Business

ଶ୍ରୀମତୀ ସଙ୍ଗୀତା ଜିନ୍ଦଲଙ୍କୁ ଫ୍ରାନ୍ସର ସମ୍ମାନଜନକ ସେଭାଲିୟର ଡି ଆଇ’ଓଡ୍ରେ ଡେସ୍ ଆର୍ଟସ୍ ଏଟ୍ ଡେସ୍ ଲେଟର୍ସ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମାନ୍ୟବର ଥିଏରି ମାଥଉ ଜେଏସଡବ୍ଲ୍ୟୁ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ଜିନ୍ଦଲଙ୍କୁ ଫ୍ରାନ୍ସର ସବୁଠୁ ସମ୍ମାନଜନକ ସମ୍ମାନ ସେଭାଲିୟର ଡେ ଆଇ’ଓଡ୍ରେ ଡେସ ଆର୍ଟସ ଏଟ ଡେସ୍ ଲେଟର୍ସ (ନାଇଟ ଅଫ୍ ଦି ଅର୍ଡର ଅ୍‌ଫ ଆର୍ଟସ୍ ଆଣ୍ଡ ଲେଟର୍ସ) ପ୍ରଦାନ କରିଛନ୍ତି। ଭାରତରେ କଳା, ସଂସ୍କୃତି ଓ ଐତିହ୍ୟ ସଂରକ୍ଷଣ ଓ ଭାରତ-ଫ୍ୟାନ୍ସ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବା ପ୍ରତି ଉଲ୍ଲେଖନୀୟ ଯୋଗଦାନ ପାଇଁ ଶ୍ରୀମତୀ ଜିନ୍ଦଲଙ୍କୁ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ଜିନ୍ଦଲ ଫାଉଣ୍ଡେସନର ମୁଖ୍ୟ ଭାବେ ଶ୍ରୀମତୀ ଜିନ୍ଦଲ ତାଙ୍କ ସବୁ ମିସନର କେନ୍ଦ୍ର ସ୍ଥଳରେ ସଂସ୍କୃତିକୁ ରଖିଛନ୍ତି ଏବଂ ଫ୍ରାନ୍ସ ସହ ନୂଆ ସହଯୋଗିତା ସ୍ଥାପନ କରିଛନ୍ତି। ହାମ୍ପି ଆର୍ଟସ୍ ଲ୍ୟାବ୍‌ଷର ସେ ଭାରତ ଓ ଫ୍ରାନ୍ସର କ୍ରିଏଟରମାନଙ୍କ ମଧ୍ୟରେ ଭାବ ବିନିମୟ ପାଇଁ ଅର୍ଥପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଛନ୍ତି। ୨୦୨୪ରେ ସେ ପ୍ୟାରିସ ଅଲିମ୍ପିକ ଗେମ୍‌ସ ସମୟରେ ଫ୍ରାନ୍ସ ସହ ସହଯୋଗିତା କରିଥିଲେ ଯାହା କଳା ଓ କ୍ରୀଡ଼ା ମଧ୍ୟରେ ଆଲୋଚନା ଉପରେ ଆଲୋକପାତ କରିଥିଲା। ଚଳିତ ବର୍ଷ ସେ ପ୍ୟାରିସରେ ଅନୁଷ୍ଠିତ ମୋବାଇଲିୟରର “ଟେକ୍ସଟାଇଲ ମ୍ୟାଟର୍ସ” ପ୍ରଦର୍ଶନୀରେ ଭାଗ ନେଇଥିଲେ।
ଏହି ସମ୍ମାନ ପ୍ରଦାନ କରି ରାଷ୍ଟ୍ରଦୂତ ଥିଏରି ମାଥାଓ କହିଛନ୍ତି ଯେ, “ନିଜର ଅଭିଳାଷ, ଲକ୍ଷ୍ୟ ଓ ବନାଦ୍ୟତା ଜରିଆରେ ଶ୍ରୀମତୀ ଜିନ୍ଦଲ ଭାରତର ସାଂସ୍କୃତିକ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିଥିବା ବେଳେ ଦୁଇ ଦେଶକୁ ନିକଟତର କରାଇଛନ୍ତି। ଏହି ସମ୍ମାନ ତାଙ୍କ ସଫଳତା ଏବଂ ସାଂସ୍କୃତିକ ଅନ୍ତରକୁ ଦୂର କରିବାର ପ୍ରତିବଦ୍ଧତା ପାଇଁ ଫ୍ରାନ୍ସର କୃତଜ୍ଞତା ଓ ପ୍ରଶଂସାକୁ ପ୍ରତିଫଳିତ କରୁଛି। ମୁଁ ନିଶ୍ଚିତ ଯେ ଏହା ହେଉଛି ଆମ ଦେଶ ସହ ଏକ ଫଳପ୍ରଦ ସହଯୋଗିତା ଓ ଆଲୋଚନାର ଏକ ଶୁଭାରମ୍ଭ ମାତ୍ର।”
ଏହି ପୁରସ୍କାରକୁ ଗ୍ରହଣ କରି ଶ୍ରୀମତୀ ସଙ୍ଗୀତା ଜିନ୍ଦଲ କହିଛନ୍ତି ଯେ, “ଫ୍ରାନ୍ସଠାରୁ ଏହି ସମ୍ମାନଜନକ ମାନ୍ୟତା ଗ୍ରହଣ କରିଥିବାରୁ ଗର୍ବିତ ମନେ କରୁଛି। ଭାରତର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସହିତ ଦୁଇ ଦେଶ ଭିତରେ ଅର୍ଥପୂର୍ଣ୍ଣ ସହଯୋଗିତାକୁ ସୁଦୃଢ଼ କରିବା ପାଇଁ ମୋ ପ୍ରତିବଦ୍ଧତାକୁ ଏହା ଦୃଢ଼ କରୁଛି। ମୁଁ କାମ କରିଥିବା ଅନେକ କଳାକାର, କାରିଗର, ସଂରକ୍ଷକ ଓ ଅନୁଷ୍ଠାନ ତରଫରୁ ଏହି ସମ୍ମାନ ଗ୍ରହଣ କରୁଛି। ଐତିହ୍ୟ ହେଉଛି ଏକ ଜୀବନ୍ତ ସମ୍ବଳ ଯାହା ପିଢ଼ି ପିଢ଼ି ଭିତରେ ସମ୍ପର୍କ ଯୋଡ଼ୁଛି ଏବଂ ଭବିଷ୍ୟତକୁ ଅନୁପ୍ରାଣିତ କରିବା ପାଇଁ ମୁଁ ସମର୍ପିତ ରହିଛି।”

Share

Leave a Reply

Your email address will not be published. Required fields are marked *

3 − 2 =