Uncategorized

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସମ୍ୱଲପୁର ସହରରେ ସଫଳତାର ସହିତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଅଛି

ବୁର୍ଲା, 20.05.2024: ସମାଜ ପ୍ରତି ପ୍ରତିବଦ୍ଧତାର ଏକ ଅଂଶ ଭାବରେ ଟିପିଡବ୍ଲୁଓଡିଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସ୍ଆର୍) ପକ୍ଷରୁ ମାଡୱାରୀ ଯୁବ ମଞ୍ଚ, ସମ୍ୱଲପୁରର ସହଯୋଗିତାରେ ଗତ ତା. 18.05.2024 ରିଖ ଦିନ ଭୂତାପଡ଼ା ସ୍ଥିତ ସମ୍ବଲପୁର ପୂର୍ବ ବୈଦ୍ୟୁତିକ ବିଭାଗ କାର୍ଯ୍ୟାଳୟରେ ସଫଳତାର ସହିତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଅଛି ।

ଏହି ରକ୍ତ ଦାନ ଶିବିରରେ, ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଟିପିଡବ୍ଲୁଓଡିଏଲର ଅପରେସନ୍ ଏବଂ ରକ୍ଷଣାବେକ୍ଷଣ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳରୁ ବହୁ ସଂଖ୍ୟକ ସ୍ୱେଚ୍ଛାସେବୀମାନେ ରକ୍ତ ଦାନ କରିଥିଲେ । ଏହି ଶିବିର ମାଧ୍ୟମରେ ପାଖାପାଖି 160 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଅଛି ।

ପ୍ରକାଶାଥାଉ କି, ଟିପିଡବ୍ଲୁଓଡିଏଲ ଏହାର ସିଏସ୍ଆର କାର୍ଯ୍ୟକଳାପ ଅନ୍ତର୍ଗତ ତିନୋଟି ମୋବାଇଲ୍ ହେଲଥ୍ ଡିସପେନସାରି ଭ୍ୟାନ୍ ନିୟୋଜିତ କରିଛି, ଧନ୍ଦାମୂଳକ ତାଲିମ କେନ୍ଦ୍ର ଚଳାଉଛି ଏବଂ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ମିଲେଟ୍ ଚାଷୀଙ୍କୁ ମଧ୍ୟ ସହାୟତା କରୁଅଛି ।

ଏହି ଅବସରରେ ଟିପିଡବ୍ଲୁଓଡିଏଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ବର୍ଷକ ମଧ୍ୟରେ ବିଭିନ୍ନ ବିଭାଗ କାର୍ଯ୍ୟାଳୟରେ ଏହି ପ୍ରକାର ରକ୍ତ ଦାନ ଶିବିର ସଫଳତାର ଆୟୋଜନ କରିଥିବାରୁ ଆମେ ଗର୍ବିତ । ଆଗାମୀ ଦିନରେ କମ୍ପାନୀ ପକ୍ଷରୁ ସିଏସ୍ଆର୍ କାର୍ଯ୍ୟକ୍ରମକୁ ତୀବ୍ରତର କରାଯିବ ଏବଂ ସମାଜର ଦୁର୍ବଳ ଶ୍ରେଣୀ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ କମ୍ପାନୀ ସିଏସ୍ଆର୍ ବଜେଟକୁ ବୃଦ୍ଧି କରିବ ।

Share

Leave a Reply

Your email address will not be published. Required fields are marked *

12 + 16 =