Business

ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ରାଜୀବ ଆନନ୍ଦଙ୍କୁ ଏମ୍‌ଡି ଓ ସିଇଓ ଭାବେ ନିଯୁକ୍ତି

ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ଲିମିଟେଡ୍‌ର ନିର୍ଦ୍ଦେଶକ ବୋର୍ଡ ପକ୍ଷରୁ ରାଜୀବ ଆନନ୍ଦଙ୍କୁ ୨୦୨୫ ଅଗଷ୍ଟ ୨୫ରୁ ତିନି ବର୍ଷ ପାଇଁ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ବ୍ୟାଙ୍କିଂ ଓ ଆର୍ଥିକ ଶିଳ୍ପରେ ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା ରାଜୀବଙ୍କ ପାଖରେ ରହିଛି। ଏହା ପୂର୍ବରୁ ସେ ଆକ୍ସିସ୍ ବ୍ୟାଙ୍କ ଲିମିଟେଡ୍‌ର ଉପ ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ରିଟେଲ୍ ଓ କର୍ପୋରେଟ୍ ବ୍ୟବସାୟକୁ ବ୍ୟାପକ କରିବା ସହିତ ପୁଞ୍ଜି ବଜାର, ଟ୍ରେଜେରି ଓ ସମ୍ପତ୍ତି ପରିଚାଳନାରେ ରାଜୀବଙ୍କ ଚମତ୍କାର ପ୍ରଦର୍ଶନ ରହିଛି।
ଏହି ନିଯୁକ୍ତି ସହିତ ସଠିକ୍ ଦକ୍ଷତା ଓ ଦୃଢ଼ ମୂଲ୍ୟବୋଧ ସହ ଏମ୍‌ଡି ଓ ସିଇଓ ଚୟନ କରିବାର ପ୍ରତିବଦ୍ଧତାକୁ ବ୍ୟାଙ୍କ ପୂରଣ କରିଛି।
ଏହି ନିଯୁକ୍ତି ସମ୍ପର୍କରେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁନୀଲ ମେହେଟ୍ଟା କହିଛନ୍ତି ଯେ, “ବୋର୍ଡ ପକ୍ଷରୁ, ମୁଁ ରାଜୀବ ଆନନ୍ଦଙ୍କୁ ବ୍ୟାଙ୍କର ଏମ୍ଡି ଏବଂ ସିଇଓ ଭାବରେ ନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଉଛି। ଶାସନର ସର୍ବୋଚ୍ଚ ମାନଦଣ୍ଡକୁ ପ୍ରାଥମିକତା ଦେଇ ଦୃଢ଼ ଅଭିବୃଦ୍ଧି ପ୍ରଦାନ କରିବା ପାଇଁ ବୋର୍ଡ ପରିଚାଳନା ଟିମ୍ ରାଜୀବଙ୍କ ସହ ମିଶି ଘନିଷ୍ଠ ଭାବରେ କାମ କରିବାକୁ ଅପେକ୍ଷା କରିଛି। ଏହି ସମଗ୍ର ପ୍ରକ୍ରିୟାରେ ଏହାର ସହଯୋଗ ପ୍ରଦାନ କରିଥିବାରୁ ବୋର୍ଡ ଭାରତୀୟ ରିଜର୍ଭ ବ୍ୟାଙ୍କକୁ କୃତଜ୍ଞତା ଜଣାଇବାକୁ ଚାହୁଁଛି। ବୋର୍ଡ, ପରିଚାଳନା ଦଳ ଓ ସମସ୍ତ କର୍ମଚାରୀ ରାଜୀବଙ୍କୁ ଇଣ୍ଡସ୍‌ଇଣ୍ଡ୍ ପରିବାରରେ ସ୍ୱାଗତ କରିବା ଏବଂ ଏହି ଫ୍ରାଂଚାଇଜିକୁ ଏହାର ପୂର୍ଣ୍ଣ ସମ୍ଭାବନା ସହିତ ଅଭିବୃଦ୍ଧି କରିବାକୁ ଅପେକ୍ଷା କରିଛନ୍ତି।”

Share

Leave a Reply

Your email address will not be published. Required fields are marked *

one × 3 =