Business

ଜେଏସଡବ୍ଲ୍ୟୁ ପେଣ୍ଟସ୍ ପକ୍ଷରୁ ଆକଜୋ ନୋବେଲ୍ ଇଣ୍ଡିଆର ଅଧିଗ୍ରହଣ ସମାପ୍ତି ଘୋଷଣା

ଭୁବନେଶ୍ୱର : ଜେଏସଡବ୍ଲ୍ୟୁ ପେଣ୍ଟସ୍ ଲିମିଟେଡ୍ (“ଜେଏସଡବ୍ଲ୍ୟୁ ପେଣ୍ଟସ୍‌’) ଆକଜୋ ନୋବେଲ୍ ଏନ.ଭି. ଏବଂ ଏହାର ସହଯୋଗୀ କମ୍ପାନୀଗୁଡ଼ିକ ଠାରୁ ଆକଜୋ ନୋବେଲ୍ ଇଣ୍ଡିଆ ଲିମିଟେଡ୍ (“ଏଏନଆଇଏଲ’)ରେ ୬୦.୭୬ ପ୍ରତିଶତ ର ଅଧିକାଂଶ ଅଂଶଧନ ଅଧିଗ୍ରହଣ କରିଛି। ପୂର୍ବରୁ ଜେଏସଡବ୍ଲ୍ୟୁ ପେଣ୍ଟସ୍ ଏଏନଆଇଏଲର ସାର୍ବଜନୀନ ଅଂଶଧନକାରୀଙ୍କଠାରୁ ୦.୪୪ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିସାରିଛି, ଏବଂ ବର୍ତ୍ତମାନର ଅଧିଗ୍ରହଣ ସହିତ, ଏହାର ଅଂଶଧନ ବର୍ତ୍ତମାନ ୬୧.୨ ପ୍ରତିଶତରେ ପହଞ୍ଚିଛି।
ଜେଏସଡବ୍ଲ୍ୟୁ ପେଣ୍ଟସ୍ ହେଉଛି ଭାରତର ସବୁଠାରୁ ଦ୍ରୁତତମ ଅଭିବୃଦ୍ଧିଶୀଳ ରଙ୍ଗ ଶିଳ୍ପ କମ୍ପାନୀ ଏବଂ ୨୩ ବିଲିୟନ ଡଲାର ଜେଏସଡବ୍ଲ୍ୟୁ ଗ୍ରୁପର ଏକ ଅଂଶ, ଯାହା ଇସ୍ପାତ, ସିମେଣ୍ଟ, ଶକ୍ତି, ଭିତ୍ତିଭୂମି, ଅଟୋମୋଟିଭ୍ ଏବଂ ରଙ୍ଗ ସମେତ ବି-ଟୁ-ବି ଏବଂ ବି-ଟୁ-ସି କ୍ଷେତ୍ରର ବିବିଧ ପରିସରର ବିବିଧ ସ୍ୱାର୍ଥ ସହିତ ଭାରତର ଅଗ୍ରଣୀ ଗୋଷ୍ଠୀ। ଏଏନଆଇଏଲ ହେଉଛି ଭାରତର ପ୍ରମୁଖ ସାଜସଜ୍ଜା ଏବଂ ରଙ୍ଗ ଶିଳ୍ପ କମ୍ପାନୀଗୁଡ଼ିକ ମଧ୍ୟରୁ ଗୋଟିଏ ଏବଂ ନେଦରଲ୍ୟାଣ୍ଡରେ ମୁଖ୍ୟାଳୟ ଥିବା ସାଜସଜ୍ଜା ରଙ୍ଗ ଏବଂ ଶିଳ୍ପ ଆବରଣରେ ବିଶ୍ୱସ୍ତରୀୟ ନେତା ଆକଜୋ ନୋବେଲର ଏକ ଅଂଶ ଥିଲା।
ଏହି ଚୁକ୍ତି ଜେଏସଡବ୍ଲ୍ୟୁ ପେଣ୍ଟସ୍‌କୁ ଏହି କ୍ଷେତ୍ରରେ ଏକ ପ୍ରମୁଖ ନେତୃତ୍ୱ ଭାବରେ ପ୍ରତିଷ୍ଠିତ କରେ, ଯାହା ଆଗାମୀ ବର୍ଷଗୁଡ଼ିକରେ ଦୃଢ଼ ଅଭିବୃଦ୍ଧି ଦେଖିବାର ଆଶା କରାଯାଉଛି।
ଜେଏସଡବ୍ଲ୍ୟୁ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଜ୍ଜନ ଜିନ୍ଦଲ କହିଛନ୍ତି, “ଜେଏସଡବ୍ଲ୍ୟୁ ପରିବାରରେ ଆକଜୋ ନୋବେଲ୍ ଇଣ୍ଡିଆ ଦଳକୁ ସ୍ୱାଗତ କରି ମୁଁ ଆନନ୍ଦିତ। ଆମେ ସର୍ବଦା ବିଶ୍ୱାସ କରିଛୁ ଯେ ଭାରତ ବିଶ୍ୱସ୍ତରୀୟ ଓ ନିର୍ଭରଯୋଗ୍ୟ ରଙ୍ଗ ତଥା ଆବରଣ ପାଇବାକୁ ଯୋଗ୍ୟ। ଡୁଲକ୍ସ ସହିତ ମିଶି, ଆମେ ସମଗ୍ର ଭାରତରେ ଗୃହ ଏବଂ ଶିଳ୍ପଗୁଡ଼ିକରେ ବିଶ୍ୱସ୍ତରୀୟ ଗୁଣବତ୍ତା ପ୍ରଦାନ କରିବ। ଏକାଠି, ଆମର ଗ୍ରାହକ ଏବଂ ଭାରତ ପାଇଁ ଏକ ଦୃଢ଼, ଉଜ୍ଜ୍ୱଳ ଏବଂ ଅଧିକ ରଙ୍ଗୀନ ଭବିଷ୍ୟତ ନିର୍ମାଣ କରିବାର ଏକ ଅବିଶ୍ୱସନୀୟ ସୁଯୋଗ ଆମ ପାଖରେ ଅଛି।”
ଜେଏସଡବ୍ଲ୍ୟୁ ପେଣ୍ଟସ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପାର୍ଥ ଜିନ୍ଦଲ କହିଛନ୍ତି, “ଆମେ ଜେଏସଡବ୍ଲ୍ୟୁ ପରିବାରରେ ଆକଜୋ ନୋବେଲ୍ ଇଣ୍ଡିଆକୁ ସ୍ୱାଗତ କରିବାକୁ ବହୁତ ଉତ୍ସାହିତ। ଏହା ଏକ ଐତିହାସିକ ଅବସର, କାରଣ ଏହା ଭାରତର ରଙ୍ଗ ଏବଂ ଆବରଣ ବଜାରରେ ସବୁଠାରୁ ବଡ଼ ଅଧିଗ୍ରହଣ ମଧ୍ୟରୁ ଗୋଟିଏ। ଆକଜୋ ନୋବେଲ୍ ଇଣ୍ଡିଆ ପରିବାର – କର୍ମଚାରୀ, ଗ୍ରାହକ ଏବଂ ଅଂଶୀଦାର – ସହିତ ମିଶି ଆମେ ଭବିଷ୍ୟତର ରଙ୍ଗ କ୍ଷେତ୍ରରେ ଏକ ଉନ୍ନତ କମ୍ପାନୀ ନିର୍ମାଣ କରିବାକୁ ଆକାଂକ୍ଷିତ ରହିଛୁ। ଡୁଲକ୍ସର ଯାଦୁ ଏବଂ ଜେଏସଡବ୍ଲ୍ୟୁ ପେଣ୍ଟସ୍‌ର ଚିନ୍ତାଶୀଳତା ସହିତ, ଆମେ ଗ୍ରାହକମାନଙ୍କୁ ଖୁସି କରିବାକୁ ଏବଂ ଆମର ଅଂଶୀଦାରମାନଙ୍କ ପାଇଁ ସ୍ଥାୟୀ ମୂଲ୍ୟ ସୃଷ୍ଟି କରିବା ଦିଗରେ ଦୃଢ଼ ଆଶା ପୋଷଣ କରୁଛୁ।”
ଆକଜୋ ନୋବେଲର ସିଇଓ ଶ୍ରୀଯୁକ୍ତ ଗ୍ରେଗ୍ ପାଉକ୍ସ-ଗୁଇଲାଉମ୍ କହିଛନ୍ତି, “ଆଜିର ଅଧିଗ୍ରହଣ ପରିସମାପ୍ତି ଆମର ରଣନୈତିକ ଧ୍ୟାନକୁ ତୀକ୍ଷ୍ଣ କରିବା ଓ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି କରିବ। ଏଥିପାଇଁ ଆକଜୋ ନୋବେଲକୁ ସ୍ୱତନ୍ତ୍ରଭାବେ ସ୍ଥାନିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଆମେ ଭାରତରେ ଆମର ସହକର୍ମୀଙ୍କ ପ୍ରତି ସେମାନଙ୍କର ଅନେକ ଅବଦାନ ପାଇଁ କୃତଜ୍ଞ ଏବଂ ଏହି ବ୍ୟବସାୟକୁ ଜେଏସଡବ୍ଲ୍ୟୁକୁ ସ୍ଥାନାନ୍ତରିତ ହୋଇଥିବା ଦେଖି ଖୁସି, ଯାହା ଏହି ଅଞ୍ଚଳର ଦ୍ରୁତ ଗତିରେ ବଢ଼ୁଥିବା ରଙ୍ଗ ଓ ଆବରଣ ବଜାରରେ ଏକ ଦୃଢ଼ ଏବଂ ପ୍ରତିବଦ୍ଧ ଅଂଶୀଦାର ଭାବେ ଉଭା ହୋଇପାରିବ।”
ଏହି କାରବାରରେ ମୋର୍ଗାନ୍ ଷ୍ଟାନଲି ଜେଏସଡବ୍ଲ୍ୟୁ ପେଣ୍ଟସର ସ୍ୱତନ୍ତ୍ର ଆର୍ôଥକ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ଖୈତାନ୍ ଆଣ୍ଡ୍ କୋ. ଆଇନଗତ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ଡେଲୋଇଟ୍ ଆର୍ôଥକ ଏବଂ ଟିକସ ଦେୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ।

Share

Leave a Reply

Your email address will not be published. Required fields are marked *

four − one =