Business

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ବିଶ୍ୱ ସ୍ତରରେ ଏହାର କ୍ଷୁଧାମୁକ୍ତ ବିଶ୍ୱ ପଦକ୍ଷେପକୁ ବୃଦ୍ଧି କରୁଛି

ଭୁବନେଶ୍ୱର : ବିଶ୍ୱର ୫ମ ବୃହତ୍ତମ ଅଳଙ୍କାର ଖୁଚୁରା ବିକ୍ରେତା ଏବଂ ଭାରତର ଅଗ୍ରଣୀ କର୍ପୋରେଟ୍ ସାମାଜିକ ଦାୟିତ୍ୱ ଗ୍ରହଣ କରୁଥିବା କମ୍ପାନୀ, ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌, ଇଥିଓପିଆକୁ ଏହାର ପ୍ରମୁଖ ହଙ୍ଗର ଫ୍ରି ୱାର୍ଲ୍ଡ ପଦକ୍ଷେପର ବିସ୍ତାର ଘୋଷଣା କରିଛି। ଭାରତ ଏବଂ ଜାମ୍ବିଆରେ ଏହାର ପରିବର୍ତ୍ତନମୂଳକ ସଫଳତା ପରେ, ଏହି ପଦକ୍ଷେପ ଏବେ ଆଫ୍ରିକୀୟ ମହାଦେଶରେ ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରୁଛି।
ଭାରତର ସାମୂହିକ ପ୍ରଗତିରେ ମୂଳ, ହଙ୍ଗର ଫ୍ରି ୱାର୍ଲ୍ଡ ମଡେଲ୍ ପ୍ରତିନିଧିତ୍ୱ କରେ ଯେ ଭାରତୀୟ ଉଦ୍ୟୋଗ ସ୍ଥାନୀୟ ସଫଳତାରୁ ବିଶ୍ୱ ପ୍ରଭାବ କିପରି ନିର୍ମାଣ କରିପାରିବ। ନିରନ୍ତର ଭାବରେ ଏହାର ନିଟ୍ ଲାଭର ୫% – ଭାରତରେ ବାଧ୍ୟତାମୂଳକ ସିଏସଆର୍ ଆବଣ୍ଟନର ଦୁଇଗୁଣରୁ ଅଧିକ – ନିବେଶ କରି ମାଲାବାର କର୍ପୋରେଟ୍ ସାମାଜିକ ଦାୟିତ୍ୱର ସ୍କେଲ ଏବଂ ଆନ୍ତରିକତାକୁ ପୁନଃପରିଭାଷିତ କରି ଚାଲିଛି, ଏହାର ପ୍ରମାଣିତ ଭାରତ-ଆଧାରିତ ଢାଞ୍ଚାକୁ କ୍ଷୁଧା ଏବଂ ଶିକ୍ଷାଗତ ଅସମାନତା ବିରୁଦ୍ଧରେ ଏକ ବିଶ୍ୱ ଆନ୍ଦୋଳନରେ ରୂପେ ପ୍ରତିଫଳିତ କରୁଛି।
ଦୁବାଇ ଗୋଲ୍ଡ ସୌକର ମାଲାବାର ଇଣ୍ଟରନ୍ୟାସନାଲ ହବ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାଲାବାର ଗ୍ରୁପ୍‌ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅବଦୁଲ ସଲାମ କେ.ପି. ଆନୁଷ୍ଠାନିକ ଭାବରେ ଦୁବାଇର ଇଥିଓପିଆ କନସୁଲ ଜେନେରାଲ ମହାମହିମ ଅସମେଲାଶ ବେକେଲେଙ୍କୁ ହଙ୍ଗର ଫ୍ରି ୱାର୍ଲ୍ଡ କାର୍ଯ୍ୟକ୍ରମର ଆଗ୍ରହ ପତ୍ର ପ୍ରଦାନ କରିଥିଲେ। ଏହି ଉତ୍ସବରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ପରିଚାଳନା ଦଳର ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ। ହଙ୍ଗର ଫ୍ରି ୱାର୍ଲ୍ଡ କାର୍ଯ୍ୟକ୍ରମ ହେଉଛି ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌ର ସବୁଠାରୁ ପ୍ରଭାବଶାଳୀ ଇଏସଜି (ପରିବେଶ, ସାମାଜିକ ଏବଂ ଶାସନ) ପଦକ୍ଷେପ ମଧ୍ୟରୁ ଗୋଟିଏ। ବର୍ତ୍ତମାନ, ଏହି କାର୍ଯ୍ୟକ୍ରମ ବିଶ୍ୱର ୧୧୯ ଟି ସ୍ଥାନରେ ପ୍ରତିଦିନ ୧,୧୫,୦୦୦ରୁ ଅଧିକଙ୍କୁ ଖାଦ୍ୟ ଯୋଗାଇଦିଆଯାଉଛି। ଜାମ୍ବିଆରେ ଏହି କାର୍ଯ୍ୟକ୍ରମର ସଫଳତା ପରେ ଜାମ୍ବିଆରେ ଯେଉଁଥିରେ ମେ ୨୦୨୪ ପରଠାରୁ ତିନୋଟି ସ୍କୁଲରେ ୯୦୦,୦୦୦ ରୁ ଅଧିକ ଖାଦ୍ୟ ପରିବେଷଣ କରାଯାଇଛି।
“କ୍ଷୁଧାମୁକ୍ତ ବିଶ୍ୱ, ମାଲାବାର ଗ୍ରୁପ୍ ଦ୍ୱାରା ପରିଚାଳିତ ସବୁଠାରୁ ଅର୍ଥପୂର୍ଣ୍ଣ ଇଏସଜି ପଦକ୍ଷେପ ମଧ୍ୟରୁ ଗୋଟିଏ। ଜଣେ ଦାୟିତ୍ୱବାନ ଜୁଏଲର୍ ଭାବରେ, ଆମେ ସେବା କରୁଥିବା ସମ୍ପ୍ରଦାୟଗୁଡ଼ିକ ପ୍ରତି ଆମର ପ୍ରତିବଦ୍ଧତା ବ୍ୟବସାୟଠାରୁ ଅଧିକ। ଏହି କାର୍ଯ୍ୟକ୍ରମ ଦ୍ୱାରା ଲକ୍ଷ ଲକ୍ଷ ଜୀବନ ସକାରାତ୍ମକ ଭାବରେ ପ୍ରଭାବିତ ହୋଇଛି, ଯାହା ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶର ଆମର ଦୃଷ୍ଟିକୋଣର ପ୍ରମାଣ। ଇଥିଓପିଆ ସରକାରଙ୍କ ସହିତ ସହଭାଗୀ ହୋଇ, ଆମେ ଆଗାମୀ ଦୁଇ ବର୍ଷ ମଧ୍ୟରେ ୮୬୪,୦୦୦ ଆମେରିକୀୟ ଡଲାରରୁ ଅଧିକ ନିବେଶ କରିବୁ, ୨୦୨୬ ଶେଷ ସୁଦ୍ଧା ୧୦,୦୦୦ ପିଲାଙ୍କୁ ଦୈନିକ ଖାଦ୍ୟ ଯୋଗାଇବା ସହିତ ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଭିତ୍ତିଭୂମି ବିକାଶ ଲକ୍ଷ୍ୟ ରଖିବୁ”, ବୋଲି ମାଲାବାର ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଏମ୍‌.ପି. ଅହମ୍ମଦ ମତ ଦେଇଛନ୍ତି।
“ଆମର ପ୍ରତିଷ୍ଠା ଦିନଠାରୁ ସମ୍ପ୍ରଦାୟ ଉନ୍ନତି ଆମ କମ୍ପାନୀର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଛି। ହଙ୍ଗର ଫ୍ରି ୱାର୍ଲ୍ଡ ପଦକ୍ଷେପ ମାଧ୍ୟମରେ, ଆମେ ଦେଖିଛୁ ଯେ ଦୈନନ୍ଦିନ ପୁଷ୍ଟିସାର ଉପଲବ୍ଧତା କେବଳ ବ୍ୟକ୍ତିଗତ ଜୀବନ ନୁହେଁ ବରଂ ସମଗ୍ର ସମ୍ପ୍ରଦାୟକୁ କିପରି ପରିବର୍ତ୍ତନ କରିପାରିବ। ଏହି କାର୍ଯ୍ୟକ୍ରମକୁ ଇଥିଓପିଆକୁ ବିସ୍ତାର କରିବା ହେଉଛି ବିଶ୍ୱ ସ୍ତରରେ କ୍ଷୁଧା ଦୂର କରିବା ଏବଂ ଶିକ୍ଷା ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ମିଶନ ଦିଗରେ ଆଉ ଏକ ପଦକ୍ଷେପ। ଆମେ ଶିଶୁ ଏବଂ ପରିବାରଙ୍କ ଜୀବନରେ ଏକ ମାପଯୋଗ୍ୟ, ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧ, ଯେଉଁମାନଙ୍କୁ ଏହାର ସବୁଠାରୁ ଅଧିକ ଆବଶ୍ୟକତା ଅଛି”, ବୋଲି ମାଲାବାର ଗ୍ରୁପର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅବଦୁଲ ସଲାମ କେ.ପି ମନ୍ତବ୍ୟ ଦେଇଛନ୍ତି।
ହଙ୍ଗର ଫ୍ରି ୱାର୍ଲ୍ଡ କାର୍ଯ୍ୟକ୍ରମର ବିସ୍ତାର ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି), ବିଶେଷକରି ଶୂନ୍ୟ କ୍ଷୁଧା, ଗୁଣାତ୍ମକ ଶିକ୍ଷା, ଲିଙ୍ଗ ସମାନତା ଏବଂ ଲକ୍ଷ୍ୟ ପାଇଁ ସହଭାଗୀତା ସହିତ ସମାନ। ଇଥିଓପିଆରେ ଏହି ପ୍ରକଳ୍ପ ଏକ ସମ୍ପ୍ରଦାୟ-କେନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିବ, ପିତାମାତା, ଶିକ୍ଷକ ଏବଂ ସ୍ଥାନୀୟଙ୍କୁ ସାମିଲ କରିବା ସହ ନିଯୁକ୍ତି ସୃଷ୍ଟି କରିବ ଓ ସ୍ଥାନୀୟ ମାଲିକାନା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ସ୍କୁଲ, ଯୋଗାଣକାରୀ ଏବଂ ଅଂଶୀଦାରମାନଙ୍କ ସହିତ ସହଭାଗୀ ହେବ।
“ଇଥିଓପିଆକୁ ହଙ୍ଗର ଫ୍ରି ୱାର୍ଲ୍ଡ ପଦକ୍ଷେପର ବିସ୍ତାର ଆମର ଦୃଢ଼ ବିଶ୍ୱାସ ଦ୍ୱାରା ପରିଚାଳିତ ଯେ ପୁଷ୍ଟିକର ଖାଦ୍ୟ ଏବଂ ଗୁଣାତ୍ମକ ଶିକ୍ଷା ସମସ୍ତ ପିଲାଙ୍କ ପାଇଁ ସାମାଜିକ-ଆର୍ôଥକ ପୃଷ୍ଠଭୂମି ନିର୍ବିଶେଷରେ ଏକ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ ଗଠନ କରେ। କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ, ଆମେ ଓରୋମିଆ ଅଞ୍ଚଳରେ ଅବସ୍ଥିତ ଆଡମା ସିଟିରେ ୫ଟି ସ୍କୁଲ ସହିତ କାମ କରିବୁ, ଯେଉଁଠାରେ ପ୍ରାୟ ୧୧,୦୦୦ ପିଲା ଅଛନ୍ତି। ସ୍କୁଲ ଫିଡିଂ କାର୍ଯ୍ୟକ୍ରମ ବ୍ୟତୀତ, ଇଥିଓପିଆରେ ଆମର ପଦକ୍ଷେପଗୁଡ଼ିକରେ ଛାତ୍ରବୃତ୍ତି, ପରାମର୍ଶ କାର୍ଯ୍ୟକ୍ରମ, ଡିଜିଟାଲ୍ ସାକ୍ଷରତା, ପାଠାଗାର ବିକାଶ ଏବଂ ଆହୁରି ଅନେକ କିଛି ଅନ୍ତର୍ଭୁକ୍ତ ରହିବ। ଇଥିଓପିଆ ସରକାରଙ୍କ ଅମୂଲ୍ୟ ସମର୍ଥନ ସହିତ, ଏହି ମିଶନ ସାମଗ୍ରିକ ବିକାଶ ଏବଂ ସ୍ଥାୟୀ ପ୍ରଭାବ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ”, ବୋଲି ଶ୍ରୀଯୁକ୍ତ ଶାମଲାଲ ଅହମ୍ମଦ, ଏମଡି-ଇଣ୍ଟରନ୍ୟାସନାଲ୍ ଅପରେସନ୍ସ, ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ମତ ଦେଇଛନ୍ତି।
୧୯୯୩ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ଇଏସଜି (ପରିବେଶିକ, ସାମାଜିକ ଏବଂ ଶାସନ) ପଦକ୍ଷେପଗୁଡ଼ିକ ମାଲାବାର ଗ୍ରୁପ୍‌ର ପ୍ରାଥମିକ ପ୍ରତିବଦ୍ଧତା ହୋଇଛି। କମ୍ପାନୀ ପ୍ରତ୍ୟେକ ଦେଶରେ ଏହି ପ୍ରତିବଦ୍ଧତା ପ୍ରଦର୍ଶନ କରେ ଯେଉଁଠାରେ ଏହା କାର୍ଯ୍ୟ କରେ। ମୁଖ୍ୟ ଧ୍ୟାନ ସ୍ୱାସ୍ଥ୍ୟ, କ୍ଷୁଧାମୁକ୍ତ ବିଶ୍ୱ, ଗୃହ, ଶିକ୍ଷା, ମହିଳା ସଶକ୍ତିକରଣ ଏବଂ ପରିବେଶ କ୍ଷେତ୍ରରେ ରହିଛି। ମାଲାବାର ଗ୍ରୁପ୍‌ର ଋଝଏ ଲକ୍ଷ୍ୟଗୁଡ଼ିକୁ ସମୟ ସମୟରେ ଏକ ସାମାଜିକ ସଚେତନ ଏବଂ ଦାୟିତ୍ୱପୂର୍ଣ୍ଣ ସଂଗଠନ ଭାବରେ ରହିବା ପାଇଁ ସୁଦୃଢ଼ କରାଯାଏ।

Share

Leave a Reply

Your email address will not be published. Required fields are marked *

3 × three =