ଇଣ୍ଡିକ୍ୟୁବ ସ୍ପେସେସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ ୨୦୨୫ ଜୁଲାଇ ୨୩ ବୁଧବାର ଖୋଲିବ
ଭୁବନେଶ୍ୱର: ଇଣ୍ଡିକ୍ୟୁବ ସ୍ପେସେସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଜୁଲାଇ ୨୩ ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଇସ୍ୟୁର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଜୁଲାଇ ୨୨, ମଙ୍ଗଳବାର ଦିନ ବିଡ ଦାଖଲ କରିପାରିବେ। ବିଡ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୫ ଜୁଲାଇ ୨୫ ଶୁକ୍ରବାର।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୨୨୫ ଟଙ୍କାରୁ ୨୩୭ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ନିବେଶକମାନେ ସର୍ବନିମ୍ନ ୬୩ଟି ଇକ୍ୱିଟି ସେୟାରର ବିଡ ଦାଖଲ କରିପାରିବେ ଏବଂ ପରବର୍ତୀ ସମୟରେ ସେଥିରେ ୬୩ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ।
ଏହି ଅଫରରେ ୬୫୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ପ୍ରତିଷ୍ଠାତା ଅଂଶଧନକାରୀ ରିଶି ଦାସ ଓ ମେଘନା ଅଗ୍ରୱାଲ ୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ। ଏଥିରେ ୧.୫ କୋଟି ଟଙ୍କାର ଇକ୍ୱିଟି ସେୟାର ଯୋଗ୍ୟ କର୍ମଚାରୀମାନଙ୍କ ପାଇଁ ସଂରକ୍ଷିତ ରହିବ। ସେମାନେ ଇକ୍ୱିଟି ସେୟାର ପିଛା ୨୨ ଟଙ୍କାର ରିହାତି ପାଇପାରିବେ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ । ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ । ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ ଲିମିଟେଡରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ ଓ ଜେଏମ ଫାଇନାନ୍ସିଆଲ ଲିମିଟେଡ

