Business

ଟିପିସିଓଡିଏଲ୍‌ର ପ୍ରୋଜେକ୍ଟ ଦକ୍ଷ ଓ ଓଡ଼ିଶା ଗ୍ରିନ୍ ଜବ୍‌ସ ଏକାଡେମୀ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ସଶକ୍ତ କରୁଛି

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର ଅଭିନବ ସିଏସ୍‌ଆର୍ ଅଭିଯାନ ପ୍ରୋଜେକ୍ଟ ଦକ୍ଷ ଓ ଓଡ଼ିଶା ଗ୍ରିନ୍ ଜବ୍‌ସ ଏକାଡେମୀ ଜରିଆରେ ଜୀବନରେ ରୂପାନ୍ତରଣ ଆଣୁଛି। ଏହି କାର୍ଯ୍ୟକ୍ରମ ଗ୍ରାମୀଣ ଯୁବବର୍ଗ ଓ ମହିଳାମାନଙ୍କ ଦକ୍ଷତା ବିକାଶ କରି ନିଯୁକ୍ତି ଓ ଆର୍ଥିକ ସ୍ୱାଧୀନତା ପାଇଁ ପଥ ପ୍ରଶସ୍ଥ କରୁଛି।
୨୦୨୩ରେ ଶୁଭାରମ୍ଭ ହୋଇଥିବା ଅନୁଗୁଳ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଟିପିସିଓଡିଏଲ୍‌ର ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ (ଭିଟିସି) ସ୍ୱଳ୍ପକାଳୀନ ଶିଳ୍ପ ସମନ୍ୱିତ ପାଠ୍ୟକ୍ରମ ପ୍ରଦାନ କରୁଛି ଯାହା ଜାତୀୟ ଦକ୍ଷତା ଯୋଗ୍ୟତା ଫ୍ରେମୱର୍କ (ଏନ୍‌ଏସ୍‌କ୍ୟୁଏଫ୍‌)ର ତୃତୀୟ ସ୍ତର ମାନକକୁ ପୂରଣ କରୁଛି। ଏହି ତାଲିମ ପାଠ୍ୟକ୍ରମରେ ପାଇପ କାମ, ବିଦ୍ୟୁତ ଯାନ ସେବା ଓ ସୋଲାର ପ୍ୟାନେଲ୍ ସ୍ଥାପନ ଭଳି ପ୍ରବଳ ଚାହିଦାରେ ଥିବା ଦକ୍ଷତା ପ୍ରଦାନ କରାଯାଉଛି।
ବର୍ତମାନ ସୁଦ୍ଧା ମୋଟ୍ ୪୪୦ ଯୁବକ ଓ ଯୁବତୀଙ୍କୁ ତାଲିମ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ସମସ୍ତଙ୍କୁ ଶ୍ରେଷ୍ଠ କମ୍ପାନିଗୁଡ଼ିକରେ ମଧ୍ୟ ନିଯୁକ୍ତି ମିଳିଛି। ପ୍ରୋଜେକ୍ଟ ଦକ୍ଷ, ନିଯୁକ୍ତି ପାଇଁ ପ୍ରତ୍ୟକ୍ଷ ଦକ୍ଷତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ଓଡ଼ିଶା ଗ୍ରିନ୍ ଜବ୍‌ସ ଏକାଡେମୀ ସୌର ଶକ୍ତି ଓ ଇଭି ରକ୍ଷଣାବେକ୍ଷଣ ଭଳି ଦୀର୍ଘାସ୍ତାୟୀ ବାଣିଜ୍ୟର ପ୍ରସାର କରୁଛି।
ହିତାଧିକାରୀ ଓ ପ୍ରଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମର ପ୍ରଭାବ ସମ୍ପର୍କରେ ନିଜର ଅଭିଜ୍ଞତା ବଖାଣିଛନ୍ତି। ଜଣେ ସାର୍ଟିଫାଏଡ୍ ସିକ୍ୟୁରିଟି ଗାର୍ଡ ପ୍ରୀତି ଗୋଚ୍ଛାୟତ ନିଜର ନୂଆ ଉତ୍ସାହ ଓ ସ୍ୱାଧୀନତାକୁ ପ୍ରକାଶ କରିଛନ୍ତି। ସେହିପରି ଅନ୍ୟ ଜଣେ ପ୍ରଶିକ୍ଷାର୍ଥୀ ତୁଷାର ରଂଜନ ଓଝା ଜଣେ ଗ୍ରାମୀଣ ଯୁବକରୁ ଭଲ ପାଉଣାର ନିଯୁକ୍ତି ସହିତ ଦକ୍ଷ ଶ୍ରମିକ ପର୍ଯ୍ୟନ୍ତ ରୂପାନ୍ତରଣକୁ ଜଣାଇଛନ୍ତି।
ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ ସ୍ଥାନୀୟ ଦକ୍ଷତା ଗଠନ ଏବଂ ମହିଳାଙ୍କ ସମେତ ଯୁବବର୍ଗଙ୍କୁ ସଶକ୍ତ କରିବାରେ ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଟିପିସିଓଡିଏଲ୍‌ର ଏହି ଧନ୍ଦାମୂଳକ ତାଲିମ ଅଭିଯାନ ଅଧିକ ଲୋକଙ୍କ ପାଖରେ ପହଞ୍ଚି ଏବଂ ବର୍ଦ୍ଧିତ ପ୍ରଭାବ ସହ କେବଳ କ୍ୟାରିୟର ଗଠନ କରୁନାହିଁ, ବରଂ ଜୀବନରେ ରୂପାନ୍ତରଣ ଆଣିବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

six + four =