Business

ହିନ୍ଦୁଜା ଗ୍ରୁପ୍ ପକ୍ଷରୁ ଗ୍ରୁପ୍‌-ସଭାପତି ଫାଇନାନ୍ସ ଭାବେ ଶ୍ରୀ ଆନନ୍ଦ ଅଗ୍ରୱାଲ୍‌ଙ୍କୁ ନିଯୁକ୍ତି

ଭୁବନେଶ୍ୱର: ହିନ୍ଦୁଜା ଗ୍ରୁପ୍ ପକ୍ଷରୁ ଶ୍ରୀ ଆନନ୍ଦ ଅଗ୍ରୱାଲ୍‌ଙ୍କୁ ଗ୍ରୁପ୍ ସଭାପତି-ଫାଇନାନ୍ସ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ପ୍ରାୟ ତିନି ଦଶନ୍ଧିର ଅଭିଜ୍ଞତା ସହିତ ଶ୍ରୀ ଅଗ୍ରୱାଲ୍ କୃଷି ଇନ୍‌ପୁଟ୍‌, ଭିତିଭୂମି (ଶକ୍ତି), ଏଫଏମସିଜି, ଆର୍ଥିକ ସେବା, ସିମେଂଟ୍‌, ଧାତବ ଓ ବ୍ୟାଙ୍କିଂ ପେମେଂଟ୍ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। କର୍ପୋରେଟ୍ ଫାଇନାନ୍ସ, ଟ୍ରେଜେରି, ମିଶ୍ରଣ ଓ ଅଧିଗ୍ରହଣ, ପୁଂଜି ରଣନୀତିି ଓ ନିବେଶକ ସମ୍ପର୍କରେ ତାଙ୍କର ଗଭୀର ଅଭିଜ୍ଞତା ରହିଛି।
ଏହି ନିଯୁକ୍ତି ସମ୍ପର୍କରେ ହିନ୍ଦୁଜା ଗ୍ରୁପ୍‌ର ଗ୍ରୁପ୍ ସଭାପତି-ଏଚ୍‌ଆର୍ ଶ୍ରୀ ଅମିତ ଚିଞ୍ଚୋଲିକର କହିଛନ୍ତି ଯେ, “ଗ୍ରୁପ୍‌ର ବ୍ୟବସାୟ ସମ୍ପ୍ରସାରଣର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଥିବାରୁ ଦୃଢ଼ ଆର୍ଥିକ ନେତୃତ୍ୱ ଜରୁରୀ ହୋଇପଡ଼ିଛି। କର୍ପୋରେଟ୍ ଫାଇନାନ୍ସ ଏବଂ ଅଧିଗ୍ରହଣ ଓ ମିଶ୍ରଣରେ ଆନନ୍ଦଙ୍କ ବ୍ୟାପକ ଅଭିଜ୍ଞତା ଥିବା ବେଳେ ବୃହତ୍ ଧରଣର ଆର୍ଥିକ ରଣନୀତି ପରିଚାଳନା କରିବାରେ ତାଙ୍କ ଅଭିଜ୍ଞତା ଗ୍ରୁପ୍‌ର ଅଭିବୃଦ୍ଧିକୁ ବଢ଼ାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମ ପରବର୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ପ୍ରତି ତାଙ୍କ ଯୋଗଦାନକୁ ଆମେ ଚାହିରହିଛୁ।’’
ହିନ୍ଦୁଜା ଗ୍ରୁପ୍‌ର ଗ୍ରୁପ୍ ସଭାପତି-ଫାଇନାନ୍ସ ଶ୍ରୀ ଆନନ୍ଦ ଅଗ୍ରୱାଲ୍ କହିଛନ୍ତି ଯେ, “ଆର୍ଥିକ ଫ୍ରେମ୍‌ୱର୍କକୁ ସୁଦୃଢ଼ କରି ଏବଂ ସାରା ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ରଣନୀତିକୁ ସମର୍ଥନ କରି ହିନ୍ଦୁଜା ଗ୍ରୁପ୍‌ର ଅଭିବୃଦ୍ଧିକୁ ବଜାୟ ରଖିବା ପ୍ରତି ଯୋଗଦାନ ଦେବାକୁ ଆମେ ଚାହିରହିଛୁ। ଆର୍ଥିକ ଦକ୍ଷତାରେ ଉନ୍ନତି ଆଣିବା, .ପୁଞ୍ଜି ମୂତୟନ ପାରଦର୍ଶୀ କରିବା ଏବଂ ଗ୍ରୁପ୍‌ର ସମ୍ପ୍ରସାରଣ ଯୋଜନାକୁ ସହାୟତା ପ୍ରଦାନ କରିବା ଉପରେ ମୋର ଗୁରୁତ୍ୱ ରହିଛି।’’
ଶ୍ରୀ ଅଗ୍ରୱାଲ୍ ସଫଳତାର ସହ ଅନ୍ତର୍ଜାତୀୟ ପିଇ ଫଣ୍ଡ୍‌, ପେନସନ୍ ଫଣ୍ଡ୍ ଓ ସୋଭରେନ୍ ୱେଲ୍‌ଥ ଫଣ୍ଡରୁ ଇକ୍ୱିଟି ପାଣ୍ଠି ସଂଗ୍ରହ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଧିଗ୍ରହଣ ଓ ମିଶ୍ରଣର ସେ ପରିଚାଳନା କରିଛନ୍ତି। ହିନ୍ଦୁଜା ଗ୍ରୁପ୍‌ରେ ଯୋଗଦେବା ପୂର୍ବରୁ ସେ ଚମ୍ବଲ ଫର୍ଟିଲାଇଜର ଆଣ୍ଡ୍ କେମିକାଲ୍ସରେ ମୁଖ୍ୟ ବିତ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଟାଟା ପାୱାର, ପିପଲ କ୍ୟାପିଟାଲ ପିଇ, ଏଜିଏସ ଟ୍ରାଞ୍ଜାକ୍ଟ ଟେକ୍ନୋଲୋଜିସ୍‌, ଆଦିତ୍ୟ ବିର୍ଲା ଗ୍ରୁପ୍‌, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଆଇଟିସି ଲିମିଟେଡ୍‌ରେ ବରିଷ୍ଠ ପଦରେ କାମ କରିଥିଲେ।
ସେ ଜଣେ ଚାର୍ଟାର୍ଡ ଆକାଉଂଟାଂଟ, କମ୍ପାନି ସେକ୍ରେଟାରି, ଆଇସିଡବ୍ଲ୍ୟୁଏ, ସିଏଫ୍‌ଏ। ସେ ଆଇଆଇଏମ୍ ଅହମ୍ମଦାବାଦରୁ ଏକ୍‌ଜିକ୍ୟୁଟିଭ୍ ଏମ୍‌ବିଏ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

15 − 11 =