କ୍ରୋମାରେ ଲାପଟପ୍, ସ୍ମାର୍ଟଫୋନ୍, ଟିଭି, ୱାସିଂ ମେସିନ ଓ ରେଫ୍ରିଜରେଟର ଉପରେ ୧୦% ଅତିରିକ୍ତ ରିହାତି
ଭୁବନେଶ୍ୱର: ଭାରତର ଅଗ୍ରଣୀ ଓମନି ଚ୍ୟାନେଲ୍ ରିଟେଲ୍ ସଂସ୍ଥା ଟାଟା ଗ୍ରୁପ୍ର କ୍ରୋମା ପକ୍ଷରୁ ଏକ୍ସଟ୍ରା ଡିଲ୍ ଡେଜ୍ ଅଭିଯାନ ଜରିଆରେ ଜୁଲାଇରେ ମାସରେ ଉତ୍ସାହ ଅଣାଯାଇଛି। ନିୟମିତ ସପ୍ତାହିକ ଦିନଗୁଡ଼ିକୁ ରିୱାର୍ଡିଂ ସପିଂ ଅନୁଭୂତିରେ ପରିଣତ କରିବା ପାଇଁ ପ୍ରସ୍ତୁତ ଏହି ଅଭିଯାନରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ୱତନ୍ତ୍ର ଦୈନିକ ଡିଲ୍ ରହିଛି ଯାହା ସାରା ଦେଶର ୨୦୦ରୁ ଅଧିକ ସହରରେ କ୍ରୋମାର ଥିବା ୫୬୦ରୁ ଅଧିକ ଷ୍ଟୋର୍ରେ ଉପଲବ୍ଧ।
ଗ୍ରାହକମାନେ ବ୍ୟାପକ ଇଲେକ୍ଟ୍ରୋନିକ୍ସ ଉପକରଣ ଓ ଗାଜେଟ୍ ଉପରେ ଅତୁଳନୀୟ ରିହାତି ପାଇପାରିବେ ଏବଂ ପ୍ରମୁଖ ଆପ୍ଲାଏନ୍ସେସ୍ ଉପରେ ଋତୁଭିତିକ ଅଫର ପାଇବେ ଯାହା ଫଳରେ ସେମାନେ ନିଜର ପ୍ରଯୁକ୍ତି ଓ ଘରର ଅତ୍ୟାବଶ୍ୟକ ଜିନିଷକୁ ଅପ୍ଗ୍ରେଡ୍ କରିପାରିବେ।
ସୋମବାର ହେଉଛି ଏୟାର କଣ୍ଡିସନର ଦିନ, ଯେଉଁଥିରେ ଗ୍ରାହକମାନେ ନିର୍ଦ୍ଦିଷ୍ଟ ଇନଭର୍ଟର ଏସି ଉପରେ ଅତିରିକ୍ତ ୧୦% ରିହାତି ପାଇପାରିବେ। ମଙ୍ଗଳବାର ହେଉଛି ୱାସିଂ ମେସିନ୍ ଓ ରେଫ୍ରିଜରେଟର ଦିନ। ଏହିଦିନ ଗ୍ରାହକମାନେ ନିର୍ଦ୍ଦିଷ୍ଟ ୱାସିଂ ମେସିନ୍ ଓ ରେଫ୍ରିଜରେଟର ଉପରେ ଅତିରିକ୍ତ ୧୦% ରିହାତି ପାଇପାରିବେ। ବୁଧବାର ହେଉଛି ଟେଲିଭିଜନ ଦିନ। ସେଦିନ ଗ୍ରାହକମାନେ ସଦ୍ୟତମ ଟିଭି ଉପରେ ଅତିରିକ୍ତ ୧୦% ଏବଂ ଓପନ୍ ବକ୍ସ ଟିଭି ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ଗୁରୁବାର ହେଉଛି ସ୍ମାର୍ଟଫୋନ୍ (ଆଣ୍ଡ୍ରଏଡ୍ ଓ ଆଇଫୋନ୍) ଦିବସ। ସେହି ଦିନ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ନିର୍ଦ୍ଦିଷ୍ଟ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଉପରେ ଅତିରିକ୍ତ ୧୦% ରିହାତି ମିଳିବ। ଶୁକ୍ରବାର ହେଉଛି ପର୍ସନାଲ୍ ଗାଜେଟ୍ ଦିନ। ସେହିଦିନ ସବୁ ଲାପଟପ୍ ଉପରେ ଅତିରିକ୍ତ ୧୦% ରିହାତି ମିଳିବ।
ପ୍ରିମିୟମ୍ ଆପ୍ଲାଏନ୍ସେସ୍ ଉପରେ ଋତୁଭିତିକ ଅଫର ରହିଛି। ସାମସଙ୍ଗ ୯କେଜି ଫ୍ରଂଟ ଲୋଡିଂ ୱାସିଂ ମେସିନ୍ ଦାମ୍ ୩୩୫୦୦ ଟଙ୍କା ଥିବା ବେଳେ ୨୦% କ୍ୟାସ୍ବ୍ୟାକ୍ ରହିଛି। ଏଲ୍ଜି ୭.୫ କେଜି ଟପ୍ ଲୋଡ୍ ୱାସିଂ ମେସିନ୍ ଦାମ୍ ୧୭ ହଜାର ଟଙ୍କା ସହ ୫% କ୍ୟାସ୍ବ୍ୟାକ୍ ରହିଛି। ବୋସ୍ ୮କେଜି ଡ୍ରାୟର ଦାମ୍ ୪୩,୯୯୦ ଟଙ୍କା ଥିବା ବେଳେ କେବଳ ମେଟ୍ରୋରେ ୨୦% କ୍ୟାସବ୍ୟାକ୍ ରହିଛି। ହାୟର ୧୧/୭ କେଜି ୱାସର ଡ୍ରାୟର କମ୍ବୋ ଦାମ୍ ୪୫,୯୯୦ ଟଙ୍କା ସହ କେବଳ ମେଟ୍ରୋରେ ୨୦% କ୍ୟାସ୍ବ୍ୟାକ୍ ରହିଛି।
କିଚେନ୍ ଆପ୍ଲାଏନ୍ସେସ୍ କମ୍ବୋରେ ଗ୍ରାହକମାନେ ନିର୍ଦ୍ଦିଷ୍ଟ ୱାଟର ପ୍ୟୁରିଫାୟର, ଏୟାର ଫ୍ରାୟର, ଓଟିଜି, କେଟିଲ ଓ ଜୁସର ମିକ୍ସଚର ଗ୍ରାଇଣ୍ଡର୍ରେ ଗୋଟିଏ କିିଣିଲେ ୫%, ଦୁଇଟି କିଣିଲେ ୮ ପ୍ରତିଶତ ଏବଂ ତିନି କିମ୍ବା ଅଧିକ କିଣିଲେ ୧୨ ପ୍ରତିଶତ ରିହାତି ପାଇପାରିବେ।
ସପିଂ ଅନୁଭୂତିକୁ ଆହୁରି ବଢ଼ାଇବା ପାଇଁ ଗ୍ରାହକମାନେ କ୍ରୋମା ବ୍ରାଣ୍ଡେଡ୍ ଉତ୍ପାଦ ଉପରେ ସ୍ୱତନ୍ତ୍ର ଡିଲ ପାଇପାରିବେ, ଅବା ଜିପକେୟାର ପ୍ରୋଟେକ୍ସନ ପ୍ଲାନ ବିକଳ୍ପ ଚୟନ କରିପାରିବେ ଏବଂ ଇଏମଆଇ ବିକଳ୍ପ, ତତ୍କାଳ ବ୍ୟାଙ୍କ ରିହାତି, ଏକ୍ସଚେଂଜ୍ ରିୱାର୍ଡ ଆଦି ପାଇପାରିବେ ଯାହା ପ୍ରତିଟି କ୍ରୟକୁ ଅଧିକ ସ୍ମାର୍ଟର ଓ ରିୱାର୍ଡିଂ କରିପ।।ରିବ।

