ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଜାତୀୟସ୍ତରୀୟ କଳା, କଳାକୃତି ଓ ସାହିତ୍ୟ ପ୍ରତିଯୋଗିତା “ସ୍ପ୍ଲାସ୍ ୨୦୨୫” ଘୋଷଣା
ଭୁବନେଶ୍ୱର: ଭାରତର ଅନ୍ୟତମ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ବାର୍ଷିକ ଜାତୀୟସ୍ତରୀୟ କଳା, କଳାକୃତି ଓ ସାହିତ୍ୟ ପ୍ରତିଯୋଗିତାର ତ୍ରୟୋଦଶ ସଂସ୍କରଣ ସ୍ପ୍ଲାସ୍ ୨୦୨୫ ଘୋଷଣା କରାଯାଇଛି। ଆକ୍ସିସ୍ ବ୍ୟାଙ୍କର ଦର୍ଶନ “ଦିଲ୍ ସେ ଓପନ୍’ରୁ ଅନୁପ୍ରାଣିତ ହୋଇଥିବା ଏହି ପ୍ରିଯୋଗିତାର ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ଡ୍ରିମ୍ସ’ ଯାହା ଯୁବବର୍ଗଙ୍କୁ ସେମାନଙ୍କ ଭାବନା ଓ ସୃଜନଶୀଳତା ଉଜାଗର କରିବାକୁ ଉତ୍ସାହିତ କରୁଛି। ଅଂଶଗ୍ରହଣକାରୀମାନେ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ https://www.axisbanksplash.in/ରେ ପଞ୍ଜୀକରଣ ଓ ନିଜ ଆବେଦନ ଦାଖଲ କରିପାରିବେ। ବ୍ୟାଙ୍କ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ଶାଖା, ସ୍କୁଲ ଓ ଆବାସିକ କଲ୍ୟାଣ ସଂଘରେ ପ୍ରତିଯୋଗିତା ଆୟୋଜନ କରାଯିବ। ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ ମାଧ୍ୟମରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୧୧ ଲକ୍ଷରୁ ଅଧିକ ଯୁବବର୍ଗ ଅଂଶଗ୍ରହଣ କରିବା ଆଶା କରାଯାଉଛି।
୭-୧୦ ବର୍ଷ ବୟସର ଅଂଶଗ୍ରହଣକାରୀମାନେ “ମୋ ସ୍ୱପ୍ନର ଜୀବନର ଗୋଟିଏ ଦିନ” ଉପରେ ଏବଂ ୧୧-୧୪ ବର୍ଷ ବୟସର ପିଲାମାନେ “ମୁଁ ସ୍ୱପ୍ନ ଦେଖୁଥିବା ଭଳି ଭବିଷ୍ୟତ” ବିଷୟ ଉପରେ ନିଜର ଆବେଦନ ଦାଖଲ କରିପାରିବେ। ସେହି ଆବେଦନଗୁଡ଼ିକୁ ୧୦୦ରୁ ଅଧିକ ବିଶେଷଜ୍ଞ ଅନୁଶୀଳନ କରିବେ ଯେଉଁଥିରେ ଅମର ଚିତ୍ର କଥାର ଗ୍ରୁପ୍ ଆର୍ଟ ଡାଇରେକ୍ଟର ସାଭିଓ ମାସ୍କର୍ନେହାସ, ରାୟାନ ଇଂଟରନ୍ୟାସନାଲ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ନିର୍ଦେଶକ ଡକ୍ଟର ସ୍ନେହଲ ପିଂଟୋ ଓ ଦି ଆର୍ଟ ସୋସାଇଟି ଅଫ୍ ଇଣ୍ଡିଆର ଉପ ସଭାପତି ଶ୍ରୀ ଦୀପକ ପାଟିଲ ଆଦି ରହିଛନ୍ତି।
ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ମୁଖ୍ୟ ମାର୍କେଟିଂ ଅଧିକାରୀ ଶ୍ରୀ ଅନୁପ ମନୋହର କହିଛନ୍ତି ଯେ, “ସ୍ପ୍ଲାସ୍ ହେଉଛି ଏକ ପ୍ରତିଯୋଗିତାଠାରୁ ଅଧିକ। ଏହା ହେଉଛି ପିଲାମାନଙ୍କ ଭାବକୁ ବଢ଼ାଇବା ଏବଂ ସୃଜନଶୀଳତାକୁ ତ୍ୱରାନ୍ୱିତ କରିବାର ଏକ ମଂଚ। ଆକ୍ସିସ୍ ବ୍ୟାଙ୍କରେ ଆମର ନୂତନ ଚିନ୍ତାଧାରାକୁ ଗ୍ରହଣ କରିବା ଏବଂ ସୃଜନଶୀଳତାକୁ ସମୃଦ୍ଧ କରିବା ଉପରେ ବିଶ୍ୱାସ ରହିଛି। ନିଜ ସ୍ୱପ୍ନ ପ୍ରକାଶ କରିବା ଲାଗି ଏକ ମଂଚ ପ୍ରଦାନ କରି ଆମେ ଭବିଷ୍ୟତର ନବସୃଜନକାରୀ ଓ ଡିଲରଙ୍କଠାରେ ନିବେଶ କରୁଛୁ। ସ୍ପ୍ଲାସ୍ ଜରିଆରେ ଆମେ ପିଲାମାନଙ୍କୁ ଏଭଳି ଏକ ଦୁନିଆର କଳ୍ପନା କରିବାକୁ ଉତ୍ସାହିତ କରିବାକୁ ଚାହଛଉ ଯେଉଁଠାରେ ଆଶା, ସାହସ ଓ ଅସୀମ ସମ୍ଭାବନା ରହିଥିବ। ଏହି ଅଭିଯାନ ସାମଗ୍ରିକ ବିକାଶ ପ୍ରତି ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଯେଉଁଠାରେ ବିଶ୍ୱାସ ଗଠନ ଓ ନବସୃଜନକୁ ଅନୁପ୍ରାଣିତ କରିବାରେ କଳା ଓ ସୃଜନଶୀଳତା ପ୍ରମୁଖ ଭୂମିକା ନିର୍ବାହ କରିବ।”
ଚଳିତ ବର୍ଷର ବିଷୟବସ୍ତୁ ଅନୁସାରେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ପିଲାମାନଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଟୁଲ୍ “ଏଆଇ ଡ୍ରିମ୍ ଜେନେରେଟର” ଉନ୍ମୋଚନ କରାଯାଇଛି। ସେମାନେ ନିଜ ଭାବନାକୁ ଏଥିରେ ପ୍ରକାଶ କି ତାହାକୁ କଳା, କଳାକୃତି କିମ୍ବା ସାହିତ୍ୟ ମାଧ୍ୟମରେ ପରିକଳ୍ପନା କରିପାରିବେ।
ଏହି ପ୍ରତିଯୋଗିତାର ୬ ବିଜେତା ଓ ୬ ଉପ ବିଜେତାଙ୍କୁ ଯଥାକ୍ରମେ ୧ ଲକ୍ଷ ଟଙ୍କା ଓ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଦୁବାଇର ତକ୍ସିଲରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କଳା ଓ କଳାକୃତି କର୍ମଶାଳାରେ ଯୋଗ ଦେବା ପାଇଁ ସେମାନଙ୍କୁ ସୁଯୋଗ ପ୍ରଦାନ କରାଯିବ। ବିଜୟୀ କଳାକୃତିଗୁଡ଼ିକୁ ବେଙ୍ଗାଲୁରୁର ମ୍ୟୁଜିୟମ୍ ଅଫ୍ ଆର୍ଟ ଆଣ୍ଡ୍ ଫଟୋଗ୍ରାଫି (ଏମ୍ଏପି)ରେ ପ୍ରଦର୍ଶିତ କରାଯିବ। ଏହା ବ୍ୟତୀତ ପ୍ରତିଯୋଗିତାର ୫୦୦ ଶ୍ରେଷ୍ଠ ଯୋଗ୍ୟ ପ୍ରାର୍ଥୀଙ୍କୁ ଆକର୍ଷଣୀୟ ଉପହାର ଏବଂ ଆଇକ୍ସିଗୋ ଓ ଆମେରିକାନ ଟୁରିଷ୍ଟର୍ ଭଳି ବ୍ରାଣ୍ଡ୍ ସହଯୋଗୀଙ୍କ ଭାଉଚର ପ୍ରଦାନ କରାଯିବ।
ସ୍ପ୍ଲାସ୍ର ପୂର୍ବ ସଂସ୍କରଣର ଦେଶର ୩୩୦୦ରୁ ଅଧିକ ସ୍କୁଲ୍ରୁ ଆକ୍ସିସ୍ ବ୍ୟାଙ୍କ ୯ ଲକ୍ଷ ଆବେଦନ ହାସଲ କରିଥିଲା।

