Business

ଏସବିଆଇ ବ୍ୟାଙ୍କିଙ୍ଗ ଓ ଇକୋନୋମିକ କନକ୍ଲେଭରେ ଭାରତର ସବୁଜ ଅଭିବୃଦ୍ଧି ଉପରେ ଇରେଡା ସିଏମଡିଙ୍କ ଆଲୋକପାତ

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ (ଇରେଡା)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ମୁମ୍ବାଇରେ ଅନୁଷ୍ଠିତ ୧୨ତମ ଏସବିଆଇ ବ୍ୟାଙ୍କିଙ୍ଗ ଓ ଇକୋନୋମିକ କନକ୍ଲେଭରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା “ଜଳବାୟୁ ଆହ୍ୱାନଗୁଡ଼ିକୁ ସ୍ଥିର ପରିଚାଳନା ମାଧ୍ୟମରେ ମୁକାବିଲା କରିବା”।
ଏଥିରେ ଅନୁଷ୍ଠିତ ଏକ ପ୍ୟାନେଲ ଆଲୋଚନାରେ ଶ୍ରୀ ଦାସ ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ପରିଚାଳନା କରିବାରେ ଇରେଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ସଂସ୍ଥାର ସବୁଜ ପ୍ରଯୁକ୍ତିବିଦ୍ୟାରେ ନିବେଶକୁ ତ୍ୱରାନ୍ୱିତ କରିବା ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ସେ କରିଛନ୍ତି ଯେ, ଭାରତ ୨୦୧୪ ତୁଳନାରେ ତିନି ଗୁଣ ବୃଦ୍ଧି ସହିତ ପ୍ରାୟ ୨୪୭ ଗିଗାୱାଟରୁ ଅଧିକ ଅକ୍ଷୟ ଶକ୍ତି କ୍ଷମତା ସ୍ଥାପନ କରିଛି ଏବଂ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅଣ-ଜୀବାଶ୍ମ କ୍ଷମତା ହାସଲ କରିବା ପଥରେ ଅଗ୍ରସର ହେଉଛି ଯାହା ସରକାରଙ୍କ ଶକ୍ତି ପରିବର୍ତ୍ତନ ଉପରେ ଧ୍ୟାନ ଦ୍ୱାରା ପରିଚାଳିତ ହେଉଛି।
ଶ୍ରୀ ଦାସ କହିଛନ୍ତି ଯେ, ଏହି ଲକ୍ଷ୍ୟ ହାସଲ କରିବା ଦ୍ୱାରା ଭାରତ କେବଳ ଜଳବାୟୁ ପ୍ରତିଶ୍ରୁତି ପୂରଣ କରିବ ନାହିଁ, ବରଂ ଲକ୍ଷ ଲକ୍ଷ ସବୁଜ ନିଯୁକ୍ତି ସୃଷ୍ଟି କରିବ ଏବଂ ଘରୋଇ ଉତ୍ପାଦନ ଓ ନବସୃଜନ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।
ଇରେଡାର ଅଗ୍ରଗତି ସମ୍ପର୍କରେ ସେ କହିଛନ୍ତି ଯେ ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧରେ ଏହା ସ୍ୱଚ୍ଛ ଶକ୍ତି ଓ ସବୁଜ ଉତ୍ପାଦନ କ୍ଷେତ୍ରରେ ୩୩,୧୪୮ କୋଟି ଟଙ୍କାରୁ ଅଧିକ ଅନୁମୋଦନ କରିଛି।
ଶ୍ରୀ ଦାସ କହିଛନ୍ତି ଯେ, ଅକ୍ଷୟ ଶକ୍ତି ହେଉଛି ସ୍ଥିରତା ଓ ଡିକାର୍ବନାଇଜେସନର ମୂଳଭିତି ଯେଉଁଥିରେ ସ୍ୱଚ୍ଛ ବିଦ୍ୟୁତ ଉତ୍ପାଦନ ଓ ସଞ୍ଚୟ, ପରିବହନ ଓ ଶିଳ୍ପର ବିଦ୍ୟୁତକରଣ ଏବଂ ଗ୍ରିନ ହାଇଡ୍ରୋଜେନ ଓ ଶକ୍ତି ସଞ୍ଚୟ ସମ୍ପ୍ରସାରଣ ସାମିଲ ରହିଛି। ୧୯୮୭ରେ ପ୍ରତିଷ୍ଠା ହେବା ଠାରୁ ଇରେଡା ୧.୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରି ସୌର-ପବନ ହାଇବ୍ରିଡ ପ୍ରକଳ୍ପ, ଇଥାନଲ, ଗ୍ରିନ ଆମୋନିଆ, ସ୍ମାର୍ଟ ମିଟର ଓ ଇଲେକ୍ଟ୍ରିକ୍ ଗମନାଗମନ ଭଳି ପ୍ରଯୁକ୍ତି ଅଗ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହି ଉଦ୍ୟୋଗଗୁଡ଼ିକ ମାଧ୍ୟମରେ କମ୍ପାନୀ ସନ୍ତୁଳିତ ଓ ସ୍ଥାୟୀ ବିକାଶ ଆଡକୁ ଅଗ୍ରଗତି କରୁଛି।

Share

Leave a Reply

Your email address will not be published. Required fields are marked *

five × four =