Business

ଆକ୍ସିସ୍ ଫାଇନାନ୍ସ ପକ୍ଷରୁ କ୍ଷୁଦ୍ର ସମ୍ପତ୍ତି ଋଣ “ଶକ୍ତି” ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଫାଇନାନ୍ସ କମ୍ପାନି ଆକ୍ସିସ୍ ଫାଇନାନ୍ସ ପକ୍ଷରୁ ପବିତ୍ର ଧନତେରସ୍ ଅବସରରେ ସମ୍ପତ୍ତି ବଦଳରେ ଲଘୁ ଋଣ “ଆକ୍ସିସ୍ ଫାଇନାନ୍ସ ଶକ୍ତି” ଘୋଷଣା କରାଯାଇଛି। ଉଭୟ ବ୍ୟବସାୟ ଓ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଗ୍ରାହକମାନଙ୍କୁ ସଶକ୍ତ କରିବା ଦିଗରେ ଏହି ଉତ୍ପାଦକୁ ପ୍ରସ୍ତୁତ କରାଯାଇଛି।
ଆକ୍ସିସ୍ ଫାଇନାନ୍ସ ଶକ୍ତିକୁ ବିନିର୍ମାଣ, ଟ୍ରେଡିଂ ଓ ସେବା କ୍ଷେତ୍ର ସହିତ ବେତନଭୋଗୀ ଗ୍ରାହକ ବର୍ଗରେ ଲଘୁ ଉଦ୍ୟୋଗୀ, ବ୍ୟବସାୟୀ ଓ ସ୍ୱାବଲମ୍ବୀ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ କରଯାଇଛି। ଅଳ୍ପ କାଗଜପତ୍ର ଆବଶ୍ୟକତା ସହିତ ଏହି ଉତ୍ପାଦ ବିଭିନ୍ନ ପ୍ରକାରର ବ୍ୟବସାୟ ପାଖରେ ସଂଗଠିତ ୠଣ ପହଂଚାଇବାକୁ ଲକ୍ଷ୍ୟ ରଖିଛି। ସରଳୀକୃତ ପ୍ରକ୍ର୍ରିୟା, ନମନୀୟ ଅବଧି ବିକଳ୍ପ ଓ ବିଭିନ୍ନ ପ୍ରକାର ବନ୍ଧକକୁ ଗ୍ରହଣ କରାଯିବା ସହ ଆକ୍ସିସ୍ ଫାଇନାନ୍ସ ଶକ୍ତି ଗ୍ରାହକମାନଙ୍କୁ ବ୍ୟବସାୟ ଅଭିବୃଦ୍ଧି ଓ ବ୍ୟକ୍ତିଗତ ଲକ୍ଷ୍ୟ ହାସଲ ନିମନ୍ତେ ପାଣ୍ଠି ଆବଶ୍ୟକତା ପାଇଁ ସଶକ୍ତ କରିବ।
ଏହି ଅବସରରେ ଆକ୍ସିସ୍ ଫାଇନାନ୍ସ ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ସାଇ ଗିିରିଧର କହିଛନ୍ତି ଯେ, “ଧନତେରସ୍‌ରେ ଆକ୍ସିସ ଫାଇନାନ୍ସ ଶକ୍ତିର ଶୁଭାରମ୍ଭ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଗ୍ରାହକ କୈନ୍ଦ୍ରୀକ ସମାଧାନ ପ୍ରତି ଆମର ଜାରି ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଉତ୍ପାଦକୁ ଲଘୁ ଉଦ୍ୟୋଗୀ, ବ୍ୟବସାୟୀ ଓ ସ୍ୱାବଲମ୍ବୀ ବ୍ୟକ୍ତିମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନେ ସଂଗଠିତ ଋଣ ପାଇବାରେ ସାଧାରଣତଃ ଆହ୍ୱାନ ସାମ୍ନା କରିଥାନ୍ତି। ନମନୀୟ ଅବଧି, ବ୍ୟାପକ ବନ୍ଧକ ଗ୍ରହଣୀୟତା ଓ ସରଳ କାଗଜପତ୍ର କାମ ସହିତ ଶକ୍ତି ଗ୍ରାହକମାନଙ୍କୁ ସେମାନଙ୍କ ବ୍ୟବସାୟ ଓ ବ୍ୟକ୍ତିଗତ ଅଭିବୃଦ୍ଧି ପାଇଁ ସମ୍ପତ୍ତିରେ ଥିବା ସମ୍ଭାବନା ଉଜାଗର କରିବାକୁ ସକ୍ଷମ କରିବ। ଆମର ବିଶ୍ୱାସ ରହିଛି ଯେ ଏହି ଅଭିଯାନ ଋଣ ଅନ୍ତରକୁ ଦୂର କରିବା ଏବଂ ଉଦୀୟମାନ ବର୍ଗରେ ପ୍ରଗତିକୁ ଦୃଢ଼ କରିବାରେ ସହାୟକ ହେବ।”
ସେ କହିଥିଲେ ଯେ ପ୍ରଯୁକ୍ତି ଓ ପ୍ରଭାବଶାଳୀ ପ୍ରକ୍ରିୟାକୁ ବ୍ୟବହାର କରି ଆମେ ଉଦୀୟମାନ ବଜାରରେ ଆମ ଉପସ୍ଥିତି ବଢ଼ାଇବା ଏବଂ ପ୍ରତି ଗ୍ରାହକଙ୍କୁ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ।”
ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ) ଓ ନିମ୍ନ ଆୟ ବର୍ଗ (ଏଲଆଇଜି) ମାନଙ୍କ ପାଇଁ ଘର ମାଲିକାନାକୁ ସହଜ କରିବା ନିମନ୍ତେ ଚଳିତ ଆର୍ଥିକ ବର୍ଷରେ ଆକ୍ସିସ୍ ଫାଇନାନ୍ସ ପକ୍ଷରୁ ଦିଶା ଗୃହ ଋଣ ଉନ୍ମୋଚନ କରାଯାଇଥିଲା। ସେହି ଅନୁସାରେ ଆକ୍ସିସ୍ ଫାଇନାନ୍ସ ଶକ୍ତି ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ସଂପତି ବଦଳରେ ଋଣ ପ୍ରଦାନ କରିବ ଯାହା ଗ୍ରାହକମାନଙ୍କୁ ନିଜର ଉଭୟ ବ୍ୟକ୍ତିଗତ ଓ ବ୍ୟବସାୟ ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇପାରିବ।

Share

Leave a Reply

Your email address will not be published. Required fields are marked *

14 − 8 =