Business

ଏନ୍‌ସିଏଲ୍‌ଏଟିଙ୍କ ନିର୍ଦ୍ଦେଶ ବେଦାନ୍ତ ଡିମର୍ଜର୍‌ର ପଥ ପ୍ରଶସ୍ତ କରିଛି

ଭୁବନେଶ୍ୱର: ବେଦାନ୍ତ ଲିମିଟେଡ୍‌ର ଶକ୍ତି ବ୍ୟବସାୟ ଡିମର୍ଜରକୁ ଖାରଜ କରିଥିବା ଏନ୍‌ସିଏଲ୍‌ଏଟିଙ୍କ ମୁମ୍ବାଇ ଖଣ୍ଡପୀଠ ରାୟ ଉପରେ ନ୍ୟାସନାଲ୍ କମ୍ପାନି ଲ ଆପିଲିଟ୍ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଏଟି) ସ୍ଥଗିତାଦେଶ ଜାରି କରିଛନ୍ତି। ଏନ୍‌ସିଏଲ୍‌ଏଟି ମୁମ୍ବାଇଙ୍କ ରାୟ ଯୋଗୁଁ ତାଲୱଣ୍ଡି ସାବୋ ପାୱାର ଲିମିଟେଡ୍ (ଟିଏସ୍‌ପିଏଲ୍‌) ସହ ମିଶ୍ରଣ ପ୍ରଭାବିତ ହୋଇଥିଲା।
ଦୁଇ ଜଣିଆ ଖଣ୍ଡପୀଠ ରାୟରେ କହିଛନ୍ତି ଯେ ସ୍ଥଗିତାଦେଶ ଜାରି କରିବା ଯୁକ୍ତିଯୁକ୍ତ ଥିଲା। ଖଣ୍ଡପୀଠ କହିଥିଲେ ଯେ ଆମ ଆଗରେ ଉଠାଯାଇଥିବା ପ୍ରଶ୍ନଗୁଡ଼ିକର ବିସ୍ତୃତ ବିଚାର ଆବଶ୍ୟକ ଏବଂ ବର୍ତମାନ ଦାଖଲ କରାଯାଇଥିବା ଦାବିଗୁୁଡ଼ିକ ଦୃଷ୍ଟିରୁ ସ୍ୱତନ୍ତ୍ର ଯୋଜନା ହୋଇପାରେ ଏବଂ ଏପରି ପରିସ୍ଥିତିରେ ଯଦି ଆଦେଶ ଉପରେ ସ୍ଥଗିତାଦେଶ ଲଗାଯିବ ନାହିଁ, ତେବେ ଅନ୍ୟ ତିନିିଟି ଟ୍ରାନ୍ସଫରର କମ୍ପାନି ସମ୍ବନ୍ଧରେ ବିଭିନ୍ନ ଟ୍ରିବ୍ୟୁନାଲ୍‌ରେ ବିଚାରାଧୀନ ଥିବା ଦ୍ୱିତୀୟ ମୋସନ ଆବେଦନଗୁଡ଼ିକ ପ୍ରଭାବିତ ହୋଇପାରେ। ଏନ୍‌ସିଏଲ୍‌ଏଟି ଏହି ମାମଲା ଉପରେ ପରବର୍ତୀ ଶୁଣାଣି ଅଗଷ୍ଟ ୪ରେ କରିବେ।
ବେଦାନ୍ତ ଲିମିଟେଡ୍ ପକ୍ଷରୁ ଷ୍ଟକ୍ ବଜାରକୁ ଅବଗତ କରାଯାଇଛି ଯେ ଏହା ରଣନୈତିକ ପୁନର୍ଗଠନ ଯୋଜନା ପ୍ରତି ପ୍ରତିବଦ୍ଧ ରହିଛି ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ଦୀର୍ଘକାଳୀନ ମୂଲ୍ୟ ଉଜାଗର କରିବା ଦିଗରେ କାର୍ଯ୍ୟ ଜାରି ରଖିବ।
ଫେବ୍ରୁଆରିରୁ ଅଂଶଧନକାରୀ ଓ ଋଣପ୍ରଦାନକାରୀମାନଙ୍କଠାରୁ ସକାରାତ୍ମକ ମତ ହାସଲ ପରେ କମ୍ପାନି ଏହାର କ୍ୟୁ୪ ଆର୍ଥିକ ଫଳାଫଳ କଲ୍ ବେଳେ ଜଣାଇଥିଲା ଯେ ଏହା ଏନ୍‌ସିଏଲ୍‌ଏଟିିରେ ଦ୍ୱିତୀୟ ମୋସନ ଆବେନ କରିଛି ଏବଂ ତାହାର ଶୁଣାଣୀ ଜୁଲାଇ ୨ରେ ହେବ। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଡିମର୍ଜର ସମାପନ ହେବା ନେଇ କମ୍ପାନି କର୍ତୃପକ୍ଷ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ବେଦାନ୍ତ ଅନୁସାରେ ଏହାର ପ୍ରସ୍ତାବିତ ଡିମର୍ଜର କ୍ଷେତ୍ରଭିତିକ ସ୍ୱାଧୀନ ବ୍ୟବସାୟ ଉପରେ ଗୁରୁତ୍ୱ ସହ ଏହାର କର୍ପୋରେଟ୍ ଢ଼ାଂଚାର ସରଳୀକରଣରେ ସହାୟକ ହେବ। ଏହି ଡିମର୍ଜର ୱେଲ୍‌ଥ ଫଣ୍ଡ, ଖୁଚୁରା ନିବେଶକ ଓ ଗୁରୁତ୍ୱପୂର୍ଣ୍ଣ ନିବେଶକମାନଙ୍କ ସମେତ ବିଶ୍ୱସ୍ତରୀୟ ନିବେଶକମାନଙ୍କୁ ଭାରତର ଅଭିବୃଦ୍ଧି ଯାତ୍ରା ସହ ଜଡ଼ିତ ଉତ୍ସର୍ଗୀକୃତ କମ୍ପାନିରେ ସିଧାସଳଖ ନିବେଶ କରିବାର ସୁଯୋଗ ପ୍ରଦାନ କରିବ।
ବେଦାନ୍ତ ଅନୁସାରେ ଡିମର୍ଜର ଦ୍ୱାରା ତାଲିକାଭୁକ୍ତ ଇକ୍ୱିଟି ଓ ସ୍ୱପରିଚାଳିତ ପରିଚାଳନା ଟିମ୍ ସହିତ ପ୍ରତି ୟୁନିଟ୍‌କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ଯଦ୍ୱାରା ସେମାନେ ମୁକ୍ତ ଭାବେ ଏବଂ ଗ୍ରାହକ, ନିବେଶକ ଚକ୍ର ଓ ଚୂଡ଼ାନ୍ତ ବଜାର ଅନୁସାରେ ସମନ୍ୱିତ ହୋଇ କାରବାର କରିପାରିବେ।
ଡିମର୍ଜର ପ୍ରତି ଶାଖାରେ ମୂଲ୍ୟ ଓ ଦ୍ରୁତ ଅଭିବୃଦ୍ଧି ସମ୍ଭାବନାକୁ ଉଜାଗର କରିବ ବୋଲି ବେଦାନ୍ତ ଆଶା କରୁଛି। ବେଦାନ୍ତ ଲିମିଟେଡ୍‌ର ସେୟାର ଗୋଟିଏ ସପ୍ତାହରେ ପାଖାପାଖି ୨% ଓ ଶେଷ ମାସରେ ୭ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

Share

Leave a Reply

Your email address will not be published. Required fields are marked *

17 + 5 =