Business

ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଡିଜିଟାଲ ମୋଟର ଯାନ ସମାଧାନ ପାଇଁ ସିଟ୍ରୋନ୍ ଇଣ୍ଡିଆ ସହ ସହଯୋଗିତା

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ସାଧାରଣ ବୀମା କମ୍ପାନି ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ଗ୍ରାହକମାନଙ୍କ କାର୍ ମାଲିନାକା ଅନୁଭୂତିରେ ଉନ୍ନତି ଆଣିବା ପାଇଁ ସିଟ୍ରୋନ୍ ଇଣ୍ଡିଆ ସହ ସହଯୋଗିତା ସ୍ଥାପନ କରାଯାଇଛି। ସର୍ବାଧିକ ସୁବିଧା, ବିଶ୍ୱାସ ଓ ସୁରକ୍ଷା ପ୍ରଦାନ କରିବା ଲାଗି ଏହି ସହଯୋଗିତା ପ୍ରସ୍ତୁତ କରାଯାଇଛି ଯାହା ପ୍ରତି ସିଟ୍ରୋନ ଗ୍ରାହକଙ୍କୁ ପ୍ରଥମ ଦିନରୁ ଚିନ୍ତାମୁକ୍ତ ଯାତ୍ରା ସୁବିଧା ପ୍ରଦାନ କରିବ।
ଏହି ସହଯୋଗିତାରେ ଆମେ ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାର ମୋଟରଯାନ ସମାଧାନ ସହ ଅତୁଳନୀୟ ନମନୀୟତା ଓ ପସନ୍ଦ ପ୍ରଦାନ କରୁଛୁ। ଅଭିନବ ବୀମା ବିକଳ୍ପଠାରୁ ଆରମ୍ଭ କରି ସରଳ ଓ ଡିଜିଟାଲ ପ୍ରଥମ ଦାବି ପ୍ରକ୍ର୍ରିୟା ସହ ଆମେ ସମଗ୍ର ମାଲିକାନା ଯାତ୍ରାରେ ଦ୍ରୁତ, ସ୍ୱଚ୍ଛତା ଓ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ନିଶ୍ଚିତ କରୁଛୁ।
ଆମର ଦୃଢ଼ ଡିଜିଟାଲ ଭିତିଭୂମି ଓ ଗ୍ରାହକ ପ୍ରଥମ ଆଭିମୁଖ୍ୟ ରହିଛି ଯାହା ଶୀଘ୍ର କ୍ୟାସଲେସ ସମାଧାନ ସୁନିଶ୍ଚିତ କରୁଥିବା ବେଳେ ସାରା ଭାରତରେ ପ୍ରଭାବଶାଳୀ ସେବା ସହାୟତା ଯୋଗାଉଛି। ସହରାଚଂଳଠାରୁ ଆରମ୍ଭ କରି ଦୁର୍ଗମ ଅଂଚଳ ପର୍ଯ୍ୟନ୍ତ ସିଟ୍ରୋନର ଗ୍ରାହକମାନେ ଶୀଘ୍ର ଟର୍ଣ୍ଣଆରାଉଣ୍ଡ ସମୟ ଓ ନିରବଚ୍ଛିନ୍ନ ସହାୟତା ପାଇପାରିବେ ଯାହା ଅଭାବନୀୟ ସମୟରେ ସେମାନଙ୍କ ଚାପ ଓ ଅପେକ୍ଷା ସମୟ କମ୍ କରିବ। ଗ୍ରାହକମାନେ ବ୍ୟାପକ ବୀମା ସୁରକ୍ଷା, ଦେଶବ୍ୟାପୀ ନେଟୱର୍କ, ଡିଜିଟାଲ ବ୍ୟବସ୍ଥା ଓ ନିରବଚ୍ଛିନ୍ନ ସମନ୍ୱୟର ଲାଭଗୁଡ଼ିକ ପାଇପାରିବେ।
ଏହି ସହଯୋଗିତା ସମ୍ପର୍କରେ ଇଣ୍ଡସଇଣ୍ଡ ଜେନେରାଲ ଇନସ୍ୟୁରାନ୍ସର ସିଇଓ ରାକେଶ ଜୈନ କହିଛନ୍ତି ଯେ, “ଗ୍ରାହକମାନଙ୍କୁ ଉତ୍କୃଷ୍ଟ ସୁରକ୍ଷା ଓ ସୁବିଧା ପ୍ରଦାନ କରିବା ଲାଗି ସିଟ୍ରୋନ ଇଣ୍ଡିଆ ସହିତ ସହଯୋଗିତା ସ୍ଥାପନ କରି ଆମେ ବେଶ୍ ଉଲ୍ଲସିତ। ଆମର ଡିଜିଟାଲ ପ୍ରଥମ ଆଭିମୁଖ୍ୟ ଓ ବ୍ୟାପକ ନେଟ୍‌ୱର୍କ ଜରିଆରେ ଆମେ ବୀମାକୁ କେବଳ ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ନୁହେଁ ବରଂ ମାଲିକାନାରେ ଉନ୍ନତି ଆଣଇବା ପାଇଁ ଏକ ମୂଲ୍ୟଯୁକ୍ତ ଅନୁଭୂତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି।”
ଷ୍ଟେଲାଟିଂସ୍ ଇଣ୍ଡିଆର ବ୍ୟବସାୟ ମୁଖ୍ୟ ଓ ନିର୍ଦ୍ଦେଶକ-ଷ୍ଟ୍ରାଟେଜିକ୍ ପାର୍ଟନରସିପ ଆଣ୍ଡ ଇନଷ୍ଟିଚ୍ୟୁସନାଲ ବିଜନେସ୍ ଶିଶିର ମିଶ୍ର କହିଛନ୍ତି ଯେ, “ସିଟ୍ରୋନ୍ ଇଣ୍ଡିଆରେ ଆମେ ପ୍ରତିଟି ସ୍ତରରେ ସିଟ୍ରୋନ ମାଲିକାନାକୁ ଚିନ୍ତାମୁକ୍ତ ଓ ନିରବଚ୍ଛିନ୍ନ କରିବାକୁ ଉଦ୍ୟମ କରୁଛୁ। ଇଣ୍ଡସଇଣ୍ଡ ଜେନେରାଲ ଇନସ୍ୟୁରାନ୍ସ ସହିତ ସହଯୋଗିତା ଗ୍ରାହକମାନଙ୍କୁ ଉନ୍ନତ ନମନୀୟତା, ଶୀଘ୍ର ଦାବି ପ୍ରକ୍ରିୟାକରଣ ଓ ଏକ ନିରବଚ୍ଛିନ୍ନ ଡିଜିଟାଲ ଅନୁଭୂତି ପ୍ରଦାନ କରୁଛି। ଏହି ସହଯୋଗିତାର ଅର୍ଥ ହେଉଛି କାଗଜପତ୍ରରେ କମ୍ ସମୟ ଉପଯୋଗ କରିବା ଏବଂ ଅଧିକ ସମୟ ସିଟ୍ରୋନ ଗାଡ଼ିକୁ ଚଲାଇବାରେ ଉପଭୋଗ କରିବା।”

Share

Leave a Reply

Your email address will not be published. Required fields are marked *

2 × two =