ବିଜେପି କର୍ମୀଙ୍କୁ ପାଣିମାଡ଼

ସମ୍ବଲପୁର: ଏଯାବତ ଥମିନି ମମିତା ମେହେରା ହତ୍ୟା ତାତି । ସାରା ରାଜ୍ୟରେ ବିରୋଧୀଙ୍କ ବିକ୍ଷୋଭ ଜାରି ରହିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିରୋଧୀ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପାଣି ମାଡ ହୋଇଛି । ଶତାଧିକ ବିଜେପି କର୍ମୀ ଡିଆଇଜି ଅଫିସ୍ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ବିଜେପି କର୍ମୀଙ୍କୁ ହଟାଇବା ପାଇଁ ପୋଲିସ ପକ୍ଷରୁ ପାଣି ମାଡ କରାଯାଇଥିଲା । ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ନାଉରି ନାୟକ ଓ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ୟ୍ୟଙ୍କ ସମେତ ୨୦ରୁ ଅଧିକ ନେତାଙ୍କୁ ପୋଲିସ ଅଟକ ରଖିଛି । ଜୟନାରାୟଣ ମିଶ୍ରଙ୍କୁ ଗିରଫ କରି ପୋଲିସ ଗାଡିରେ ବସାଇବା ପରେ ବିଜେପି କର୍ମୀ ପୋଲିସ ଗାଡିକୁ ଘେରିଯିବା ସହ ଗାଡି ଭାଙ୍ଗିବାକୁ ଉଦ୍ୟମ କରିଥିଲେ ।

Share

Leave a Reply

Your email address will not be published. Required fields are marked *

6 + 20 =