‘ବାତ୍ୟା ୟସ’କୁ ନେଇ ଏସଆରସିଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା

ଭୁବନେଶ୍ବର: ବାତ୍ୟା ୟସକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ‘ୟାସ’ର ଗତିପଥ ଏବଂ ବେଗକୁ ନେଇ ପ୍ରେସ ମିଟ୍ ଜରିଆରେ ବାର୍ତ୍ତା ଦେଇଛନ୍ତି ।ତାଙ୍କ କହିବା ଅନୁଯାୟୀ, ସମୁଦ୍ର ଭିତରେ ଏବେ ସାମୁଦ୍ରିକ ଝଡର ରୂପ ନେଇସାରିଛି ୟସ୍ । ଯାହାକି ଆଗାମୀ ୨୬ ତାରିଖରେ ଲ୍ୟାଣ୍ଡଫଲ କରିବ । ତେବେ ଓଡିଶାର ବାଲେଶ୍ୱର ଜିଲ୍ଲାରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଏସଆରସି ସୂଚନା ଦେଇଛନ୍ତି । ତା ସହ ଆଗାମୀ ସମୟରେ ଏନେଇ ସ୍ପଷ୍ଟ ସୂଚନା ଆସିବ ବୋଲି ସେ କହିଛନ୍ତି । ଏନେଇ କାଲିଠାରୁ ପବନର ବେଗ ବଢିବା ସହ ବର୍ଷା ମଧ୍ୟ ହେବ । ଏପରି ସ୍ଥିତିରେ କିଭଳି ସାଧାରଣ ଧନ ଜୀବନ ସୁରକ୍ଷିତ ରହିବେ ସେନେଇ ଜନସାଧରଣଙ୍କୁ ସତର୍କ କରାଛନ୍ତି ଏସଆରସି ପ୍ରଦୀପ ଜେନା ।

ବାତ୍ୟା ୟସକୁ ମୁକାବିଲା କରିବା ପାଇଁ ଏବେ ଓଡିଶା ପ୍ରସ୍ତୁତ ଅଛି । ଏନଡିଆରଏଫ୍ ଏବଂ ଓଡ୍ରାଫ ଟିମକୁ ବିଭିନ୍ନ ଜିଲ୍ଲାକୁ ପଠାଯିବା ସହିତ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ବାତ୍ୟା ପ୍ରଭାବରେ ୪ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବ । ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଅଧିକ ପ୍ରଭାବିତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।ତା ସହ ବାଲେଶ୍ୱରରେ ୪ ଫୁଟ ଉଚ୍ଚର ସମୁଦ୍ର ଜୁଆର ଉଠିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ବାତ୍ୟା ସମୟରେ ପ୍ରଶାସନ ମଧ୍ୟ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯିବା ସହିତ ସେଠାରେ ସେମାନଙ୍କୁ ମାସ୍କ, ସାନିଟାଇଜର ଓ ସାବୁନ୍ ଆଦି ଯୋଗାଇଦିଆଯିବ ବୋଲି ସେ କହିଛନ୍ତି । ସେହିପରି କୋଭିଡ୍ ସମୟରେ ଯେଉଁ କରୋନା ଆକ୍ରାନ୍ତମାନେ କଚ୍ଚା ଘରେ ରହୁଛନ୍ତି ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଟିଏମସିରେ ଆଣି ରଖିବାକୁ ଯୋଜନା ପ୍ରସ୍ତୁତ ହେଉଥିବା ସେ କହିଛନ୍ତି ।ଏହା ବ୍ୟତୀତ ଟେଲିଫୋନ, ଇଲେକ୍ଟ୍ରି ଖୁଣ୍ଟି ଭାଙ୍ଗିବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ମେଦିନପୁରରେ ଉଚ୍ଚ ଜୁଆାର ଆସିବାର ସମ୍ଭାବନା ରହିଛି । ଉପକୂଳ ନିକଟସ୍ଥ ଖାଲୁଆ ଅଞ୍ଚଳକୁ ସତର୍କ ରହିବାକୁ କହିଛନ୍ତି ଆଇଏମଡି ଡିଜି ।

Share

Leave a Reply

Your email address will not be published. Required fields are marked *

1 × 3 =