Business

ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍‌କୁ ଓଡ଼ିଶାରେ ୩୬୦୦ କୋଟି ଟଙ୍କାର ଇସ୍ପାତ କାରଖାନା ପାଇଁ ଏଚ୍‌ଏଲ୍‌ସିଏ ଅନୁମୋଦନ ହାସଲ; ୨୦୩୦ ସୁଦ୍ଧା କମ୍ପାନି ୧୫,୦୦୦ କୋଟି ଟଙ୍କା ନିବେଶ କରିବ

ଭୁବନେଶ୍ୱର: ବି ସି ଜିନ୍ଦଲ ଗ୍ରୁପ୍‌ର ଅଂଶ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଏକ ନୂଆ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍ ଟେକ୍ ଲିମିଟେଡ୍ (ଜେଆଇଏସ୍‌ଟିଏଲ୍‌) ଜରିଆରେ ଲେଟର୍ ଅଫ୍ ଆପ୍ରୁଭାଲ୍ (ଏଲ୍‌ଓଏ) ହାସଲ କରିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ମଂଜୁରୀ କର୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ଏହି ପ୍ରକଳ୍ପ ଅନୁମୋଦନ ହାସଲ କରିଥିଲା। ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍‌ର ଜେଆଇଏସ୍‌ଟିଏଲ୍ ତିନିଟି ପର୍ଯ୍ୟାୟରେ ୨୦୩୦ ସୁଦ୍ଧା ଓଡ଼ିଶାରେ ୧୫,୦୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ସେଥିରୁ ପ୍ରଥମ ପର୍ଯ୍ୟାୟରେ ୩୬୦୦ କୋଟି ଟଙ୍କା ନିବେଶ କରିବ।
ଏହି ସମ୍ପ୍ରସାରଣରେ କମ୍ପାନିର ଅତ୍ୟାଧୁନିକ କାରଖାନାରେ ସ୍ୱତନ୍ତ୍ର କୋଟେଡ ଇସ୍ପାତ ଉତ୍ପାଦ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ। ଏକ ନିରନ୍ତର ଗାଲଭାଲାଇଜିଂ ଲାଇନ (ସିଜିଏଲ) ସହିତ ଏକ କୋଲ୍ଡ ରୋଲିଂ ମିଲ (ସିଆରଏମ), ଇସ୍ପାତ ସିଟ ପାଇଁ ଏକ କଲର କୋଟିଂ ଲାଇନ (ସିସିଏଲ) ପାଇଁ କାରଖାନାରେ ବ୍ୟବସ୍ଥା ରହିବ। ଏହାର ମୋଟ କ୍ଷମତା ବାର୍ଷିକ ୯.୬ ଲକ୍ଷ ଏମଟି ରହିବ। ଏହି ପର୍ଯ୍ୟାୟ ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ସମାନ୍ତରାଳ ଭାବେ ଜେଆଇଏସଟିଏଲ ଏହାର ଓଡ଼ିଶା କାରଖାନାରେ ୨୦୩୦ ସୁଦ୍ଧା ଏହାର ଫ୍ଲାଟ ଉତ୍ପାଦ ଡିଭିଜନର ବାର୍ଷିକ କ୍ଷମତାକୁ ବାର୍ଷିକ ୩୦ ଲକ୍ଷ ଟନକୁ ସମ୍ପ୍ରସାରଣ କରିବ।
ଏହି ଅବସରରେ କମ୍ପାନିର ପ୍ରବକ୍ତା କହିଛନ୍ତି ଯେ, “ଆମର ଏହି ଉଦ୍ୟମ ସରକାରଙ୍କ ଆତ୍ମନିର୍ଭର ଭାରତକୁ ସମର୍ଥନ କରିବା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପ୍ରତି ଯୋଗଦାନ କରିବା ସହ ସମନ୍ୱିତ ରହିଛି। କମ୍ପାନିର ସ୍ଥାନୀୟ ଉତ୍ପାଦନ କ୍ଷମତାରେ ଉନ୍ନତି ଆଣିବା ସହିତ ଏହି ନୂତନ କାରଖାନା ଆମଦାନି ନିର୍ଭରଶୀଳତା କମ୍ କରିବ ଏଂବ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ଆଧୁନିକ କାରକାନା ଓଡ଼ିଶାର ବର୍ଦ୍ଧିତ ଶିଳ୍ପ କ୍ଷେତ୍ରରେ ଜିନ୍ଦଲ (ଇଣ୍ଡିିଆ) ଲିମିଟେଡ୍‌ର ଉପସ୍ଥିତି ସୁଦୃଢ଼ କରିବ।”
ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଏକ ଇସ୍ପାତ ପାଇପ୍ ଉତ୍ପାଦନ କାରଖାନା ସ୍ଥାପନ କରାଯିବ ଯାହାର ବାର୍ଷିକ କ୍ଷମତା ୨ ଲକ୍ଷ ଏମ୍‌ଟି ରହିବ। ଏହି ପ୍ରକଳ୍ପ ସହ କମ୍ପାନି ଭାରତୀୟ ଇସ୍ପାତ ଉତ୍ପାଦନ କ୍ଷେତ୍ରକୁ ସମ୍ପ୍ରସାରିତ ହେବ।
“୨୦୨୫-୨୬ ଆର୍ଥିକ ବର୍ଷରେ କଲର କୋଟେଡ୍ ସିଟ୍ ଭଳି ଆମର ପ୍ରିମିୟମ୍ ଉତ୍ପାଦ ଉପରେ ଗୁରୁତ୍ୱାରୋପ କରି କମ୍ପାନିର ଅଭିବୃଦ୍ଧି ବଢ଼ାଇବାକୁ ଆମେ ଯୋଜନା ରଖିଛୁ। ଆଗାମୀ ଦିନରେ ଆମେ ସମ୍ଭାବ୍ୟ ଆନୁଷଙ୍ଗିକ ଉତ୍ପାଦର ଶୁଭାରମ୍ଭ କରିବାକୁ ମଧ୍ୟ ଯୋଜନା ରଖିଛୁ ବୋଲି ପ୍ରବକ୍ତା କହିଛନ୍ତି।”
ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍‌ର ଦୁଇଟି ଅତ୍ୟାଧୁନିକ କାରଖାନା ପଶ୍ଚିମବଙ୍ଗର ହାୱଡାରେ ରହିଛି ଯେଉଁଠାରେ ଅତ୍ୟାଧୁନିକ କଲର କୋଟିଂ ଗାଲଭାନାଇଜିଂ ଓ ଗାଲଭାଲ୍ୟୁମ ପ୍ରଯୁକ୍ତି ବ୍ୟବହାର କରାଯାଇଛି। ସିଟ୍‌, ପାଇପ୍ ଓ ଆଲୁମିନିୟମ ଫଏଲ୍ ଭଳି ତିନିଟି ବର୍ଗରେ କମ୍ପାନି ଏହାର ବ୍ୟାପକ ଉତ୍ପାଦ ଉପସ୍ଥାପନ କରୁଛି। ଜିନ୍ଦଲ ସବରଙ୍ଗ ଓ ଜିନ୍ଦଲ ନିଉକଲର+ ସହିତ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ କଲର କୋଟେଡ୍ ସିଟ୍ ବଜାରରେ ଅଗ୍ରଣୀ ରହିଛି। ୨୦୨୫-୨୫ ଆର୍ଥିକ ବର୍ଷରେ କମ୍ପାନି ୧୫୦୦ କୋଟି ଟଙ୍କାର ନିବେଶ ଘୋଷଣା କରିଛି।

Share

Leave a Reply

Your email address will not be published. Required fields are marked *

six + 2 =