Business

ଦୀର୍ଘ ଦିନର ସପନ ସାକାର ହେଲା, ଡୁବୁକୁ ଗ୍ରାମରେ ଜଳିଲା ବିଜୁଳି

ବୁର୍ଲା, 30.04.2025: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ କିନାଗବା ପଞ୍ଚୟତର ଘନ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଦୁର୍ଗମ ଡୁବୁକୁ ଗ୍ରାମ । ଏହି ଅପହଞ୍ଚ ଗ୍ରାମରେ ଦୀର୍ଘ ଦିନରୁ ବିଦ୍ୟୁତ୍ ସଂଯୋଗ ଯେପରି ସାତ ସପନ ହୋଇ ରହିଯାଇଥିଲା । ଯଦିଓ ଗତ 2017-18 ମସିହାରେ “ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା” ଅଧୀନରେ ଏହି ଗ୍ରାମକୁ ବିଜୁଳି ସଂଯୋଗର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା, ମାତ୍ର ବିଦ୍ୟୁତ୍ ସଂଯୋଗ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଦୁର୍ବୃତ୍ତମାନେ ବିଦ୍ୟୁତ୍ ତାରଗୁଡ଼ିକୁ ଚୋରି କରି ନେଇଯାଇଥିଲେ, ଯାହା ଗ୍ରାମବାସୀଙ୍କ ଆଶାକୁ ଧୂଳିସାତ୍ କରି ଦେଇଥିଲା ।

ମାତ୍ର ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ, ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ଏହି ଗ୍ରାମକୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ୍ କରିବା ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତି କରାଯାଇଥିଲା । ବିଭିନ୍ନ ଆହ୍ୱାନପୂର୍ଣ୍ଣ ପରିସ୍ଥିତର ସାମ୍ନା କରି କମ୍ପାନୀ ପକ୍ଷରୁ ସଫଳତାର ସହିତ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ କରାଯାଇଥିଲା । ଭିତ୍ତିଭୂମି କାର୍ଯ୍ୟ ସମ୍ପର୍ଣ୍ଣ ହେବା ପରେ ଗତକାଲି (ତା. 29.05.2025 ରିଖ) ଦିନ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏହି ଗ୍ରାମକୁ ବିଦ୍ୟୁତ୍ ଯୋଗାଣର ଶୁଭାରମ୍ଭ କରିଥିଲେ । ଏହି ବିଦ୍ୟୁତ୍ ଯୋଗାଣ ସହିତ ଏହି ଗ୍ରାମର ସମସ୍ତ ୧୩ ଟି ଆଦିବାସୀ ପରିବାରଙ୍କ ଅଗଣାରେ ବର୍ତ୍ତମାନ ବିଦ୍ୟୁତ୍ ବଲ୍ବ ଆଲୋକିତ ହେଉଛି, ଯାହା ଆଶା ଏବଂ ସୁଯୋଗର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହିତ ଟିପିଡବ୍ଲ୍ୟୁଓଡିଏଲର ପ୍ରୟାସ ଏବଂ ଦକ୍ଷତାକୁ ପ୍ରଶଂସା କରିଥିଲେ । ଏହି ଦୀର୍ଘ ଅବହେଳିତ ଗ୍ରାମରେ ଶେଷରେ ବିଦ୍ୟୁତ୍ ପହଞ୍ଚିବା ନିଶ୍ଚିତ କରିବା ପାଇଁ ସେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଙ୍କର ହୃଦୟରୁ କୃତଜ୍ଞତା ଜଣାଇଥିଲେ । ସେହିପରି ଦୀର୍ଘ ଦିନ ପରେ ବିଦ୍ୟୁତ୍ ସେବା ପାଇବା ପରେ ଅଞ୍ଚଳବାସୀମାନେ ମଧ୍ୟ କମ୍ପାନୀକୁ ଭୂରି ପ୍ରସଂସା କରିଥିଲେ ।

Share

Leave a Reply

Your email address will not be published. Required fields are marked *

14 − seven =