ଭିମ୍ ପେମେଂଟ୍ସ ଆପ୍ ପକ୍ଷରୁ ଏମ୍ଏସ୍ ଧୋନୀଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଘୋଷଣା
ଭୁବନେଶ୍ୱର: ଏନ୍ପିସିଆଇ ଭିମ୍ ସର୍ଭିସେସ୍ ଲିମିଟେଡ୍ (ଏନ୍ବିଏସ୍ଏଲ୍) ପକ୍ଷରୁ ବିଶ୍ୱକପ୍ ବିଜେତା ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଭିମ୍ ପେମେଂଟ୍ସ ଆପ୍ର ବ୍ରାଣ୍ଡ୍ ଆମ୍ବାସାଡର ଘୋଷଣା କରାଯାଇଛି। ଏହି ସହଯୋଗିତା ବିଶ୍ୱାସ, ସ୍ଥିରତା ଓ ଭରସାଯୋଗ୍ୟତାର ଦୁଇଟି ନାମକୁ ଏକତ୍ରୀତ କରିଛି ଯାହା ପିଢ଼ି ପିଢ଼ି ଧରି ଓ ସମଗ୍ର ଦେଶରେ ବେଶ୍ ଭଲ ଭାବେ ପରିଚିତ ଚେହେରା ଅଟନ୍ତି। ଭାରତର ଡିଜିଟାଲ୍ ପେମେଂଟ୍ ଯାତ୍ରାର ଏକ ଦଶନ୍ଧି ଆଡକୁ ଭିମ୍ ଅଗ୍ରସର ହେଉଥିବା ବେଳେ ଏହି ସହଯୋଗିତା ବ୍ୟାପକତା, ଅନ୍ତର୍ଭୁକ୍ତୀକରଣ ଓ ଦୀର୍ଘକାଳୀନ ବ୍ୟବହାରକାରୀ ଭରସା ଉପରେ ଗୁରୁତ୍ୱାରୋପ କରୁଥିବା ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି ସହଯୋଗିତା ମୂଲ୍ୟବୋଧ ଓ ଯାତ୍ରାର ଏକ ପ୍ରାକୃତିକ ସମନ୍ୱୟକୁ ପ୍ରତିଫଳିତ କରୁଛି। ଏନ୍ପିସିଆଇର ଦୃଢ଼ ଭିତ୍ତିଭୂମି ଉପରେ ଗଠିତ ସୁରକ୍ଷିତ ଡିଜିଟାଲ୍ ପେମେଂଟ୍କୁ ଭିସମ୍ ପେମେଂଟସ୍ ଆପ୍ ପ୍ରଦାନ କରୁଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ହେଉଛନ୍ତି ସ୍ଥିରତା, ଶୃଙ୍ଖଳା ଓ ଚାପ ଭିତରେ ଉନ୍ନତ ପ୍ରଦର୍ଶନ କରିବା ପାଇଁ ପରିଚିତ। ଉଭୟ ଭରତର ସେବା କରିବା ପାଇଁ ଦୃଢ଼ ମୁଳଦୁଆ ଉପରେ ଗଠିତ। ଧୋନି ଏକ ଛୋଟ ସହରରୁ ଆସି ଜାତୀୟ ନେତୃତ୍ୱରେ ପରିଣତ ହୋଇଥିବା ବେଳେ ଭିମ୍ ମଧ୍ୟ ଏକ ଅଗ୍ରଗାମୀ ପେମେଂଟ୍ ଇଂଟରଫେସ୍ରୁ ସାରା ଦେଶରେ ବ୍ୟବହାର କରାଯାଉଥିବା ଏକ ପ୍ଲାଟଫର୍ମରେ ପରିଣତ ହୋଇଛି।
ଏହି ସହଯୋଗିତା ସମ୍ପର୍କରେ ଏନ୍ବିଏସ୍ଏଲ୍ର ଏମ୍ଡି ଓ ସିଇଓ ଲଳିତା ନଟରାଜ କହିଛନ୍ତି ଯେ, “ଭାରତରେ ଡିଜିଟାଲ ପେମେଂଟ୍ ବ୍ୟାପକ ହେଉଥିବା ବେଳେ ପରବର୍ତ୍ତୀ ପିଢ଼ିର ଅଭିବୃଦ୍ଧି ହେଉଛି ପ୍ରାଥମିକତାକୁ ସୁଦୃଢ଼ କରିବା ଓ ବ୍ୟବହାରକାରୀଙ୍କ ବିଶ୍ୱାସକୁ ସମୃଦ୍ଧ କରିବା। ଏମ୍ଏସ୍ ଧୋନିଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ସାମିଲ କରି ଆମର ଲକ୍ଷ୍ୟ ହେଉଛି ଭିମ୍ ପେମେଂଟ୍ସ ଆପ୍କୁ କେବଳ ଏକ ପେମେଂଟ୍ ବିକଳ୍ପ ନୁହେଁ, ବରଂ ଭାରତୀୟ ପରିବାରର ପ୍ରତିଟି ସଦସ୍ୟଙ୍କ ପାଇଁ ଏକ ପସନ୍ଦର ଆପ୍ରେ ପରିଣତ କରିବା। ଭିମ୍ ପେମେଂଟ୍ ଆପ୍ ଏହାର ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ପଥରେ ପ୍ରବେଶ କରୁଥିବା ବେଳେ ଆମେ ଯାହା ସବୁ କରୁଛୁ ତାହାର ମୂଳରେ ବିଶ୍ୱାସ ରହିଛି। ଧୋନି ହେଉଛନ୍ତି ସେହି ବିଶ୍ୱାସର ପ୍ରତୀକ ଯାହା ସମୟ ସହ ଗଢ଼ା ହୋଇଛି। ସେଥିପାଇଁ ଏହି ସହଯୋଗିତା ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି।”
ମହେନ୍ଦ୍ର ସିଂହ ଧୋନି କହିଛନ୍ତି ଯେ, “ବିଗତ ବର୍ଷଗୁଡ଼ିକରେ ମୁଁ ସବୁ କିଛିକୁ ସରଳ ରଖିବା ଓ ଆଭିମୁଖ୍ୟକୁ ସ୍ପଷ୍ଟ ରଖିବା ଉପରେ ବିଶ୍ୱାସ କରୁଥିଲି। ଭିମ୍ର ଯାହା ମୋତେ ସବୁଠୁ ଅଧିକ ଆକର୍ଷିତ କରିଛି ତାହା ହେଉଛି ଡିଜିଟାଲ ପେମେଂଟ୍କୁ ସମ୍ପୂର୍ଣ୍ଣ ସରଳ ରଖିବା ଏବଂ ସାରା ଦେଶରେ ଲୋକମାନଙ୍କ ପାଖରେ ତାହାକୁ ପହଂଚାଇବା। ଭାରତ ଏକ ବୃହତର ଡିଜିଟାଲ ଗ୍ରହଣୀୟତା ଆଡ଼କୁ ଅଗ୍ରସର ହେଉଥିବା ବେଳେ କାରବାର ବେଳେ ବ୍ୟବହାରକାରୀମାନେ ଆରାମଦାୟକ ଓ ବିଶ୍ୱାସୀ ମନେ ହେଉଛି ଗୁରୁତ୍ୱପୂର୍ଣ୍ଣ। ଏହି ଆପ୍ ସହ ଯୋଡ଼ିହୋଇ ମୁଁ ବହୁତ ଖୁସି ଯାହାକୁ ବ୍ୟାପକ ଭାବେ ପ୍ରତିଦିନର ଆବଶ୍ୟକତା ପୂରଣ କରିବାକୁ ଗଠନ କରାଯାଇଛି।”
