Business

ବନ୍ଧନ ବ୍ୟାଙ୍କ ପକ୍ଷରୁ ଓଡ଼ିଶାର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଉପକରଣ ଖଜ୍ଜିତ ଆମ୍ବୁଲାନ୍ସ ପ୍ରଦାନ

ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ଏହାର ସିଏସ୍‌ଆର କାର୍ଯ୍ୟକ୍ରମର ଅଂଶ ଭାବେ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସଜ୍ଜିତ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ବନ୍ଧନ ବ୍ୟାଙ୍କର ଦଶମ ବର୍ଷ ପ୍ରତିଷ୍ଠା ଦିବସ ପାଳନର ଏକ ଅଂଶ ସ୍ୱରୂପ, ବ୍ୟାଙ୍କ ସାରା ଭାରତରେ ୧୮ଟି ସମ୍ପୂର୍ଣ୍ଣ ଉପକରଣ ଖଜ୍ଜିତ ଆମ୍ବୁଲାନ୍ସ ପ୍ରଦାନ କରିଛି, ଯେଉଁଥିରେ ଓଡ଼ିଶାରେ ପ୍ରଦାନ କରାଯାଇଥିବା ଏହି ଆମ୍ବୁଲାନ୍ସ ମଧ୍ୟ ସାମିଲ ଅଛି, ଯାହା ସ୍ଥାନୀୟ ଜରୁରୀକାଳୀନ ଚିକିତ୍ସା ସୁବିଧାକୁ ସୁଦୃଢ଼ କରିବା ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକୁ ଉନ୍ନତ କରିବା ପାଇଁ ପ୍ରତ୍ସାହିତ କରିବା ବନ୍ଧନ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଏବଂ ଗବେଷଣା ମୁଖ୍ୟ ଶ୍ରୀ ସିଦ୍ଧାର୍ଥ ସାନ୍ୟାଲଙ୍କ ଉପସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱର, ଓଡ଼ିଶା କ୍ଷେତ୍ରୀୟ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ ମହାନ୍ତି, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସ୍ୱାମୀ ସତ୍ୟଚୈତନ୍ୟଙ୍କୁ ଆନୁଷ୍ଠାନିକ ଭାବରେ ଆମ୍ବୁଲାନ୍ସଟି ହସ୍ତାନ୍ତର କରାଯାଇଛି। ଏହି ଅବସରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଓ ବନ୍ଧନ ବ୍ୟାଙ୍କର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସ୍ୱାସ୍ଥ୍ୟସେବାକୁ ଅଧିକ ଲୋକଙ୍କ ପାଖରେ ପହଂଚିବା ଓ ପ୍ରତିକ୍ରିୟାରେ ଉନ୍ନତି ଆଣିବା ପାଇଁ ବ୍ୟାଙ୍କର ରହିଥିବା ପ୍ରତିବଦ୍ଧତାକୁ ଏହି ଅଭିଯାନ ପ୍ରତିଫଳିତ କରୁଛି ଯାହା ଦ୍ୱାରା ରୋଗୀମାନେ ଜରୁରୀକାଳୀନ ସ୍ଥିତିରେ ସମୟୋପଯୋଗୀ ମେଡିକାଲ ସେବା ପାଇପାରିବେ। ଏହି ଆମ୍ବୁଲାନ୍ସଗୁଡ଼ିକୁ ଦଦିଲ୍ଲୀ, ବେଙ୍ଗାଲୁରୁ, ଅହମ୍ମଦାବାଦ, କୋଲକାତା, ହାଇଦ୍ରାବାଦ, ଲକ୍ଷ୍ନୌ, ଭଦୋଦରା, ଜୟପୁର, ମଥୁରା, ଜଲନ୍ଦର, ଅହମ୍ମଦନଗର, ପୁର୍ବ ମେଦିନୀପୁର, ମୁର୍ସିଦାବାଦ, ଏବଂ ସିକନ୍ଦରାବାଦ ଭଳି ସହରରେ ବିଭିନ୍ନ ଲୋକପ୍ରିୟ ମେଡିକାଲ ପ୍ରତିଷ୍ଠାନ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀମାନଙ୍କୁ ଦିଆଯାଇଛି। ସ୍ୱାସ୍ଥ୍ୟ ସେବା ଭିତିଭୂମିରେ ଉନ୍ନତି ଆଣି ଓ ବହୁ ରାଜ୍ୟରେ ହସ୍ପିଟାଲଗୁଡ଼ିକୁ ସମର୍ଥନ କରି ବ୍ୟାଙ୍କ ଏକ ଦୃଢ଼, ସୁସ୍ଥକର ଓ ସ୍ଥାୟୀ ସମୁଦାୟ ଗଠନରେ ସହଯୋଗ କରୁଛି।
ବନ୍ଧନ ବ୍ୟାଙ୍କର ଏମଡି ଓ ସିଇଓ ଶ୍ରୀ ପାର୍ଥ ପ୍ରତୀମ ସେନଗୁପ୍ତା କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କରେ ଆମର ଦୃଢ଼ ବିଶ୍ୱାସ ରହିଛି ଯେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବା ଏକ ମୌøଳିକ ଅଧିକାର, ବିଳାସ ନୁହେଁ। ଏହି ଅଭିଯାନ ଜରିଆରେ ଆମେ ଜରୁରୀକାଳୀନ ମେଡିକାଲ ପ୍ରତିକ୍ରିୟାକୁ ଦୃଢ଼ କରିବା ଏବଂ ବିବିଧ ସମୁଦାୟକୁ ସେବା ପ୍ରଦାନ କରୁଥିବା ହସ୍ପିଟାଲଗୁଡ଼ିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ। ବ୍ୟାଙ୍କ ବାହାରେ ଅନ୍ତର୍ଭୁକ୍ତୀକରଣ ବିକାଶ ପାଇଁ ଆମ ପ୍ରତିବଦ୍ଧତାକୁ ନେଇ ଆମେ ଭାରତରେ ଅଧିକ ସୁସ୍ଥକର ସମାଜ ଗଠନ କରିବାକୁ ସର୍ବଦା ପ୍ରୟାସିତ। ଏହି ଅଭିଯାନ ସହିତ ଆମେ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଥିବା ବେଳେ ଆବଶ୍ୟକତା ମୁତାବକ ମେଡିକାଲ ସହାୟତା ପହଂଚାଇବାକୁ ନିଶ୍ଚିତ କରୁଛୁ।”
ବନ୍ଧନ ବ୍ୟାଙ୍କର ସିଏସଆର କାର୍ଯ୍ୟକ୍ରମ ୧୪ଟି ରାଜ୍ୟର ୮୨ଟି ଜିଲ୍ଲାର ୨୫ ଲକ୍ଷରୁ ଅଧିକ ପରିବାର ପାଖରେ ପହଂଚିଛି ଏବଂ ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବନଜୀବିକା ଓ ଜଳବାୟୁ ସ୍ଥାୟିତ୍ୱ ମହିଳା ଓ ଗ୍ରାମୀଣ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହି ଅଭିଯାନ ଜରିଆରେ ବନ୍ଧନ ବ୍ୟାଙ୍କ ସାମାଜିକ ଦାୟିତ୍ୱବୋଧ ଓ ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି।

Share

Leave a Reply

Your email address will not be published. Required fields are marked *

12 + eighteen =