ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ଗୋଲ୍ଡ୍ ଆଣ୍ଡ୍ ସିଲଭର୍ ପାସିଭ୍ ଏଫ୍ଓଏଫ୍ର ଶୁଭାରମ୍ଭ
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ଗୋଲ୍ଡ ଆଣ୍ଡ୍ ସିଲଭର୍ ପାସିଭ୍ ଫଣ୍ଡ୍ ଅଫ୍ ଫଣ୍ଡ୍ (ଏଫ୍ଓଏଫ୍) ଘୋଷଣା କରାଯାଇଛି। ଏହା ହେଉଛି ଏକ ଓପନ୍ ଏଣ୍ଡେଡ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ସ୍କିମ୍ ଯେଉଁଥିରେ ସୁନା ଓ ରୁପା ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍ ୟୁନିଟ୍ରେ ନିବେଶ କରାଯାଏ। ଏହାର ନୂଆ ଫଣ୍ଡ୍ ଅଫର୍ ୨୦୨୫ ଡିସେମ୍ବର ୧୦ରେ ଆରମ୍ଭ ହୋଇ ଡିସେମ୍ବର ୨୨ରେ ବନ୍ଦ ହେବ। ଏହି ସ୍କିମ୍ ନିବେଶକମାନେ ବିଶ୍ୱର ସବୁଠୁ ଭଲ ପ୍ରଦର୍ଶନ କରୁଥିବା ଦୁଇ ପ୍ରକାର ନିବେଶ ବିକଳ୍ପ ସୁନା ଓ ରୁପାରେ ଏକକାଳୀନ ନିବେଶ କରିବାର ସୁବିଧା ପ୍ରଦାନ କରିବ।
ଏ ସମ୍ପର୍କରେ ଆକ୍ସିସ୍ ଏଏମ୍ସିର ଏମ୍ଡି ଓ ସିିଇଓ ବି ଗୋପକୁମାର କହିଛନ୍ତି ଯେ, “ଐତିହାସିକ କାଳରୁ ମୁଦ୍ରାସ୍ଫୀତି ଓ ମୁଦ୍ରା ଅସ୍ଥିରତା ବିରୋଧରେ ହେଜ୍ ଭାବେ ସୁନା ଓ ରୁପାକୁ ବ୍ୟବହାର କରାଯାଉଛି ଏବଂ ଏହା ପୋର୍ଟଫୋଲିଓରେ ବିବିଧତା ପ୍ରଦାନ କରୁଛି। ଆକ୍ସିସ୍ ଗୋଲ୍ଡ ଆଣ୍ଡ୍ ସିଲଭର ପାସିଭ୍ ଏଫ୍ଓଏଫ୍ ସହ ଆମେ ନିବେଶକମାନଙ୍କୁ ପ୍ରତ୍ୟକ୍ଷ ମାଲିକାନାର ଜଟିଳତା ବିନା ଏହି ମୂଲ୍ୟବାନ ଧାତୁରେ ନିବେଶ କରିବାର ସହଜ ଓ ସୁଲଭ ଉପାୟ ପ୍ରଦାନ କରୁଛୁ।’’
ଏହି ସ୍କିମ୍ରେ ୟୁନିଟ୍କୁ ସ୍ଥାନୀୟ ସୁନା ଓ ସ୍ଥାନୀୟ ରୁପା ଦରରେ ୫୦:୫୦ ଅନୁପାତରେ ବେଂଚ୍ମାର୍କ କରାଯିବ। ଏହାର ଫଣ୍ଡ୍ ମ୍ୟାନେଜର ହେଉଛନ୍ତି ପ୍ରତୀକ ତିବ୍ରେୱାଲ୍ ଓ ଆଦିତ୍ୟ ପାଗରିଆ। ଏଥିରେ ସର୍ବନିମ୍ନ ୧୦୦ ଟଙ୍କା ଓ ଏହାପରେ ୧ ଟଙ୍କାର ଗୁଣିତକ ହିସାବରେ ନିବେଶ କରିବାକୁ ପଡ଼ିବ। ଏଥିରେ ୧୫ ଦିନ ଭିତରେ ସ୍କିମ୍ରୁ ବାହାରିଗଲେ କିମ୍ବା ବଦଳ କଲେ ୦.୨୫% ପ୍ରତିଶତ ଏକ୍ଜିଟ୍ ଲୋଡ୍ ପଡ଼ିବ। ୧୫ ଦିନ ପରେ କୌଣସି ଏକ୍ଜିଟ୍ ଲୋଡ୍ ପଡ଼ିବ ନାହିଁ।
ସୁନା ଓ ରୁପାକୁ ପୋର୍ଟଫୋଲିଓରେ ବିବିଧତା ଆଣିବା ଲାଗି ବହୁଦିନରୁ ବ୍ୟବହାର କରାଯାଉଛି। ପାରମ୍ପରିକ ସଂପତି ଶ୍ରେଣୀ ତୁଳନାରେ ଏହା କମ୍ ଅସ୍ଥୀର ହୁଏ, ଫଳରେ ଏହାକୁ ମୁଦ୍ରାସ୍ଫୀତି, ବିନିମୟ ମୁଦ୍ରା ମୂଲ୍ୟରେ ହ୍ରାସ ଓ ବଜାର ଅସ୍ଥିରତା ବିରୋଧରେ ପ୍ରଭାବଶାଳୀ ହେଜ୍ ଭାବେ ବ୍ୟବହାର କରାଯାଏ। ସୁନାକୁ ଏକ ସୁରକ୍ଷିତ ନିବେଶ ଶ୍ରେଣୀ ଭାବେ ବିବଚନା କରାଯାଉଛି। ରୁପାରେ ମୁଦ୍ରା ଓ ଶିଳ୍ପ ଚାହିଦାର ମୂଲ୍ୟ ଅନ୍ତର୍ନିହିତ ରହିଥିବାରୁ ଏହା ଦୀର୍ଘକାଳୀନ ନିବେଶ ରଣନୀତି ପାଇଁ ଉପଯୁକ୍ତ ସାବ୍ୟସ୍ତ ହୋଇଛି। ପୋର୍ଟଫୋଲିଓରେ ସାମଗ୍ରୀକୁ ଯୋଡ଼ିବା ଦ୍ୱାରା ସେଥିରେ ବିବିଧତା ଆସିଥାଏ ଏବଂ ଅନିଶ୍ଚିତ ଅର୍ଥନୈତିକ ଚକ୍ରରେ ତାହା ସ୍ଥିରତା ପ୍ରଦାନ କରିଥାଏ।

