Business

ସିଏଟ ପକ୍ଷରୁ ଖଣି ରାସ୍ତା ପାଇଁ ଦୃଢ଼ ରାଡିଆଲ ପ୍ରଯୁକ୍ତିର ଟାୟାର ‘ରକରାଡ’ ଉନ୍ମୋଚିତ

ଭୁବନେଶ୍ୱର: ଅଗ୍ରଣୀ ଭାରତୀୟ ଟାୟାର ନିର୍ମାତା ସିଏଟ ପକ୍ଷରୁ ପ୍ରଥମ ଥର ପାଇଁ ଖଣି ଓ କଠିନ ରାସ୍ତା ଲାଗି ପ୍ରସ୍ତୁତ କରାଯାଇଥିବା ରାଡିଆଲ ଟାୟାର ସିଏଟ ରକରାଡକୁ ଉନ୍ମୋଚନ କରାଯାଇଛି। ଏଥି ସହିତ ସିଏଟ ପକ୍ଷରୁ ଟ୍ରକ ଓ ବସ ରାଡିଆଲ କ୍ଷେତ୍ରରେ ଏହାର ପ୍ରଯୁକ୍ତି ବିଶ୍ୱସନୀୟତାକୁ ସୁଦୃଢ଼ କରାଯାଇଛି ଏବଂ କଷ୍ଟକର ରାସ୍ତାକୁ ସହଜରେ ଅତିକ୍ରମ କରୁଥିବା ଏକ ଟାୟାର ଜରିଆରେ ଏକ ଉଚ୍ଚ ଚାହିଦା କ୍ଷେତ୍ରରେ ପ୍ରବେଶ କରିଛି।


ଓଡ଼ିଶାର ବଡ଼ବିଲରେ ଥିବା ଆହ୍ୱାନପୂର୍ଣ୍ଣ ଖଣି ରାସ୍ତାଠାରୁ ଆରମ୍ଭ କରି ଇଣ୍ଡୋନେସିଆର କଠିନ ସଡ଼କରେ ରକରାଡକୁ ବ୍ୟାପକ ଭାବେ ପରୀକ୍ଷା କରାଯାଇଛି। ଉନ୍ନତ ଦୀର୍ଘସ୍ଥାୟିତ୍ୱ, ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଏବଂ ଅଧିକ ମାଇଲେଜ ପ୍ରଦାନ କରିବା ପାଇଁ ଏହି ଟାୟାର ପ୍ରସ୍ତୁତ କରାଯାଇଛି ଯାହା ଖଣି ଭଳି ଏକ ପ୍ରତିକୁଳ ପରିବେଶରେ ଲୋଡ ସମ୍ଭାଳିବା କାର୍ଯ୍ୟ ପାଇଁ ଏହାକୁ ଉପଯୁକ୍ତ ଉତ୍ପାଦରେ ପରିଣତ କରିଛି। ଖଣି କ୍ଷେତ୍ରରେ ରାଡିଆଲ ଟାୟାର ଉପଯୋଗ ବଢ଼ାଇବା ଦିଗରେ ରକରାଡର ଉନ୍ମୋଚନ ମଧ୍ୟ ଏକ ଗୁରୁତ୍ୱପୂଣର୍ଣ୍ଣ ପଦକ୍ଷେପ ଯାହା ପାରମ୍ପରିକ ଭାବେ ବାୟାର ଟାୟାରରେ ପରିଚାଳିତ ହେଉଛି।
ରକରାଡ ପଛରେ ଥିବା ପ୍ରମୁଖ ନବସୃଜନ ହେଉଛି ଏହାର ଏସ-ଟାଇପ ଟ୍ରେଡ ପାଟର୍ଣ୍ଣ ଯାହା ଉନ୍ନତ ଗ୍ରିପ ଓ ଖରାପ ରାସ୍ତାରେ ଚାପକୁ ସମାନ୍ତରାଳ ଭାବେ ବଂଟନ ଭଳି ସୁବିଧା ପ୍ରଦାନ କରିବ। ଏହାର ସାଇଡୱାଲ କଟିବାରୁ ସୁରକ୍ଷା ପ୍ରଦାନ କରିବା ସହ ନମନୀୟତାକୁ ବଜାୟ ରଖିବ। ଆଭ୍ୟନ୍ତରୀଣ ପରୀକ୍ଷଣରୁ ଜଣାପଡ଼ିଛି ଯେ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ରକରାଡ ୭ ପ୍ରତିଶତ ଉତମ ବିଡ ଦୀର୍ଘସ୍ଥାୟିତ୍ୱ ପ୍ରଦାନ କରିବ।
ଏହି ଟାୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧.୦୦ଆର୨୦ ଆକାରରେ ଉପଲବ୍ଧ ହେବ। ଏହାକୁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ ଓ ତାମିଲନାଡୁ ଭଳି ଖଣି ଥିବା ରାଜ୍ୟଗୁଡ଼ିକରେ ବିକ୍ରି କରାଯିବ। ରକରାଡର ଲମ୍ବା ଜୀବନ ଉପକରଣ ବର୍ଜ୍ୟ ହ୍ରାସ କରିବ ଏବଂ ବାଣିଜ୍ୟିକ କ୍ଷେତ୍ରରେ ସ୍ଥାୟୀ ଗମନାଗମନକୁ ଆଗକୁ ବଢ଼ାଇବାରେ ସିଏଟର ପ୍ରତିବଦ୍ଧତାକୁ ସମର୍ଥନ କରିବ।
ଏହି ଉନ୍ମୋଚନ ସିଏଟର ଟ୍ରକ ଓ ବସ ରାଡିଆଲ ପୋର୍ଟଫୋଲିଓକୁ ସୁଦୃଢ଼ କରିଛି ଏବଂ ଖଣି ଓ ଭାରି ନିର୍ମାଣ ଭଳି ସ୍ୱତନ୍ତ୍ର କ୍ଷେତ୍ରର ଆବଶ୍ୟକତା ପୂରଣ କରିବାରେ କମ୍ପାନି ଗ୍ରାହକ ପ୍ରଥମ ମାନସିକତାକୁ ମଧ୍ୟ ପ୍ରଦର୍ଶିତ କରିଛି।

Share

Leave a Reply

Your email address will not be published. Required fields are marked *

four × three =