Business

ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଓ କୃଷି କ୍ଷେତ୍ରକୁ ୪୩୦୦ କୋଟି ଟଙ୍କାର କ୍ରେଡିଟ୍ ବୁଷ୍ଟ୍‌

ଭୁବନେଶ୍ୱର: ପ୍ରତି ବର୍ଷ ଜୁନ୍ ୨୭ରେ ପାଳିତ ହେଉଥିବା ବିଶ୍ୱ ଏମ୍‌ଏସ୍‌ଏମ୍‌ଇ ଦିବସ ଅବସରରେ ଭାରତର ପ୍ରମୁଖ ସରକାରୀ ବ୍ୟାଙ୍କ ଗୁଡ଼ିକ ମଧ୍ୟରୁ ଗୋଟିଏ ବ୍ୟାଙ୍କ ଅଫ୍ ବରୋଦା, ଏମ୍‌ଏସ୍‌ଏମ୍‌ଇ ଓ କୃଷିଭଳି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ ଦେଇ ଓଡ଼ିଶାରେ ଅର୍ନ୍ତଭୁକ୍ତିମୂଳକ ଅଭିବୃଦ୍ଧି ପ୍ରତିବ୍ୟାଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛି। ଆର୍ଥିକବର୍ଷ ୨୦୨୪-୨୫ରେ ବ୍ୟାଙ୍କ ଓଡ଼ିଶାରେ ପ୍ରାଥମିକତା କ୍ଷେତ୍ର ଋଣ ଅଧୀନରେ ୫୦୦୦କୋଟି ଟଙ୍କାର ଋଣ ମଞ୍ଜୁର କରିଛି। ଏଥି ମଧ୍ୟରୁ ୪୩୦୦ କୋଟିଟଙ୍କାରୁ ଅଧିକ ଏମଏସଏମଇଗୁଡ଼ିକୁ ନୂଆ ଋଣ ଭାବରେ ଏବଂ ଚାଷୀମାନଙ୍କୁ ପ୍ରଦାନ କରାଯାଇଛି। ଏହି ପ୍ରୟାସ ରାଜ୍ୟରେ ନିଯୁକ୍ତିସୃଷ୍ଟି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ତୃଣମୂଳସ୍ତରରେ ବିକାଶରେ ଯୋଗଦାନ କରିଛି।
ଏହି ଅବସରରେ ବ୍ୟାଙ୍କ ଅଫ୍ ବରୋଦାର ଭୁବନେଶ୍ୱର ଅଂଚଳର ଅଂଚଳ ମୁଖ୍ୟ କହିଛନ୍ତି ଯେ, “ଓଡ଼ିଶା ଏକ ଉଦୀୟମାନ ରାଜ୍ୟ ଯେଉଁଠି ଅପାର ଆର୍ଥିକ ଅଭିବୃଦ୍ଧିର ସମ୍ଭାବନା ରହିଛି। ରାଜ୍ୟର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ସର୍ବାଙ୍ଗୀନ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ କ୍ଷୁଦ୍ର ବ୍ୟବସାୟୀ, ଉଦ୍ୟୋଗୀ, ଚାଷୀ ଏବଂ ସ୍ଥାନୀୟ ସମୁଦାୟ ନିଜର ଅତୁଳନୀୟ ଯୋଗଦାନ ଦେଇଛନ୍ତି। ବ୍ୟାଙ୍କ ଅଫ୍ ବରୋଦାରେ ଆମେ ଦେଶର ପ୍ରଗତିରେ ଏମ୍‌ଏସ୍‌ଏମ୍‌ଇ ଏବଂ ଅନ୍ୟାନ୍ୟ ପ୍ରାଥମିକତା କ୍ଷେତ୍ରରେ ପରିବର୍ତନକାରୀ ଭୂମିକାକୁ ସ୍ୱୀକାର କରିଛୁ ଏବଂ ସମଗ୍ର ଓଡ଼ିଶା ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତୀକରଣ ମୂଳକ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ଅଛୁ।’’
ବ୍ୟାଙ୍କ ଅଫ୍ ବରୋଦା ସ୍ଥାନୀୟ ଉଦ୍ୟୋଗୀ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଋଣ ଯୋଜନାର ଏକ ବ୍ୟାପକ ଶୃଙ୍ଖଳା ପ୍ରଦାନ କରେ, ଯେଉଁଥିରେ ବରୋଦା ମହିଳାସ୍ୱାବଲମ୍ବନ, ମହିଳା ନେତୃତ୍ୱାଧୀନ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ଋଣ ଯୋଜନା ଏବଂ ବରୋଦା ସ୍ମାର୍ଟଓଡି, ଯାହା ଡିଜିଟାଲ୍ ଓଭରଡ୍ରାଫ୍‌ଟ ସୁବିଧା ଦ୍ୱାରା ଜିଏସ୍‌ଟି ପଞ୍ଜୀକୃତ ଏମ୍‌ଏସ୍‌ଏମ୍‌ଇ ପାଇଁ ସ୍ୱଳ୍ପ କାଳୀନ କାର୍ଯ୍ୟକ୍ଷମ ପୁଞ୍ଜିକୁ ଶୀଘ୍ର ଓ ସହଜରେ ପ୍ରଦାନ କରିଥାଏ। ଏହବ୍ୟତୀତ ବ୍ୟାଙ୍କ, ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ସ୍ୱନିଧି, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା, ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଭଳି ଅନେକ ଯୋଜନା ମାଧ୍ୟମରେ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ପ୍ରୟାସକୁ ସମର୍ଥନ କରିଆସିଛି। ବ୍ୟାଙ୍କ ଅଫ୍ ବରୋଦା ଓଡ଼ିଶାରେ ୨୦୨ ଶାଖର ବ୍ୟାପକ ଉପସ୍ଥିତି ରହିଛି, ଯାହା ମଧ୍ୟରୁ ୭୨ ପ୍ରତିଶତ ଅର୍ଧ ସହରୀ ଓ ଗ୍ରାମାଚଂଳରେ ଅବସ୍ଥିତ। ଏହି ବ୍ୟାପକ ଉପସ୍ଥିତି ବ୍ୟାଙ୍କିଂ ସେବାର ଗଭୀର ପ୍ରବେଶକୁ ସହଜ କରିଥାଏ ଏବଂ ରାଜ୍ୟର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଉଦ୍ୟମକୁ ସମର୍ଥନ କରିଥାଏ।
ସମ୍ପ୍ରତି ବ୍ୟାଙ୍କର ଓଡ଼ିଶାରେ ତିନୋଟି ସମ୍ପୂର୍ଣ୍ଣ ମହିଳା ଶାଖା ମଧ୍ୟ ଖୋଲିଛି। ସମ୍ପୂର୍ଣ୍ଣ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏହି ଶାଖା ଗୁଡ଼ିକ ମହିଳା କର୍ମଚାରୀମାନଙ୍କୁ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଆର୍ଥିକ ସୁଯୋଗ ପ୍ରଦାନ କରିବା ସହିତ ମହିଳାମାନଙ୍କ ପାଇଁ ଏକ ସହାୟକ ପରିବେଶ ସୃଷ୍ଟି କରିଥାଏ।

Share

Leave a Reply

Your email address will not be published. Required fields are marked *

nine + thirteen =