କଟକରେ ଏକ ନୂତନ ଅତ୍ୟାଧୁନିକ ଟ୍ରକ୍ ଏବଂ ବସ୍ ଡିଲରସିପ୍ ସହିତ ମହିନ୍ଦ୍ରା ଓଡ଼ିଶାରେ ନିଜର ଉପସ୍ଥିତିକୁ ସୁଦୃଢ଼ କରୁଛି
ଭୁବନେଶ୍ୱର/କଟକ/ରାଉରକେଲା: ଗତ ୪ ବର୍ଷ ମଧ୍ୟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବା ପରେ, ମହିନ୍ଦ୍ରାର ଟ୍ରକ୍ ଏବଂ ବସ୍ ବ୍ୟବସାୟ ଆଜି ଓଡ଼ିଶାର କଟକରେ ୬ଟି ସର୍ଭିସ୍ ବେସ ସହିତ ଏହାର ଅତ୍ୟାଧୁନିକ ୩ଏସ୍ ଡିଲରସିପ୍ ଉଦଘାଟନ କରିଛି, ଏହି ସୁବିଧା ପ୍ରତିଦିନ ୮ ରୁ ଅଧିକ ଯାନବାହନକୁ ସେବା ପ୍ରଦାନ କରିବା ସହିତ ଡ୍ରାଇଭର ରହିବା, ୨୪ ଘଣ୍ଟା ବ୍ରେକଡାଉନ୍ ସହାୟତା ଏବଂ ଆଡ-ବ୍ଲୁ ଉପଲବ୍ଧତା ମଧ୍ୟ ପ୍ରଦାନ କରୁଛି।
ଏହି ଅବସରରେ, ଶ୍ରୀଯୁକ୍ତ ବିନୋଦ ସହାୟ, ସଭାପତି – ଟ୍ରକ୍, ବସ୍ ଏବଂ ନିର୍ମାଣ ଉପକରଣ, ଗୋଷ୍ଠୀ କାର୍ଯ୍ୟନିର୍ବାହୀ ବୋର୍ଡର ସଦସ୍ୟ, କହିଛନ୍ତି, “କଟକରେ ଆମର ନୂତନ ଅତ୍ୟାଧୁନିକ ଡିଲରସିପ୍ ଉଦଘାଟନ କରି ଆନନ୍ଦିତ। ମେସର୍ସ ମା’ ଦୁର୍ଗା ଅଟୋ ଟେକ୍ ଓଡ଼ିଶାରେ ମହିନ୍ଦ୍ରା ଟ୍ରକ୍ ଏବଂ ବସ୍ର ଆଉ ଏକ ନୂତନ ଡିଲରସିପ୍ ପାଲଟିଛି। ମିଳିତ ଭାବରେ, ମହିନ୍ଦ୍ରା ଟ୍ରକ୍ ଏବଂ ବସ୍ ଏବଂ ଏସଏମଏଲ୍ ପାଖରେ ଏବେ ସାରା ଦେଶରେ ଟ୍ରକ୍ ଓ ବସ୍ ପାଇଁ ୨୦୦ ରୁ ଅଧିକ ୩ଏସ୍ ଡିଲରସିପ୍ ଏବଂ ୪୦୦ ରୁ ଅଧିକ ଦ୍ୱିତୀୟ ଟଚ୍ ପଏଣ୍ଟ ରହିଛି, ଯାହା ଆମର ମୂଲ୍ୟବାନ ଗ୍ରାହକମାନଙ୍କୁ ବିଶ୍ୱସ୍ତରୀୟ ଗ୍ରାହକ ସେବା ପ୍ରଦାନ କରୁଛି। ମହିନ୍ଦ୍ରା ଗ୍ରୁପ୍ ଏବେ ଟ୍ରକ୍ ଏବଂ ବସ୍ରେ ପ୍ରାୟ ୭% ବଜାର ଅଂଶୀଦାର, ଆଇ ଏଣ୍ଡ ଏଲସିଭି ବସ୍ରେ ୨୪% ବଜାର ଅଂଶୀଦାର ରହିଛୁ। ଆମେ ଆର୍ôଥକ ବର୍ଷ ୩୧ ସୁଦ୍ଧା ଆମର ବଜାର ଅଂଶକୁ ୧୦-୧୨% ଏବଂ ଆର୍ôଥକ ବର୍ଷ ୩୬ ସୁଦ୍ଧା ୨୦% ରୁ ଅଧିକ ଅଂଶୀଦାର ହେବାକୁ ଲକ୍ଷ୍ୟ ରଖିଛୁ।”
ଏହି ଅବସରରେ ଡକ୍ଟର ଭେଙ୍କଟ ଶ୍ରୀନିବାସ, ବ୍ୟବସାୟ ମୁଖ୍ୟ – ମହିନ୍ଦ୍ରା ଟ୍ରକ୍, ବସ୍ ଏବଂ ନିର୍ମାଣ ଉପକରଣ, କହିଛନ୍ତି, “ଗ୍ରାହକ-କେନ୍ଦ୍ରିକତା ପ୍ରତି ଆମର ଆଗ୍ରହ ଆମକୁ ଗ୍ରାହକମାନଙ୍କ ପାଇଁ ଉତ୍ତମ ମୂଲ୍ୟ ପ୍ରସ୍ତାବ ସୃଷ୍ଟି କରିବାକୁ ପ୍ରେରିତ କରିଛି। ଏହା ଆମର ସମଗ୍ର ଉତ୍ପାଦ ପରିସରର ଗ୍ୟାରେଣ୍ଟିଯୁକ୍ତ ଅଧିକ ମାଇଲେଜ୍ ହେଉ, କିମ୍ବା ସବୁଠାରୁ ଉନ୍ନତ ଟେଲିମାଟିକ୍ସ ସମାଧାନ – ଆଇ-ମ୍ୟାକ୍ସ, ଯାହା ଫ୍ଲିଟ୍ ମାଲିକମାନଙ୍କୁ ସେମାନଙ୍କ ପରିବହନ ବ୍ୟବସାୟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ ହେଉ ଅବା ଡିଲରସିପ୍ ଓ ବିକ୍ରୟ ପରବର୍ତ୍ତୀ ସେବା ପ୍ରଦାନ ଓ ସାମଗ୍ରୀର ଦ୍ରୁତ ବର୍ଦ୍ଧିତ ନେଟୱାର୍କ ମାଧ୍ୟମରେ ଆମେ ଭାରତୀୟ ବାଣିଜ୍ୟିକ ଯାନବାହାନ ଶିଳ୍ପରେ ସର୍ବୋତ୍ତମ ଗ୍ରାହକ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରତିବଦ୍ଧ।”
ମହିନ୍ଦ୍ରା ବ୍ଲାଜୋ-ଏକ୍ସ, ଫ୍ୟୁରୋ, ଅପ୍ଟିମୋ ଏବଂ ଜେୟୋ ହେଉଛି ଭାରତର ଏକମାତ୍ର ସିଭି ଟ୍ରକ୍ ରେଞ୍ଜ ଯାହା ଡବଲ୍ ସେବା ଗ୍ୟାରେଣ୍ଟି ସହିତ ସମର୍ôଥତ – ବ୍ରେକଡାଉନର ୪୮ ଘଣ୍ଟା ମଧ୍ୟରେ ପୁଣି କାର୍ଯ୍ୟ ସମ୍ପାଦନ ପାଇଁ ରାସ୍ତାକୁ ଫେରି ଆସିବ, ଅନ୍ୟଥା କମ୍ପାନୀ ଗ୍ରାହକଙ୍କୁ ପ୍ରତିଦିନ ୧୦୦୦/- ଟଙ୍କା ଏବଂ ଡିଲର ୱାର୍କସପରେ ୩୬ ଘଣ୍ଟା ମଧ୍ୟରେ ଯାନର ଗ୍ୟାରେଣ୍ଟିଯୁକ୍ତ ପରିବର୍ତ୍ତନ ପ୍ରଦାନ କରିବ ଅଥବା କମ୍ପାନୀ ପ୍ରତିଦିନ ୩୦୦୦/- ଟଙ୍କା ଦେବ। ନିରନ୍ତର ଉତ୍ପାଦ ନବସୃଜନ ଏବଂ ଗ୍ରାହକ କେନ୍ଦ୍ରିକତା ପ୍ରତି ଆଗ୍ରହ ଏମଟିବିର ମୂଳ ଲକ୍ଷ୍ୟ ରହିଛି ଯାହା ଏହି ଗ୍ୟାରେଣ୍ଟିଗୁଡ଼ିକୁ ସମ୍ଭବ କରୁଛି।

