଟ୍‌, ସାମ୍ନାରେ ଭେଂଟିଲେଟେଡ୍ ସିଟ୍‌, ଡୁଆଲ୍ ଜୋନ୍ ଜଳବାୟୁ ନିୟନ୍ତ୍ରଣ, ୧୭ ଏଙ୍ଗିଏସ୍ ଫିଚର୍ସ ଓ ୩୬୦ ଡିଗ୍ରି କ୍ୟାମେରା ରହିଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ଟର୍ବୋ ଟିସିଇ ୧୬୦ ର ପ୍ରବଳ ଚାହିଦା ଦେଖିବାକୁ ମିଳିଛି, ଯାହାକି ବିଭିନ୍ନ ବଜାରରେ ହୋଇଥିବା ମୋଟ ପେଟ୍ରୋଲ୍ ବୁକିଂର ୯୦% ରୁ ଅଧିକ ଅଟେ। ଆର-ପାସ ପ୍ରି-ବୁକିଂ ପ୍ରୋଗ୍ରାମ ମାଧ୍ୟମରେ ଗ୍ରାହକମାନେ ୩୧ ମାର୍ଚ୍ଚ, ୨୦୨୬ ପର୍ଯ୍ୟନ୍ତ ୧୦.୨୯ ଲକ୍ଷ ର ଏକ ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟରେ ଏହାକୁ ପାଇପାରିବେ। ଏହା ସହିତ ରେନୋ ନମନୀୟ ସବସ୍କ୍ରିପସନ ବିକଳ୍ପ ଏବଂ ଅଧିକୃତ ସେବା କେନ୍ଦ୍ରଗୁଡ଼ିକରେ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ କରୁଥିବା ଗ୍ରାହକମାନଙ୍କ ପାଇଁ ୭ ବର୍ଷର ରେନୋ ଫରେଭର୍ ୱାରେଣ୍ଟି ମଧ୍ୟ ପ୍ରଦାନ କରୁଛି।

ରେନୋ ଇଣ୍ଡିଆର ବିକ୍ରି ଓ ମାର୍କେଟିଂ ଉପାଧ୍ୟକ୍ଷ ଫ୍ରାନ୍‌ସିସ୍କୋ ହିଡାଲ୍‌ଗୋ କହିଛନ୍ତି ଯେ, “ନୂତନ ରେନୋ ଡଷ୍ଟର ଆଜିର ଭାରତୀୟ ଗ୍ରାହକମାନେ ଯାହା ଆଶା କରନ୍ତି ତାହାକୁ ହିଁ ଦର୍ଶାଏ: ଦମଦାର ପ୍ରଦର୍ଶନ, ପ୍ରକୃତ ସ୍ଥାୟୀତ୍ୱ ଏବଂ ଦୈନନ୍ଦିନ ବ୍ୟବହାରର ଉପଯୋଗିତା। ଟର୍ବୋ ଟିସିଇ ୧୬୦ ରୁ ୧୬୩ ପିଏସ୍ ଶକ୍ତି ଏବଂ ଉନ୍ନତ ଆରଜିଏମପି ପ୍ଲାଟଫର୍ମ ସହିତ, ଏହା ଗାଡ଼ି ଚାଳନା, ନିୟନ୍ତ୍ରଣ ଏବଂ ମଜବୁତ କ୍ଷମତାରେ ପ୍ରକୃତ ଉନ୍ନତି ପ୍ରଦାନ କରେ। ସବସ୍କ୍ରିପସନ ଭଳି ନମନୀୟ ମାଲିକାନା ବିକଳ୍ପ ଏବଂ ୭ ବର୍ଷର ଗ୍ୟାରେଣ୍ଟି ସହିତ, ଏହି ଏସୟୁଭି ଟି ଭାରତୀୟମାନେ ପ୍ରକୃତରେ କିପରି ଗାଡ଼ି ଚଲାନ୍ତି, ତାହାକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଛି।’’

ଏହାର ଇ-ଟେକ୍ ଷ୍ଟ୍ରଙ୍ଗ ହାଇବ୍ରିଡ୍ ମଡେଲ୍‌ରେ ୧.୮ ଲିଟର ଇଂଜିନ ଓ ୧.୪ କେଡବ୍ଲ୍ୟୁଏଚ୍‌ର ବ୍ୟାଟେରି ରହିଛି ଯାହା ସହରରେ ୮୦% ପର୍ଯ୍ୟନ୍ତ ଇଭି ଗାଡ଼ିଚାଳନା ପ୍ରଦାନ କରୁଛି। ପ୍ରମୁଖ ମେଟ୍ରୋ ବଜାରରେ ୪୦ ପ୍ରତିଶତ ଗ୍ରାହକ ହାଇବ୍ରିଡ୍‌ର ପ୍ରି-ବୁକିଂ କରୁଛନ୍ତି। ରେନୋ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ୨୦୨୬ ପାଇଁ ଯୋଜନା ଥିବା ହାଇବ୍ରିଡ୍‌ର ବୁକିଂ ସମ୍ପୂର୍ଣ୍ଣ ଆବଂଟିତ ହୋଇଛି ଏବଂ ଦୀପାବଳି ବେଳକୁ ପୁଣି ଥରେ ବୁକିଂ ଖୋଲାଯିବ।

ଭାରିଆଂଟ୍‌: ମୁଖ୍ୟ ବୈଶିଷ୍ଟ୍ୟ

  • ଅଥେଟିଂକ୍‌
  • ଇକୋ ଏଲ୍‌ଇଡି ହେଡ ଲ୍ୟାମ୍ପ
  • ଏଲ୍‌ଇଡି ପଛ ଲାଇଟ୍‌
  • ଡଷ୍ଟର ପ୍ରତୀକ ସହିତ ଏହାର ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ଗ୍ରିଲ୍‌
  • ସ୍କିଡ୍ ପ୍ଲେଟ୍ସ
  • ବାହାର ପାର୍ଶ୍ୱ ଦର୍ପଣରେ ଏଲ୍‌ଇଡି ଟର୍ଣ୍ଣ ଇଣ୍ଡିକେଟର୍‌
  • ମଜବୁତ ହୁଇଲ୍ ଆର୍ଚ ଏବଂ କବାଟ ପାର୍ଶ୍ୱ ସୁରକ୍ଷା
  • ୭-ଇଞ୍ଚ ଟିଏଫଟି ଡ୍ରାଇଭର ଡିସପ୍ଲେ
  • ଅଟୋ ଅପ୍‌/ଡାଉନ୍ ସହିତ ସମସ୍ତ ପାୱାର୍ ୱିଣ୍ଡୋ
  • ସ୍ଲାଇଡିଂ ଆର୍ମରେଷ୍ଟ ସହିତ ସେଂଟ୍ରାଲ୍ କନସୋଲ୍‌
  • ଅଟୋ ହେଡ୍ଲ୍ୟାମ୍ପ
  • ଗୋଟିଏ ସ୍ପର୍ଶରେ ଚାଲୁଥିବା ଏଲ୍‌ଇଡି ରୁମ୍ ଲାଇଟ୍‌
  • ପଛ ପଟ ଏସି ଭେଂଟ୍‌
  • ରିମୋଟ୍ କି-ଲେସ୍ ଏଂଟ୍ରି
  • ୬ଟି ଏୟାରବ୍ୟାଗ୍ ସମେତ ୩୫ଟି ମାନକ ସୁରକ୍ଷା ବୈଶିଷ୍ଟ୍ୟ
Share

Leave a Reply

Your email address will not be published. Required fields are marked *

7 − 2 =