Business

ଆର୍ôଥକ ସେବା ବିଭାଗର ସଚିବଙ୍କ ଦ୍ୱାରା ଜିଏଫଏଫ ୨୦୨୫ରେ ଡିଜିଟାଲ ପେମେଣ୍ଟ ଅନୁଭବ ସରଳ କରିବା ପାଇଁ ନୂତନ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଅର୍ଥ ମନ୍ତ୍ରଣାଳୟର ଆର୍ôଥକ ସେବା ବିଭାଗର ସଚିବ ଶ୍ରୀ ଏମ ନାଗାରାଜୁ ଆଇଏଏସ୍ ଗ୍ଲୋବାଲ ଫିଣ୍ଟେକ୍ ଫେଷ୍ଟ (ଜିଏଫଏଫ୍‌) ୨୦୨୫ରେ ତିନୋଟି ନୂତନ ଡିଜିଟାଲ ସ୍ୱତନ୍ତ୍ର ଉପାୟ ଶୁଭାରମ୍ଭ କରିଛନ୍ତି। ଏହି ନୂତନ ଉପାୟଗୁଡିକ ହେଉଛି ପିନ୍‌-ଆଧାରିତ ୟୁପିଆଇ ପ୍ରମାଣିକରଣର ଏକ ନିରବଚ୍ଛିନ୍ନ, ସୁରକ୍ଷିତ ଏବଂ ଉପଯୋଗକର୍ତ୍ତା ଅନୁକୂଳ ବିକଳ୍ପ ଭାବରେ ଅନ-ଡିଭାଇସ ବାୟୋମେଟ୍ରିକ୍ ପ୍ରମାଣିକରଣ ସହିତ ୟୁପିଆଇ, ୟୁପିଆଇରେ ଆଧାର-ଆଧାରିତ ଫେସ୍ ପ୍ରମାଣିକରଣ ଯାହା ଆଧାର-ଲିଙ୍କ୍ ବାୟୋମେଟ୍ରିକ୍ ପ୍ରମାଣିକରଣକୁ ୟୁପିଆଇ ପିନ୍ ସେଟ୍ କିମ୍ବା ରିସେଟ୍ କରିବାକୁ ସକ୍ଷମ କରିବ। ୟୁପିଆଇ କ୍ୟାସ୍ ପଏଣ୍ଟ୍ (ବିଜନେସ୍ କରେସ୍ପଣ୍ଡେଣ୍ଟ ଟଚପଏଣ୍ଟ୍‌) ରେ ୟୁପିଆଇ ବ୍ୟବହାର କରି ମାଇକ୍ରୋ ଏଟିଏମ୍ ମାଧ୍ୟମରେ ନଗଦ ଉଠାଣ ପାଇଁ ଏକ ନୂତନ ମାଧ୍ୟମ।

ଅନ-ଡିଭାଇସ ବାୟୋମେଟ୍ରିକ୍ ପ୍ରମାଣିକରଣ ସହିତ ୟୁପିଆଇ

ୟୁପିଆଇ ପାଇଁ ଅନ-ଡିଭାଇସ ପ୍ରମାଣିକରଣ ଗ୍ରାହକମାନଙ୍କୁ ସିଧାସଳଖ ସେମାନଙ୍କ ସ୍ମାର୍ଟଫୋନ୍ର ନିର୍ମିତ ନିରାପତ୍ତା ବିକଳ୍ପ ଫିଙ୍ଗରପ୍ରିଣ୍ଟ୍ କିମ୍ବା ଫେସ୍ ଅନଲକ୍ ମାଧ୍ୟମରେ ୟୁପିଆଇ ଦେୟ ପ୍ରମାଣିତ କରିବାକୁ ସକ୍ଷମ କରିବା। ତାହା ୟୁପିଆଇ ପିନର ବିକଳ୍ପ ଭାବେ କାମ କରିବ। ଯେଉଁମାନେ ଅପ୍ଟ ଇନ୍ ଚୟନ କରିବେ ସେମାନଙ୍କୁ ଏହି ସୁବିଧା ମିଳିବ। ଏହା ପିନ୍ ଆବଶ୍ୟକତା ହ୍ରାସ କରି ଦେୟକୁ ଦ୍ରୁତତର ଏବଂ ଅଧିକ ସୁରକ୍ଷିତ କରିବ। ପ୍ରତ୍ୟେକ କାରବାର ସ୍ୱାଧୀନ ଭାବରେ ଇସ୍ୟୁ ବ୍ୟାଙ୍କ ଦ୍ୱାରା ଶକ୍ତିଶାଳୀ କ୍ରିପ୍ଟୋଗ୍ରାଫିକ୍ ବ୍ୟବହାର କରି ଯାଞ୍ଚ କରାଯାଏ ଯାହା ଅନୁଭବକୁ ସରଳ ଏବଂ ନିରବଚ୍ଛିନ୍ନ ରଖିବା ସହିତ ସର୍ବୋଚ୍ଚ ସ୍ତରର ସୁରକ୍ଷା ନିଶ୍ଚିତ କରିବ।

ୟୁପିଆଇରେ ଆଧାର-ଆଧାରିତ ଫେସ୍ ପ୍ରମାଣୀକରଣ

ଏହି ନୂତନ ବ୍ୟବସ୍ଥା ଉପଯୋଗକର୍ତ୍ତାମାନଙ୍କୁ ସିଧାସଳଖ ୟୁପିଆଇ ଆପ୍ ମଧ୍ୟରେ ସେମାନଙ୍କର ୟୁପିଆଇ ପିନ୍ ସେଟ୍ କିମ୍ବା ରିସେଟ୍ କରିବାକୁ ଏକ ନୂତନ ଏବଂ ସୁରକ୍ଷିତ ଉପାୟ ପ୍ରଦାନ କରିବ। ଏବେ ୟୁପିଆଇ ପିନ୍ ସୃଷ୍ଟି କରିବା ପାଇଁ ଡେବିଟ୍ କାର୍ଡ ବିବରଣୀ ଦେବା କିମ୍ବା ଆଧାର ଓଟିପି ଯାଞ୍ଚ ଦରକାର ହେଉଛି। ୟୁପିଆଇ ପିନ୍ ପାଇଁ ଆଧାର-ଆଧାରିତ ଫେସ୍ ପ୍ରମାଣିକରଣ ସହିତ ସେବାରେ ସାମିଲ ହେବାକୁ ଦ୍ରୁତତର, ସରଳ କରିବ। ବରିଷ୍ଠ ନାଗରିକ ଏବଂ ଯେଉଁମାନେ କାର୍ଡ଼କୁ ସହଜରେ ବ୍ୟବହାର କରିପାରନ୍ତି ନାହିଁ, ସେମାନଙ୍କ ପାଇଁ ଏହା ସହାୟକ ହେବ।
ଏହିସମାଧାନ ଆଧାର-ଆଧାରିତ ଫେସିଆଲ୍ ଯାଞ୍ଚ ପାଇଁ ୟୁଆଇଡିଏଆଇର ଫେସଆରଡି ଆପ୍ ବ୍ୟବହାର କରି ଏକାଧିକ ଓଟିପି କିମ୍ବା କାର୍ଡ ବିବରଣୀ ପରିଚାଳନା ଆବଶ୍ୟକତାକୁ ଦୂର କରିବ ଯାହା ସୁବିଧା ଏବଂ ସୁରକ୍ଷା ଉଭୟକୁ ବଢାଇବ।
ୟୁପିଆଇ କ୍ୟାସ୍ ପଏଣ୍ଟ୍ (ବିଜନେସ୍ କରେସ୍ପଣ୍ଡେଣ୍ଟ ଟଚପଏଣ୍ଟ୍‌) ରେ ୟୁପିଆଇ ବ୍ୟବହାର କରି ମାଇକ୍ରୋ ଏଟିଏମ୍ ମାଧ୍ୟମରେ ନଗଦ ଉଠାଣ
ୟୁପିଆଇ କ୍ୟାସପଏଣ୍ଟରେ ମାଇକ୍ରୋ ଏଟିଏମ୍ ମାଧ୍ୟମରେ ନଗଦ ଉଠାଣ କରିବା ପାଇଁ ଏକ ନୂତନ ମାଧ୍ୟମ ଆରମ୍ଭ କରାଯାଇଛି। ଏହି ଚାଲୁକରିବା ୟୁପିଆଇର ବହୁମୁଖୀ ଡିଜିଟାଲ ପେମେଣ୍ଟ୍ ପରିବେଶକୁ ବ୍ୟବହାର କରି ନଗଦ ଉଠାଣ ପ୍ରକ୍ରିୟାକୁ ଅଧିକ ସରଳ ଏବଂ ଉପଯୋଗକର୍ତ୍ତା ଅନୁକୂଳ କରିବା ଆଡକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଗ୍ରାହକମାନଙ୍କୁ ବିଜନେସ୍ କରେସ୍ପଣ୍ଡେଣ୍ଟ (ବିସି) ଦ୍ୱାରା ପ୍ରଦର୍ଶିତ କ୍ୟୁଆର୍ କୋଡ୍ ସ୍କାନ୍ କରିବା ଏବଂ ସେମାନଙ୍କ ୟୁପିଆଇ ଆପ୍ ମାଧ୍ୟମରେ କାରବାରକୁ ଅନୁମୋଦନ ଦେବାର ଏକ ସୁବିଧାଜନକ ବିକଳ୍ପ ପ୍ରଦାନ କରି ଆଧାର ବାୟୋମେଟ୍ରିକ୍‌-ଆଧାରିତ ଏଇପିଏସ୍ ଏବଂ କାର୍ଡ-ଆଧାରିତ କାରବାରକୁ ସକ୍ଷମ କରୁଛି।

 

Share

Leave a Reply

Your email address will not be published. Required fields are marked *

18 − nine =