Business

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍ ଦ୍ୱାରା ୪୦୦୦୦ ନୂତନ ଟ୍ରାନ୍ସଫର୍ମର ସ୍ଥାପନ

ଭୁବନେଶ୍ୱର: ଗତ ପାଂଚ ବର୍ଷ ଧରି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ରାଜ୍ୟର ବିଦ୍ୟୁତ୍ ବଂଟନ କ୍ଷେତ୍ରରେ ଉଲ୍ଲେଖନୀୟ ରୂପାନ୍ତରଣ କରାଯାଇ ଶକ୍ତି ଭରସାଯୋଗ୍ୟତା, ସମସ୍ତଙ୍କ ପାଖରେ ବିଦ୍ୟୁତ୍ ପହଂଚାଇବା ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିର୍ତିଭୂମି ପାଇଁ ଦୃଢ଼ ମୂଳଦୁଆ ସ୍ଥାପନ କରାଯାଇଛି। ଏହି କ୍ରମରେ ଚାରିଟି ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ପ୍ରାୟ ୪୦୦୦୦ରୁ ଅଧିକ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି।

ଏହି ବ୍ୟାପକ ଧରଣର କ୍ଷମତା ବୃଦ୍ଧି ଭୋଲଟେଜ୍‌ରେ ସ୍ଥିରତା ଆଣିବା, ବୈଷୟିକ କ୍ଷତିରେ ହ୍ରାସ ଏବଂ ଉଭୟ ଗ୍ରାମୀଣ ଓ ସହରାଂଚଳରେ ବିଦ୍ୟୁତ୍ ଯୋଗାଣର ଗୁଣାତ୍ମକ ମାନରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ପିକ୍ ସମୟରେ ଉନ୍ନତ ଲୋଡ୍ ପରିଚାଳନା, ସ୍ଥାନୀୟ ଓଭରଲୋଡିଂକୁ ରୋକିବା ଏବଂ ନୂତନ ଭାବେ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଉଥିବା ଏବଂ ଉଚ୍ଚ ଅଭିବୃଦ୍ଧି ଅଂଚଳରେ ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିଛି। ଉନ୍ନତ ନେଟ୍‌ୱର୍କ ଦକ୍ଷତା ଏବେ କୃଷି, ଏମ୍‌ଏସ୍‌ଏମ୍‌ଇ ଓ ଘରୋଇ ଗ୍ରାହକଙ୍କ କ୍ଷେତ୍ରରେ ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବାରେ ଉତ୍ତମ ସ୍ଥିତିରେ ରହିଛି ଏବଂ ଭବିଷ୍ୟତରେ ଅକ୍ଷୟ ଶକ୍ତି ଓ ଇଲେକ୍ଟ୍ରିକ୍ ଯାନ ଭିର୍ତିଭୂମିର ସମନ୍ୱୟ ପାଇଁ ତାହା ମୁଳଦୁଆ ସ୍ଥାପନ କରିଛି।

ଭିର୍ତିଭୂମି ସମ୍ପ୍ରସାରଣ ସହିତ ଏହି ଡିସ୍‌କମ୍‌ଗୁଡ଼ିକ ପରିଚାଳନା ପ୍ରଦର୍ଶନରେ ଉଲ୍ଲେଖନୀୟ ଲାଭ ପ୍ରଦାନ କରିଛନ୍ତି। ଏଟିଆଣ୍ଡ୍‌ସି କ୍ଷତି ହାରାହାରି ୧୧ ପ୍ରତିଶତ ହ୍ରାସ ଘଟିଛି ଏବଂ ୧୦ ଲକ୍ଷରୁ ଅଧିକ ନୂଆ ସଂଯୋଗ ପ୍ରଦାନ କରାଯାଇଛି ଯାହା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଉପଲବ୍ଧ କରିବାରେ ସହାୟକ ହୋଇଛି।

ଏହି ବ୍ୟାପକ ଦକ୍ଷତା ଉନ୍ନତି ସହିତ ଡିଜିଟାଇଜେସନ, ସୁଦୃଢ଼ ରକ୍ଷଣାବେକ୍ଷଣ ଏବଂ ଗ୍ରାହକ ପ୍ରଥମ ଆଭିମୁଖ୍ୟ ଓଡ଼ିଶାକୁ ଏକ ଅଗ୍ରଣୀ ବିଦ୍ୟୁତ ବଂଟନ ସଂସ୍କାରର ଉଦାହରଣରେ ପରିଣତ କରିଛି। ବିଦ୍ୟୁତ ବଂଟନ ୟୁଟିଲିଟିର ୧୩ତମ ସମନ୍ୱିତ ରେଟିଂ (୨୦୨୩-୨୪ ଆର୍ଥିକ ବର୍ଷ)ରେ ତିନିଟି ଓଡ଼ିଶା ଡିସକମ୍‌କୁ ଏ+ ରେଟିଂ ସିହିତ ଏହି ପ୍ରଗତି ଜାତୀୟ ମାନ୍ୟତା ହାସଲ କରିଛି।

ଏକ ସ୍ଥାୟୀ, ପ୍ରତିକ୍ରିୟାଶୀଳ ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ବିଦ୍ୟୁତ ବଂଟନ ନେଟ୍‌ୱର୍କ ଗଠନ କରିବା ଲାଗି ଏହି ଡିସ୍‌କମ୍‌ଗୁଡ଼ିକ ପ୍ରତିବଦ୍ଧ ରହିଛନ୍ତି ଯାହା ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ସହିତ ଶକ୍ତି ସୁରକ୍ଷା ପାଇଁ ରାଜ୍ୟର ଅଭିଳାଷକୁ ସମର୍ଥନ କରୁଛି।

ଟାଟା ପାୱାର ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ଯୌଥ ଉଦ୍ୟୋଗ ଜରିଆରେ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌), ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌), ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍‌ୁ୍ୟଓଡିଏଲ୍‌) ଓ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ଭଳି ଚାରିଟି ଡିସ୍‌କମ୍ ପରିଚାଳନା କରୁଛି। ସାମଗ୍ରିକ ଭାବେ ଏହି ଡିସ୍‌କମ୍‌ଗୁଡ଼ିକ ଉଭୟ ସହରାଂଚଳ ଓ ଗ୍ରାମାଚଂଳରେ ପାଖାପାଖି ୪.୬ କୋଟି ଲୋକଙ୍କୁ ସେବା ପ୍ରଦାନ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

4 × four =