ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ହେଲ୍ଥ ଆଲଫା କାହିଁକି ଚୟନ କରିବେ ତାହାର ୫ଟି ମୁଖ୍ୟ କାରଣ
ଭୁବନେଶ୍ବର: ଡାକ୍ତରଖାନା ଖର୍ଚ୍ଚ ବଢୁଥିବା ବେଳେ ଓ ବୟସ ସହିତ ସ୍ୱାସ୍ଥ୍ୟ ଆବଶ୍ୟକତା ବଦଳୁଥିବାରୁ ଗ୍ରାହକମାନେ ଏବେ ଏକାଧିକ ସ୍ୱାସ୍ଥାବ୍ୟସ୍ଥା ପାଇଁ ପ୍ରସ୍ତୁତ ପୁରୁଣା ଧରଣର ସ୍ୱାସ୍ଥ୍ୟ ବୀମା ପଲିସିଠାରୁ ଆଗକୁ ବଢୁଛନ୍ତି। ସେମାନେ ଚାହୁଁଛନ୍ତି ଦୀର୍ଘମିଆଦି ମୂଲ୍ୟ, ଗଭୀର ସୁରକ୍ଷା ଓ ହଠାତ୍ ପରିବର୍ତନ ସହିତ ଖାପଖୁଆଇ ଚାଲିପାରୁଥିବା ନମନୀୟ ଯୋଜନା। ଏହି କାରଣରୁ ଏସବିଆଇ ଜେନେରାଲର ହେଲ୍ଥ ଆଲଫା ଭଳି ଆଗଧାଡ଼ିର ସ୍ୱାସ୍ଥ୍ୟ ପଲିସି ବହୁତ ଲୋକପ୍ରିୟ ହେଉଛି ଯାହା ଅଧିକ ସୁବିଧା, ବିଭିନ୍ନ ଆଡ-ଅନ୍ ଓ ଇଚ୍ଛା ଅନୁସାରେ ବୀମା ରାଶି ଚୟନ କରିବାର ସୁବିଧା ଦେଉଛି।
ଏସବିଆଇ ଜେନେରାଲ ହେଲ୍ଥ ଆଲଫା ବାଛିବାର ୫ଟି ମୁଖ୍ୟ କାରଣ:
୧. ନିଜେ ତିଆରି କରନ୍ତୁ ନିଜର ସ୍ୱାସ୍ଥ୍ୟ ଯୋଜନା: ସମ୍ପୂର୍ଣ୍ଣ କଷ୍ଟମାଇଜେବଲ୍
ହେଲ୍ଥ ଆଲଫା ପୁରୁଣା ଧରଣର ପଲିସିଠାରୁ ବହୁତ ଆଗକୁ ବଢ଼ିଛି। ଏହା ଏକ ସମ୍ପୂର୍ଣ୍ଣ କଷ୍ଟମାଇଜେବଲ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଯେଉଁଥିରେ ୫୦ରୁ ଅଧିକ କଭରେଜ ବିକଳ୍ପ ରହିଛି। “ଆପଣଙ୍କ ସ୍ୱାସ୍ଥ୍ୟ। ଆପଣଙ୍କ ସୁରକ୍ଷା। ଆପଣଙ୍କ ଇଚ୍ଛାନୁସାରେ”। ଏହି ମନ୍ତ୍ରକୁ ଆଧାର କରି ଗ୍ରାହକମାନେ ନିଜର ଜୀବନଶୈଳୀ ଓ ସ୍ୱାସ୍ଥ୍ୟ ଆବଶ୍ୟକତା ଅନୁଯାୟୀ ପଲିସି ତିଆରି କରିପାରନ୍ତି।
୨. ଅତ୍ୟଧିକ ବୀମା ରାଶି – ଅସୀମିତ ପର୍ଯ୍ୟନ୍ତ
ଚିକିତ୍ସା ଖର୍ଚ୍ଚ ବଢୁଥିବାରୁ ବଡ଼ ବଡ଼ ବିଲ୍ ଆସୁଛି। ହେଲ୍ଥ ଆଲଫାରେ ୫ ଲକ୍ଷ ଟଙ୍କାରୁ ଆରମ୍ଭ କରି ଅସୀମିତ ବୀମା ରାଶି ଚୟନ କରିପାରିବେ। ତା ସହିତ “ଏଣ୍ଡଲେସ୍ ସମ ଇନସ୍ୟୁର୍ଡ” ବେନିଫିଟ୍ ମଧ୍ୟ ରହିଛି ଯାହା ଗୋଟିଏ ବଡ଼ ହସ୍ପିଟାଲର ଭର୍ତି ଖର୍ଚ୍ଚ ମୂଳ ବୀମା ରାଶିଠାରୁ ଅଧିକ ହେଲେ ମଧ୍ୟ ବୀମା ସୁରକ୍ଷା ଦେବ।
୩. ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତଗୁଡ଼ିକ ପାଇଁ ମଜବୁତ୍ ନିରନ୍ତର ଲାଭ
“ପ୍ଲାନ୍ ଆହେଡ୍” ବିକଳ୍ପ ସୁରକ୍ଷା ମାଧ୍ୟମରେ ବିବାହ ଓ ନୂଆ ଶିଶୁ ଜନ୍ମ ପରେ ନୂଆ ସଦସ୍ୟଙ୍କୁ ସହଜରେ ଯୋଡ଼ିପାରିବେ ଏବଂ ୱେଟିଂ ପିରିଅଡ ମଧ୍ୟ ଜାରି ରହିବ। ଦମ୍ପତିଙ୍କ ବୟସ ୩୫ ବର୍ଷ ପର୍ଯ୍ୟନ୍ତ ଓ ସର୍ବାଧିକ ୨ଟି ସନ୍ତାନ; ବିବାହ/ଜନ୍ମର ୧୨୦ ଦିନ ଭିତରେ ଯୋଡ଼ିପାରିବେ।
୪. ଦେଶରେ ପ୍ରଥମ–ଜିମ୍ ଓ କ୍ରୀଡ଼ା ଆଘାତ ବୀମା ସୁରକ୍ଷା
ଫିଟନେସ୍ ପ୍ରତି ଭାରତୀୟଙ୍କ ଆଗ୍ରହ ବଢୁଥିବାରୁ ହେଲ୍ଥ ଆଲଫାରେ ଏକ ଅଭିନବ ଆଡ-ଅନ୍ ରହିଛି। ହବି ସ୍ପୋର୍ଟସ୍ ବା ନିତିଦିନିଆ ଜିମ୍/ ବ୍ୟାୟାମ ସମୟରେ ହୋଇଥିବା ଆଘାତ ପାଇଁ ଓପିଡି ସୁବିଧା (ଡାକ୍ତର ପରାମର୍ଶ, ଡାଇଗନୋଷ୍ଟିକ୍ ଟେଷ୍ଟ, ଔଷଧ, ଫିଜିଓଥେରାପି) ସୁରକ୍ଷା ଦେବ।
୫. ଦାବି ନଥିଲେ ୧୦ ଗୁଣ ପର୍ଯ୍ୟନ୍ତ କ୍ରମବର୍ଦ୍ଧିଷ୍ଣୁ ବୋନସ୍
ଦେଶର ସର୍ବୋତମ ବୋନସ୍ ଢ଼ାଂଚା ମଧ୍ୟରୁ ଗୋଟିଏ । ପ୍ରତି ଦାବିବିହୀନ ବର୍ଷରେ ମୂଳ ବୀମା ରାଶିର ୧୦୦% ହାରରେ ବୋନସ୍ ବଢ଼ି ସର୍ବାଧିକ ୧୦ ଗୁଣ ପର୍ଯ୍ୟନ୍ତ ପହଂଚିପାରେ। ଏହା ଦୀର୍ଘମିଆଦି ସୁରକ୍ଷାକୁ ବହୁତ ମଜବୁତ୍ କରିଥାଏ।
ଆଜିର ବଦଳୁଥିବା ସ୍ୱାସ୍ଥ୍ୟ ଆବଶ୍ୟକତା ଓ ବଢୁଥିବା ଚିକିତ୍ସା ଖର୍ଚ୍ଚ ମଧ୍ୟରେ ଏସବିଆଇ ଜେନେରାଲ ହେଲ୍ଥ ଆଲଫା ଏକ ଅତ୍ୟାଧୁନିକ, ନମନୀୟ ଓ ଭବିଷ୍ୟତ-ପ୍ରସ୍ତୁତ ସ୍ୱାସ୍ଥ୍ୟ ବୀମା ଯୋଜନା ଯାହା ଗ୍ରାହକଙ୍କ ବଦଳୁଥିବା ଜୀବନ ସହିତ ଖାପଖୁଆଇ ଚାଲିବ ଏବଂ ଦୀର୍ଘମଆଦିି ମାନସିକ ଶାନ୍ତି ପ୍ରଦାନ କରିବ।

