Business

ବନବ୍ଲକ ଟେକ୍ନୋଲୋଜିସ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଚେନ୍ନାଇର ବନବ୍ଲକ ଟେକ୍ନୋଲୋଜିସ ଲିମିଟେଡ୍ ହେଉଛି ଏକ ଏଆଇ ଆଧାରିତ ଏଣ୍ଟରପ୍ରାଇଜ୍ ଟେକ୍ନୋଲୋଜି କମ୍ପାନି ଯାହା ଏଆଇ ଚାଳିତ ସାସ ସମାଧାନ ଓ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଉତ୍ପାଦ ନିର୍ମାଣ କରୁଛି। କମ୍ପାନି ପକ୍ଷରୁ ପୁଞ୍ଜି ବଜାର ନିୟାମକ ସଂସ୍ଥା ସେବି ନିକଟରେ ଇନିସିଆଲ୍ ପବ୍ଲିକ ଆଫରିଂ (ଆଇପିଓ) ପାଇଁ ଡ୍ରାଫ୍ଟ ରେଡ୍ ହେରିଙ୍ଗ୍ ପ୍ରୋସ୍ପେକ୍ଟସ୍ ଦାଖଲ କରିଛି।
୨୦୨୦ରେ ସ୍ଥାପିତ ବନବ୍ଲକ ଟେକ୍ନୋଲୋଜିସ ହେଉଛି ଏକ ଏଆଇ ଆଧାରିତ ଏଣ୍ଟରପ୍ରାଇଜ୍ ଟେକ୍ନୋଲୋଜି ସେବା ଏବଂ ସଫ୍ଟୱେର୍ ସମାଧାନ ପ୍ରଦାନକାରୀ କମ୍ପାନି ଯାହାର ଗ୍ଲୋବାଲ୍ ବିତରଣ କ୍ଷମତା ରହିଛି ଏବଂ ଏହା ମୁଖ୍ୟତଃ ଶିଳ୍ପ ସ୍ୱତନ୍ତ୍ର ଏଆଇ ସଫ୍ଟୱେର୍ ଆଜ୍‌-ଏ-ସର୍ଭିସ ସମାଧାନ, ଡିଜିଟାଲ୍ ରୂପାନ୍ତରଣ ଓ ଆଧୁନିକୀକରଣ ସେବା ଏବଂ ଇଣ୍ଟେଲିଜେଣ୍ଟ ଡାଟା ସମାଧାନ ପ୍ରଦାନ କରୁଛି। କମ୍ପାନି ପ୍ଲାଟଫର୍ମଗୁଡିକ ଏଆଇ, ମେସିନ୍ ଲର୍ନିଂ, ବ୍ଲକଚେନ୍ ଏବଂ ଆଇଓଟିକୁ ଏକୀକୃତ ଢାଞ୍ଚାରେ ସଂଯୋଗ କରିଥାଏ। ଏହି ସଂଯୋଗ ଜଟିଳ ଏବଂ ନିୟମିତ ପରିବେଶରେ ବାସ୍ତବ ସମୟ ନିଷ୍ପତି ନେବା, ପୂର୍ବାନୁମାନକାରୀ ବିଶ୍ଲେଷଣ, ଏବଂ ସ୍ୱୟଂଚାଳିତ ପ୍ରତିକ୍ରିୟାକୁ ସକ୍ଷମ କରିଛି।
ଡିଆରଏଚପି ଅନୁଯାୟୀ ପ୍ରସ୍ତାବିତ ଆଇପିଓରେ ୨୩୦ କୋଟି ଟଙ୍କା ପର୍ଯ୍ୟନ୍ତର ଏକ ନୂତନ ଇକ୍ୱିଟି ଶେୟାର ଜାରି କରାଯିବାଏବଂ ଅଫର ଫର ସେଲରେ କମ୍ପାନିର ଅଂଶଧନକାରୀମାନେ ୩ କୋଟି ଇକ୍ୱିଟି ଶେୟାର ବିକ୍ରି କରିବେ। କମ୍ପାନିର ପ୍ରତିଷ୍ଠାତାମାନେ ହେଉଛନ୍ତି ଦୁରାଇ ଅପ୍ପାଦୁରାଇ, ସୌରିରାଜନ୍ ଏବଂ ବନବ୍ଲକ।
କମ୍ପାନୀ ବିଏମଆରଏଲ ସହ ପରାମର୍ଶ କ୍ରମେ ଆରଓସି ପାଖରେ ରେଡ୍ ହେରିଙ୍ଗ୍ ପ୍ରୋସ୍ପେକ୍ଟସ୍ ଦାଖଲ କରିବା ପୂର୍ବରୁ ଇକ୍ୱିଟି ଶେୟାରର ଏକ ପ୍ରାକ ଆଇପିଓ ଜାରି କରାଯିବ।
୨୦୨୩ ଆର୍ôଥକ ବର୍ଷରୁ ୨୦୨୫ ଆର୍ôଥକ ବର୍ଷ ପର୍ଯ୍ୟନ୍ତ କମ୍ପାନିର ପରିଚାଳନା ରାଜସ୍ୱର ୧୨୮.୪୨% ହାରରେ ବଢ଼ିଥିଲା। ପିଏଟି ମାର୍ଜିନ ୩୨.୩୧%, ଇବିଟଡା ମାର୍ଜିନ ୪୩.୫୯% ଏବଂ ଆରଓଇ ୬୮.୬୭% ରହିଥିଲା।
ପାଣ୍ଟୋମ୍ୟାଥ୍ କ୍ୟାପିଟାଲ୍ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍ ଏହି ଅଫର୍ ପାଇଁ ଏକମାତ୍ର ବୁକ୍ ରନିଂ ଲିଡ୍ ମ୍ୟାନେଜର।

Share

Leave a Reply

Your email address will not be published. Required fields are marked *

two × 5 =